ଉତ୍କଳ ବିଶ୍ୱବିଦ୍ୟାଳୟ-କେନ୍ଦ୍ର ସରକାରଙ୍କ ଏମ୍ଓୟୁ: ବିଶ୍ୱବିଦ୍ୟାଳୟରେ ତିଆରି ହେବ ଏନ୍ଏସ୍ଏସ୍ ତାଲିମ କେନ୍ଦ୍ର

ଭୁବନେଶ୍ୱର, ୧୬ ।୩(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ଯାଲୟରେ ତିଆରି ହେବ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ର ତାଲିମ କେନ୍ଦ୍ର । ଏହି କେନ୍ଦ୍ରରେ ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମକି ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟରତ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ତାଲିମ ଦିଆଯିବ । ଏନେଇ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ଉତ୍କଳ ବିଶ୍ୱବିଦ୍ଯାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଶ୍ୱବିଦ୍ଯାଳୟ ସିଣ୍ଡିକେଟ୍ ହଲ୍ରେ ପିଜି କାଉନ୍ସିଲ ଚେୟାରମ୍ୟାନ୍ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ଉପସ୍ଥିତିରେ ବିଶ୍ୱବିଦ୍ଯାଳୟ ପକ୍ଷରୁ କୁଳସଚିବ ଦୟାନିଧି ନାୟକ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଆଞ୍ଚଳକି ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ ଉପସ୍ଥିତ ରହି ବୁଝାମଣାପତ୍ରରେ ସ୍ୱାକ୍ଷର କରଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିତ୍ତ ନିୟନ୍ତ୍ରକ ବିଦ୍ଯାଧର ନାୟକ, କଲେଜ ଉନ୍ନୟନ ପରଷିଦ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ପ୍ରଫେସର କବୀର ମୋହନ ସେଠୀ, ଏନ୍ଏସ୍ଏସ୍ର କାର୍ଯ୍ୟକ୍ରମ ଅଧିକାରୀ ଡ. କୀର୍ତ୍ତିରଞ୍ଜନ ମଲ୍ଲିକ୍, ଲୁସି ସୋନାଲି ହେମ୍ବ୍ରମ୍ ଏବଂ କେନ୍ଦ୍ର ସରକାରଙ୍କ ଯୁବ ଅଧିକାରୀ ପିୟୁଷ ପରାଞ୍ଜେପେ ପ୍ରମୁଖ ଉପସିତ୍ଥ ଥିଲେ । ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ମନୋରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।