ନୂଆଦିଲ୍ଲୀ,୦୧/୦୩; ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଲଢ଼େଇ । ବେଶ୍ କିଛିଦିନ ଧରି ଛକାପଞ୍ଝା ପରେ ଆଜି ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଛନ୍ତି । ରାଜଧାନୀ ତେହେରାନ ସମେତ ୧୦ଟି ସହର ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି । ଏଥିରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଅମିର ନାସିରଜାଦେହ ଓ ସେନା (ରିଭୋଲ୍ୟୁସନାରୀ ଗାର୍ଡ) କମାଣ୍ଡର ମହମ୍ମଦ ପାକ୍ପୋରଙ୍କ ସମେତ ୨୦୧ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଅନ୍ୟ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣରେ ଇରାନ ସୁପ୍ରିମ ଲିଡରଙ୍କ ମୃତ୍ୟୁ ହୋଇଥିବା ନେଇ ଇରାନ୍ ମିଡିଆ କନଫର୍ମ କରିଛି । ଆୟତୋଲା ଅଲି ଖାମେନେଇଙ୍କ ସରକାରୀ କାର୍ଯ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୁଇନ୍ଦା ବିଭାଗ କାର୍ଯ୍ୟାଳୟ, ଆଣବିକ ଶକ୍ତି କେନ୍ଦ୍ର ଓ ପ୍ରାଚୀନ ସାମରିକ କମ୍ପେ୍ଲକ ଉପରେ ଆକ୍ରମଣ ହୋଇଥିଲା । ଖାମେନେଇଙ୍କ ସମେତ ତାଙ୍କ ପରିବାର ୪ ଜଣଙ୍କର ମୃତ୍ୟୁ ହୋଇଛି । ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଖାମେନେଇଙ୍କ ପରେ ଏବେ ଇରାନ ସୁପ୍ରିମ ଲିଡର କିଏ ହେବ ତାକୁ ନେଇ ପ୍ରଶ୍ନ ।
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଙ୍କ ମୃତ୍ୟୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଦାବି କରିଥିଲେ । ଏବେ ଇରାନ ଗଣମାଧ୍ୟମ ଏବଂ ସେନା ପକ୍ଷରୁ ଖାମେନେଇଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି । ଉଭୟଙ୍କୁ ସ୍ପଷ୍ଟ ପରେ ଖାମେନେଇଙ୍କ ମୃତ୍ୟୁ କନଫର୍ମ ହୋଇଛି । ଇରାନର ପ୍ରେସ୍ ଟିଭି କହିଛି ଯେ ଇସ୍ରାଏଲ ଏବଂ ଆମେରିକା ଆକ୍ରମଣରେ ସର୍ବୋଚ୍ଚ ନେତା ଖାମେନି ଶହୀଦ ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଇତିହାସର ସବୁଠାରୁ ନିଷ୍ଠୁର ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ଖାମେନିଙ୍କ ମୃତ୍ୟୁ ଘଟିଛି । ଏହା କେବଳ ଇରାନର ଲୋକଙ୍କ ପାଇଁ ନୁହେଁ, ବରଂ ସମସ୍ତ ମହାନ ଆମେରିକୀୟ ଏବଂ ବିଶ୍ୱର ଅନେକ ଦେଶର ଲୋକଙ୍କ ପାଇଁ ନ୍ୟାୟ, ଯେଉଁମାନେ ଖାମେନେଇ ଏବଂ ତାଙ୍କ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା । ଖାମେନେଇଙ୍କ ବ୍ୟତୀତ, ତାଙ୍କ ଝିଅ ଏବଂ ଜ୍ୱାଇଁ ସମେତ ପରିବାରର ଅନେକ ସଦସ୍ୟ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଖାମେନେଇଙ୍କ ବୟସ ୮୬ ବର୍ଷ ଥିଲା ।
ଏହା ବି ପଢନ୍ତୁ...ମଧ୍ୟପ୍ରାଚ୍ୟର ସବୁ ଦେଶ ଉପରେ ଆକ୍ରମଣ, କିନ୍ତୁ ଓମାନକୁ କାହିଁକି ଛାଡ଼ିଲା ଇରାନ ?
