ନୂଆଦିଲ୍ଲୀ,୦୧/୦୩; ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲି ଖାମେନେଇଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ଇରାନ ମିଡିଆ ଏବଂ ସେନା ସ୍ପଷ୍ଟ କରିଛନ୍ତି । ଦେଶରେ ୪୦ ଦିନିଆ ଶୋକ ଘୋଷଣା ହୋଇଛି । ଖାମେନେଇଙ୍କ ମୃତ୍ୟୁ ସହ ଇରାନରେ ୧୯୭୯ରୁ ଲଗାତାର କ୍ଷମତାରେ ଥିବା ଶାସନର ଅନ୍ତ ହୋଇଛି । ଆମେରିକା ଯାହାକୁ ଚିର ଶତ୍ରୁ ଭାବେ ଦେଖୁଥିଲା ଏବେ ତାଙ୍କର ମୃତ୍ୟୁ ହୋଇଛି । ଲାଗୁଛି ଧୀରେ ଧୀରେ ଆମେରିକାର ଟାର୍ଗେଟ ପୁରଣ ହେଉଛି । ଆମେରିକା କହିବା ଅନୁସାରେ ଖାମେନେଇଙ୍କ କ୍ଷମତାରୁ ଇରାନ ଜନତାଙ୍କୁ ମୁକ୍ତ କରିବାକୁ ଚାହୁଁଥିଲା । ଏବେ ସ୍ପଷ୍ଟ ଯେ ଆମେରିକାର ସମର୍ଥନ କରୁଥିଲା ଜଣେ ଇରାନ କମାଣ ସମ୍ଭାଳିପାରନ୍ତି ।

​​​​​​​ସେହି ନେତା ଆଉ କେହି ନୁହଁନ୍ତି ବରଂ ସେ ହେଉଛନ୍ତି କ୍ରାଇନ ପ୍ରିନ୍ସ ରଜା ପହଲବୀ ହୋଇପାରନ୍ତି । ଯିଏ ଦଶନ୍ଧି  ଧରି ଇରାନ ବାହାରେ ନିର୍ବାସନରେ ଜୀବନ କାଟୁଛନ୍ତି । ଖାମେନେଇ ତାଙ୍କ ପିତାଙ୍କୁ ଗାଜିଚ୍ୟୁତ କରି କ୍ଷମତାକୁ ଆସିଥିଲେ । ଏବେ ସେ ଇରାନକୁ ଫେରିଛନ୍ତି । ସେ ଆମେରିକାର ବହୁ ନକଟତର ଏବଂ ସେଠାରେ ବାସ କରୁଛନ୍ତି । ରଜା ପହଲବୀ ଇରାନ ଜନତାଙ୍କୁ ଖାମେନେଇଙ୍କ ଶାସନରୁ ମୁକ୍ତ କରିବାକୁ ନିରନ୍ତର ନିବେଦନ କରିଛନ୍ତି । ସୋସିଆଲ ମିଡିଆରେ ରଜା ଲେଖିଛନ୍ତି ଖାମେନେଇଙ୍କୁ ଇତିହାସରୁ ଲିଭାଇ ଦିଆଯାଇଛି । ଇରାନର ଲୋକମାନେ ଏକ ନୂଆ ଆରମ୍ଭ  ପାଇଁ ପ୍ରସ୍ତୁତ ରହିବା ଉଚିତ୍ । 

ରଜା ପହଲବୀଙ୍କୁ ପୁଣି କ୍ଷମତାକୁ ଆଣି ଆମେରିକା ତାର ଉଦ୍ଦେଶ୍ୟ ହାସଲ କରିବାକୁ ଚେଷ୍ଟା କରିବ । ଏହା ପୂର୍ବରୁ ଇରାକ, ଆଫଗାନିସ୍ତାନ ଏବଂ ଭେନେଜୁଏଲା ଭଳି ଦେଶରେ ସମାନ କାର୍ଯ୍ୟ କରିବାକୁ ଚେଷ୍ଟା କରିଛି । ଏହାବାଦ୍ ବାଂଲାଦେଶ ବିଦ୍ରୋହ ପାଇଁ ଆମେରିକାକୁ ଦାୟୀ କରାଯାଇଛି । ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ତାଙ୍କ କ୍ଷମତାଚ୍ୟୁତ ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ଯଦି ଇରାନକୁ ଆମେରିକା ସମର୍ଥିତ ସରକାର ଦ୍ୱାରା ଶାସିତ କରାଯାଏ ତେବେ ଏହାର ତୈଳ ଉପରେ ଯଥେଷ୍ଟ ନୟନ୍ତ୍ରଣ ରହିବ । ଏହା ନିଶ୍ଚିନ୍ତ ଯେ ଆମେରିକାର ପ୍ରଭାବ ଶେଷ ହୋଇନାହିଁ । ଏହାର ପୂର୍ବରୁ ଆହୁରି ଅଧିକ ପ୍ରଭାବ ବଜାୟ ରଖିବ ।


