PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବୋତ୍ତମ ପ୍ରମାଣପତ୍ର

ରାୟଗଡ, ୨୮/୦୯ – ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାୟଗଡ ଜିଲ୍ଲା ସଦରମହକୁମାର ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର (NQAS) ପ୍ରଦାନ କରାଯାଇଛି  । ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର  । ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୮୯ ପ୍ରତିଶତ ଅଙ୍କ ସହିତ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର ନିର୍ଦ୍ଧାରିତ ସମସ୍ତ ଆବଶ୍ୟକତା ପୂରଣ କରିଛି ଏବଂ ଏହି ପ୍ରମାଣପତ୍ର ଆସନ୍ତା ତିନି ବର୍ଷ ପାଇଁ ବୈଧ ରହିବ  ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ୧୪ ଟି ବିଭାଗ ଯେପରିକି ବର୍ହିବିଭାଗ, ଅର୍ନ୍ତବିଭାଗ, ପ୍ରସବ ଗୃହ, ଅସ୍ତ୍ରୋପଚାର କକ୍ଷ, ମାତୃତ୍ୱ ଅସ୍ତ୍ରୋପଚାର କକ୍ଷ, ଶିଶୁ ବିଭାଗ, ମାତୃତ୍ୱ ବିଭାଗ, ରକ୍ତ ଭଣ୍ଡାର, ଔଷଧ ବିତରଣ ବିଭାଗ, ଲାବୋରୋଟୋରି, ରେଡିଓଲୋଜି, ଜେନେରାଲ ଆଡମିନଷ୍ଟ୍ରେସନ, ପୁଷ୍ଟିବିକାଶ, ସ୍ୱତନ୍ତ୍ର ନବଜାତ ସେବା କେନ୍ଦ୍ର କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବୋଚ୍ଚ ମାନଦଣ୍ଡ ପାଳନ ପୂର୍ବକ ତଥା ରୋଗୀଙ୍କ ଅଧିକାରର ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରିବା ନିମନ୍ତେ ଗତ ସେପ୍ଟେମ୍ବର ୨୭ ରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଲାଲମୋହନ ରାଉତରାୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ସଫଳତାରେ ନିଜର ଖୁସି ବ୍ୟକ୍ତ କରିଛନ୍ତି  । NQAS ପ୍ରମାଣପତ୍ର ମୁଲ୍ୟାୟନର ଏକ ଅଂଶ ଭାବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମନୋନୀତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଗତ ଜୁଲାଇ ମାସରେ ସମସ୍ତ ବିଭାଗକୁ ପ୍ରତ୍ୟକ୍ଷଭାବେ ମୁଲ୍ୟାଙ୍କନ କରାଯିବା ସହିତ ସମସ୍ତ ଡକୁମେଣ୍ଟ ଯାଞ୍ଚ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ପ୍ରମାଣପତ୍ର ମଞ୍ଜୁର କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି।

ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କର୍ଯ୍ୟକ୍ରମ ପରିଚାଳକ ଜେ ରାଜେଶ୍ୱର ରାୟ ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର ସୋମ୍ୟରଞ୍ଜନ ସାହୁ ଏବଂ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଚିକିତ୍ସାଳୟର ସମସ୍ତ କର୍ମଚାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ଅଧିକାରୀଙ୍କ ନିରନ୍ତର ପ୍ରଚେଷ୍ଟା ଏବଂ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର ସମ୍ଭବ ହୋଇପାରିଲା ବୋଲି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡା. ବରଦାକାନ୍ତ ମିଶ୍ର ମତପୋଷଣ କରିଥିଲେ  ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ସମ୍ପ୍ରତି ରାୟଗଡ ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର -୧ ମଧ୍ୟ ଜାତୀୟ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର (NQAS) ମଧ୍ୟ ପାଇଛି  ।

ସମ୍ବନ୍ଧିତ ଖବର