ନୂଆଦିଲ୍ଲୀ,୨୫/୦୫:  ୨୪ ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ତଥା  ସର୍ବିୟାର ପ୍ରସିଦ୍ଧ ଖେଳାଳି ନୋଭାକ ଜୋକୋଭିକ କ୍ୟାରିୟରେ ୧୦୦ତମ  ଏଟିପି ଟାଇଟଲ୍‌ ହାସଲ କରିଛନ୍ତି ।  ସ୍ୱିଜରଲାଣ୍ଡରେ ଆୟୋଜିତ ଜେନେଭା  ଓପନରେ ଚାମ୍ପିଅନ ହେବା ସହ ସେ  ଏହି ସଫଳତା ଲାଭ କରିଛନ୍ତି । 

ପୁରୁଷ  ବର୍ଗ ଫାଇନାଲ୍‌ରେ ଦ୍ୱିତୀୟ ସିଡ୍‌  ଜୋକୋଭିକ ୫-୭, ୭-୬ (୭-୨),  ୭-୬ (୭-୨) ସେଟ୍‌ରେ ପୋଲାଣ୍ଡର  ହ୍ୟୁବର୍ଟ ହର୍କାଜଙ୍କୁ ପରାସ୍ତ କରିଥିଲେ ।  ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୩ଘଣ୍ଟାରୁ ଉଦ୍ଧ୍ୱର୍  ସମୟ ଲାଗି ଯାଇଥିଲା । ଓପନ ଏରାରେ  ତୃତୀୟ ଖେଳାଳି ଭାବେ ଜୋକୋଭିକ୍‌  ୧୦୦ ଏଟିପି ଟାଇଟଲ୍‌ ଜିତିବାରେ  ସଫଳ ହୋଇଛନ୍ତି । ପୂର୍ବରୁ ଜିମ୍ମି କନ୍ନର୍ସ  (୧୦୯ଟି) ଓ ରୋଜର ଫେଡେରର  (୧୦୩ଟି) ଏହି କାରନାମା କରିଥିଲେ ।