PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କାଲି ଶ୍ରାବଣର ପ୍ରଥମ ସୋମବାର, ଏହି ଶୁଭ ମୂହୁର୍ତ୍ତରେ ଭୋଳାନାଥଙ୍କୁ ଅର୍ପଣ କରନ୍ତୁ ଜଳ

ନୁଆଦିଲ୍ଲୀ ୨୧/୭: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି ଏବଂ ଶ୍ରାବଣର ପ୍ରଥମ ସୋମବାର ୨୨ ଜୁଲାଇରେ ରଖାଯିବ । ପୌରାଣିକ ମାନ୍ୟତା ଅନୁସାରେ ଶ୍ରାବଣ ମାସର ପ୍ରଥମ ସୋମବାର ଶୁଭ ମୁହୂର୍ତ୍ତରେ ବାବା ଭୋଳାନାଥଙ୍କୁ ଜଳ ଅର୍ପଣ କରାଗଲେ ବାବା ପ୍ରସନ୍ନ ହୋଇ ନିଜ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଧନଧାନ୍ଯରେ ପୂର୍ଣ୍ଣ ହୋଇଯାଏ ।  

ଜ୍ଯୋତିଷଙ୍କ ଅନୁସାରେ ଏଥର ଶ୍ରାବଣର ପ୍ରଥମ ସୋମବାର ଏଭଳି ମୁହୁର୍ତ୍ତରେ ଆରମ୍ଭ ହେଉଛି ଯେଉଁଠି ବ୍ରତ ରଖିବା ଫଳରେ ସନ୍ତାନ ସୁଖ, ଧନ, ନିରୋଗୀ କାୟା ଓ ଅନେକ କାମନା ପୂର୍ଣ୍ଣ ହୋଇଥାଏ । ଏହା ସହିତ ଦାମ୍ପତ୍ତ୍ଯ ଜୀବନର ଦୋଷ ଓ ଅକାଳ ମୃତ୍ଯୁ ଭଳି ସଙ୍କଟ ଦୂର ହୋଇଥାଏ । ଶ୍ରାବଣ ମାସର ସୋମବାର ସକାଳ ୭ଟାରୁ ୯ଟା ମଧ୍ୟରେ ବାବା ଭୋଳାନାଥଙ୍କୁ ଜଳ ଅର୍ପଣ କରିବା ସବୁଠାରୁ ଶୁଭ ସମୟ ହୋଇଥାଏ । ଏହି ଶୁଭ ମୁହୁର୍ତ୍ତରେ ସେହି ସମସ୍ତେ ବାବାଙ୍କୁ ଜଳ ଅର୍ପଣ କରିବା ଉଚିତ୍ ଯେଉଁମାନେ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଶ୍ରାବଣ ମାସର ୪ ସୋମବାର
ଚଳିତ ଶ୍ରାବଣରେ ୪ ସୋମବାର ପଡୁଛି । ଏହାକୁ ଅତ୍ଯନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏଥର ଶିବରାତ୍ରୀ ମଧ୍ୟ ୩୦ ଜୁଲାଇରେ ପଡୁଛି ଅର୍ଥାତ୍ ଦ୍ୱିତୀୟ ସୋମବାରର ପରଦିନ । ଶ୍ରାବଣରେ ମଙ୍ଗଳବାର ମଧ୍ୟ ମାତା ଗୌରୀଙ୍କୁ ସମର୍ପିତ । ଏଥିପାଇଁ ଏହି ଦିନ ମଙ୍ଗଳା ଗୌରୀ ବ୍ରତ ମଧ୍ୟ କରାଯାଏ । ମଙ୍ଗଳା ଗୌରୀ ବ୍ରତ ଦିନ ଶିବରାତ୍ରୀ ପଡିବାର ମଧ୍ୟ ବିଶେଷତା ରହିଛି ।

୨୨ ଜୁଲାଇ ଶ୍ରାବଣର ପ୍ରଥମ ସୋମବାର

୨୯ ଜୁଲାଇ ଶ୍ରାବଣର ଦ୍ୱିତୀୟ ସୋମବାର

୫ ଅଗଷ୍ଟ ଶ୍ରାବଣର ତୃତୀୟ ସୋମବାର

୧୨ ଅଗଷ୍ଟ ଶ୍ରାବଣର ଚତୁର୍ଥ ସୋମବାର

୩୦ ଜୁଲାଇ ଶିବରାତ୍ରୀ