ଖାମେନେଇଙ୍କ ମୃତ୍ୟୁ ପରେ, ଇରାନରେ ୪୦ ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ଏହା ସହ ରେଜା ପହଲାଭି ଖାମେନେଇଙ୍କ ମୃତ୍ୟୁରେ ଖୁସି ହୋଇ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି । ଖାମେନେଇଙ୍କ ମୃତ୍ୟୁ ଉପରେ ଟ୍ରମ୍ପ କହିଛନ୍ତି, "ଖାମେନି ଆମର ଗୁପ୍ତଚର ସଂସ୍ଥା ଏବଂ ଅତ୍ୟାଧୁନିକ ଟ୍ରାକିଂ ସିଷ୍ଟମରୁ ଖସି ଯାଇପାରିବେ ନାହିଁ । ଇରାନ ଲୋକଙ୍କ ପାଇଁ ଏହା ସେମାନଙ୍କ ଦେଶକୁ ଫେରାଇ ନେବାର ସର୍ବୋତ୍ତମ ସୁଯୋଗ । ଆମେ ଶୁଣିଛୁ ଯେ ସେମାନଙ୍କର ଅନେକ IRGC, ସାମରିକ ବାହିନୀ ଏବଂ ଅନ୍ୟାନ୍ୟ ସୁରକ୍ଷା ଏବଂ ପୁଲିସ ବାହିନୀ ଆଉ ଯୁଦ୍ଧ କରିବାକୁ ଚାହୁଁନାହାଁନ୍ତି ଏବଂ ଆମଠାରୁ ସହାୟତା ମାଗୁଛନ୍ତି । ଯେପରି ମୁଁ ପୂର୍ବରୁ କହିଥିଲି, ସେମାନେ ଏବେ ଏକ ଆରାମ ପାଇପାରନ୍ତି ।"
ଖାମେନେଇ କିଏ ? ୮୬ ବର୍ଷୀୟ ଖାମେନେଇ ୧୯୮୯ରେ କ୍ଷମତାକୁ ଆସିଥିଲେ । ସେ ମଧ୍ୟପୂର୍ବର ସବୁଠୁ ଅଧିକ ସମୟ ଶାସନ କରିଥିବା ରାଷ୍ଟ୍ରମୁଖ୍ୟ ଥିଲା । ୧୯୭୯ରେ ଇସଲାମିକ କ୍ରାନ୍ତି ପରେ ଇରାନ କେବଳ ଦ୍ୱିତୀୟ ନେତୃତ୍ୱ ପରିବର୍ତ୍ତନ ହେବ । ୮୬ ବର୍ଷୀୟ ଆୟତୋଲ୍ଲା ଅଲି ଖାମେନେଙ୍କ କାର୍ଯ୍ୟକାଳରେ ଇରାନ ଏହାର ପରମାଣୁ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇଥିଲା ଏବଂ ଆମେରିକା ଏବଂ ଇସ୍ରାଏଲ ସହିତ ଏହାର ସଂଘର୍ଷକୁ ବୃଦ୍ଧି କରିଥିଲା । ସେ ରିଭଲ୍ୟୁସନାରୀ ଗାର୍ଡ ଏବଂ ଆଞ୍ଚଳିକ ପ୍ରକ୍ସି ନେଟୱାର୍କକୁ ମଜବୁତ କରିଥିଲେ ବି ଆର୍ଥିକ ସଂଙ୍କଟ ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଥିଲା ।
ଖାମେନେଇଙ୍କ ପରେ କିଏ ? ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ସବୁଠୁ ପ୍ରଶ୍ନ ଉତ୍ତରାଧିକାରୀଙ୍କୁ ନେଇ । ଇରାନ ସମ୍ବିଧାନ ଅନୁସାରେ ୮୮ ସଦସ୍ୟତା ଆସେମ୍ବିଲ ଅଫ୍ ଏକ୍ସପର୍ଟ୍ସ ନୂଆ ସର୍ବୋଚ୍ଚ ନେତା ଚୟନ କରିବ । ଏହି ରେସରେ ଅନେକ ପ୍ରମୁଖ ନାମ ଅଛି । ପ୍ରମୁଖ ଏବଂ ଗର୍ଜିୟନ କାଉସିଂଲର ସଦସ୍ୟ ଆୟତୁଲ୍ଲା ଅଲିରେଜା ଅରାଫିଙ୍କୁ ଖାମେନେଇଙ୍କ ପରବର୍ତ୍ତୀ ନେତା ହେବା କୁହାଯାଉଛି ।