ହଜାର ହଜାର ଲୋକଙ୍କ ହତ୍ୟାକାରୀ ଖାମେନେଇଙ୍କୁ ଇତିହାସର ଡଷ୍ଟବିନରେ ଫିଙ୍ଗି ଦିଆଯାଇଛି- ରଜା ପହଲାଭୀ ଏକ୍ସରେ ଲେଖିଛନ୍ତି, ଆମ ସମୟର ସବୁଠାରୁ ରକ୍ତାକ୍ତ ଏକଛତ୍ରବାଦୀ ଆଉ ନାହାନ୍ତି । ହଜାର ହଜାର ଲୋକଙ୍କ ହତ୍ୟାକାରୀ ଖାମେନେଇଙ୍କୁ ଇତିହାସରୁ ଲିଭାଇ ଦିଆଯାଇଛି । ତାଙ୍କ ମୃତ୍ୟୁ ସହିତ ଇସଲାମିକ ଗଣରାଜ୍ୟ ଶେଷ ହୋଇଛି  । ଇତିହାସରେ ଡଷ୍ଟବିନରେ ପୋତି ହୋଇଛନ୍ତି । ଇରାନର କ୍ଷମତା ସ୍ଥାନାନ୍ତର କିପରି ହେବେ ସେ ନିଷ୍ପତ୍ତି ନିଆଯିବ ।''

ଏହା ବି ପଢନ୍ତୁ...ବିଶ୍ୱ ଥରହର; 'ଆମେ ଆମର ସର୍ବୋଚ୍ଚ ନେତାଙ୍କୁ ହରାଇଲୁ', ଖାମେନେଇଙ୍କ ମୃତ୍ୟୁ ନିଶ୍ଚିତ କଲା ଇରାନ ସେନା

ରଜା ପହଲବୀଙ୍କ ସେନାକୁ ଅପିଲ୍,ନୂଆ ଇରାନ ତିଆରିରେ ଏକ ହୁଅନ୍ତୁ- ରଜା ପହଲବୀ ସେନା, ଆଇନ ଏଜେନ୍ସିଂ ଏବଂ ପୁଲିସଙ୍କ ଅପିଲ କରଛନ୍ତି କି ଏକାଠି ହୁଅନ୍ତୁ । ପହଲବୀ ଲେଖିଛନ୍ତି, ଇରାନର ସବୁ ଭାଇ ଓ ଭଉଣୀ ମାନେ ଆମ ମହାନ ରାଷ୍ଟ୍ରୀୟ ଉତ୍ସବ ପୁଣି ଆରମ୍ଭ ହୋଇପାରେ । ଏହା ଅନ୍ତ ନୁହେଁ । ସତର୍କ ଏବଂ ପ୍ରସ୍ତୁତ ରୁହ । ରାସ୍ତରେ ବ୍ୟାପକ ଏବଂ ନିର୍ଣ୍ଣାୟକ ଉପସ୍ଥିତିର ସମୟ ବହୁତ ନିକଟ । ଏକଜୁଟ ହୋଇ  ଦୃଢ ହୋଇ ଅନ୍ତିମ ବିଜୟ ପ୍ରାପ୍ତ କରିବା ଏବଂ ଆମର ପ୍ରିୟ ମାତୃଭୂମି ଇରାନର ସ୍ୱତନ୍ତ୍ରତାର ଉତ୍ସବ ପାଳିବା ।