PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲେଖକ ସଲମାନ ରୁଶଦୀଙ୍କୁ ଆକ୍ରମଣ , ପଶ୍ଚିମ ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଭାଷଣ ଦେଇଥିବା ବେଳେ ଛୁରାମାଡ଼ , ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : ସ୍ୱାଧିନତା ଦିବସ ପୂର୍ବରୁ ୟୁପି ଏଟିଏସ୍‌କୁ ବଡ଼ ସଫଳତା । ସହାରନପୁରରୁ ଦୁଇ ଆତଙ୍କବାଦୀଙ୍କୁ କଲା ଗିରଫ । ସ୍ୱାଧିନତା ଦିବସରେ ବଡ଼ ହମଲା କରିବାର ଯୋଜନା କରୁଥିଲେ
  • ||
  • କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟ ବିମାନର ଜରୁରୀ ଅବତରଣ, ୯୨ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ତାତି ଗଲା ଇଞ୍ଜିନ
  • ||
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଜମ୍ମୁ-କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି, ଉମର ଅବଦୁଲା ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଟ୍ବିଟ୍ ଯୁଦ୍ଧ

ନୂଆଦିଲ୍ଲୀ,୨।୪: ନ୍ୟାସନାଲ କନଫ୍ରେନ୍ସର ନେତା ଓ ଜମ୍ମୁ-କଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ପରିବେଶ ବେଶ୍ ଗରମ ରହିଛି। ନିକଟରେ
ଉମର କହିଥିଲେ, ଜମ୍ମୁ-କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦରକାର। ଯାହାଫଳରେ ଏବେ ଉମରଙ୍କ ଏହି ମନ୍ତବ୍ୟକୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଓ ନିକଟରେ ବିଜେପିରେ ଯୋଗଦେଇଥିବା ଗୌତମ ଗମ୍ଭୀର କଡା ସମାଲୋଚନା କରିଛନ୍ତି। ଏହି ଘଟଣା ପରେ ଏବେ ଉମର ଓ ଗମ୍ଭୀରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଟ୍ବିଟ୍ ଯୁଦ୍ଧ। ଗୌତମ ଗମ୍ଭୀର ଯେତେବେଳେ ଓମାରଙ୍କୁ ସମାଲୋଚନା କରି ଟ୍ବିଟ୍ କରିଥିଲେ ତା’ର ପ୍ରତି ଜବାବରେ ଉମର ତାଙ୍କୁ କେବଳ କ୍ରିକେଟ ଖେଳିବାର ପରାମର୍ଶ ଦେଇଛନ୍ତି।


ଉମର ଅବଦୁଲାଙ୍କୁ ଟ୍ୟାଗ କରି ଗୌତମ ଗମ୍ଭୀର ନିଜର ଟ୍ବିଟର ଆକାଉଣ୍ଟରୁ ଲେଖିଛନ୍ତି ଓମାର ଅବଦୁଲା ଯଦି ଜମ୍ମୁ-କଶ୍ମୀର ପାଇଁ ଆଉ ଜଣେ ଅଲଗା ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି, ତେବେ ମୁଁ ସମୁଦ୍ରରେ ଚାଲିବାକୁ ଚାହୁଁଛି। ଉମର ଯଦି ଜମ୍ମୁ-କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଚାହାଁନ୍ତି, ତେବେ ମୁଁ ବି କହିବାକୁ ଚାହୁଁଛି ଘୁସୁରି ପବନରେ ଉଡୁ। ଜମ୍ମୁ-କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ବଦଳରେ, ଉମର ଅବଦୁଲାଙ୍କୁ ଗଭୀର ନିଦରେ ଶୋଇବା ଉଚିତ, ଉଠିବା ପରେ ତାଙ୍କୁ କଡା କଫି ମିଳିବା ଦରକାର। ଯଦି ଏଥିରେ ସେ ବୁଝି ପାରୁନାହାନ୍ତି ତେବେ ତାଙ୍କୁ ସବୁଜ ରଙ୍ଗର ପାକିସ୍ତାନୀ ପାସପୋର୍ଟ ଦେଇ ଦେବା ଦରକାର।’

ଗମ୍ଭୀରଙ୍କ ଟ୍ବିଟକୁ ପାଲଟା ଜବାବ୍ ଦେଇ ଓମାର ଆଉ ଏକ ଟ୍ବିଟ୍ କରି କହିଛନ୍ତି ’ଗୌତମ ମୁଁ କେବେ ଅଧିକ କ୍ରିକେଟ ଖେଳିନି, କାରଣ ମୁଁ ଜାଣିଥିଲି ଏଥିରେ ମୁଁ ଭଲ ନୁହେଁ, ଆପଣ ଜମ୍ମୁ-କଶ୍ମୀର ଓ ଏହାର ଇତିହାସ ସମ୍ପର୍କରେ ବିଶେଷ କିଛି ଜାଣିନାହାନ୍ତି ଓ ଜମ୍ମୁ –କଶ୍ମୀରକୁ ଗଠନରେ ନ୍ୟାସନାଲ କନଫ୍ରେନ୍ସର କ’ଣ ଯୋଗଦାନ ରହିଛି, ଏହା ମଧ୍ୟ ଆପଣ ଜାଣିନାହାନ୍ତି। ଆପଣ ଯାହା ଜାଣନ୍ତି ତାହା କରନ୍ତୁ ଓ ଆଇପିଏଲକୁ ନେଇ ଟ୍ବିଟ୍ କରନ୍ତୁ।’

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ରାଲିରେ ଉମର ଅବଦୁଲାଙ୍କ ଏହି ବୟାନ ଉପରେ ବିରୋଧୀ ଦଳ କଂଗ୍ରେସକୁ ଘେରିଥିଲେ। ମୋଦି କଂଗ୍ରେସକୁ ପଚାରିଥିଲେ କ’ଣ ସେ ନ୍ୟାସନାଲ କନଫ୍ରେନ୍ସର ନେତା ଉମର ଅବଦୁଲାଙ୍କ ଏହି ବୟାନକୁ ସମର୍ଥନ କରୁଛନ୍ତି? ମୁଁ ଉମରଙ୍କ ଏହି ରାୟ ଉପରେ ମହାମେଣ୍ଟରେ ସାମିଲ ହେବାରେ ତାଙ୍କର ସମସ୍ତ ସହଯୋଗୀ ଦଳକୁ ସ୍ପଷ୍ଟୀକରଣ ମାଗିବାକୁ ଚାହିଁବି। ସେମାନେ ସମସ୍ତେ କୁହନ୍ତି କ’ଣ ସେ ଉମରଙ୍କ ଏହି ମନ୍ତବ୍ୟକୁ ସମର୍ଥନ କରୁଛନ୍ତି?

ସମ୍ବନ୍ଧିତ ଖବର