ବଡ଼ମ୍ବା, ୦୯/୦୬: ବଡ଼ମ୍ବା ପୋଲିସ ବିଭାଗ ତରଫରୁ ସାନ୍ଧ୍ୟ କାଳୀନ ପଇଁତରା ବେଳେ ଧରା ପଡ଼ିଲା ଅନ୍ୟତମ କୁକ୍ଷାତ ଗୋ-ମାଫିଆ ୟୁସୁଫ ଖାଁ | ବଡ଼ମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ସୂଚନା ମୁତାବକ ୟୁସୁଫ ଖାଁ ବଡ଼ମ୍ବା ଥାନା ସମେତ ନରସିଂହପୁର କାନପୁର ଆଦି ତିଗିରିଆ ଥାନା ଅଞ୍ଚଳରେ ଦୀର୍ଘ ଦିନ ହେବ ଗୋ-ତସ୍କରୀ ଚଳାଇ ଆସୁଥିଲା | ଏହା ସହ ପୋଲିସ ଉପରକୁ ଆକ୍ରମଣ କରିବା ଭଳି ସଙ୍ଗିନ ଅପରାଧରେ ମଧ୍ୟ ତାର ହାତଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ |
ଗିରଫ ଅଭିଯୁକ୍ତର ଘର ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଅଞ୍ଚଳରେ ହୋଇଥିବା ବେଳେ ସେ ଏହି ଧନ୍ଦାରେ ବହୁ ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରାଇ ନିଜ କଳା ସାମ୍ରାଜ୍ୟରେ ସାମିଲ କରାଇଥିଲା | ଗତକାଲି ବଡ଼ମ୍ବା ଥାନା ଧୋବଣିନାଳ ଅଞ୍ଚଳରେ ନିଜର ବେପାର ପାଇଁ ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡ଼ମ୍ବା ପୋଲିସ ଅଭିଯୁକ୍ତକୁ କାବୁ କରି ନେଇଥିଲା | ଅଭିଯୁକ୍ତ ୟୁସୁଫକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ସ୍ଥାନାନ୍ତରିତ କରାଯାଇଛି ।