ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ନୂଆଗାଁ ରେଳ ଷ୍ଟେସନର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ନୟାଗଡ଼, ୩୦/୦୬ : ଖୋର୍ଦ୍ଧା ବଲାଙ୍ଗିର ରେଳପଥର କାର୍ଯ୍ୟ ଆଉ ପାଦେ ଆଗକୁ ଯାଇଛି। ନୟାଗଡ଼ ଜିଲ୍ଲା ମହୀପୁର ଷ୍ଟେସନ୍ ଠାରୁ ନୂଆଗାଁ ପର୍ଯ୍ୟନ୍ତ ୧୩ କି.ମି କାର୍ଯ୍ୟ ଶେଷ ହୋଇଛି । ଆଜି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମହିପୁର ନୂଆଗାଁ ରେଳ ଷ୍ଟେସନର ଶୁଭାରମ୍ଭ କରିବେ । ଏକ ସ୍ପେଶାଲ୍ ଟ୍ରେନ୍‌ରେ ମନ୍ତ୍ରୀ ଅପରାହ୍ନ ୩ଟା ସମୟରେ ନୂଆଗାଁ ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାମର ସମୀକ୍ଷା କରିବା ସହ ଭୁବନେଶ୍ଵର ମହିପୁର ପାସେଞ୍ଜର ଟ୍ରେନ୍‌ରେ ନୂଆଗାଁ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିବେ ।

ଏହା ସହିତ ନୂଆଗାଁରୁ ପୁରୀକୁ ନୂତନ ଟ୍ରେନ୍‌ର ଶୁଭାରମ୍ଭ ଏବଂ ବୋଲଗଡ଼ ପାସେଞ୍ଜର ହଲ୍ଟ ଠାରେ ସେବା ଏକ୍ସପ୍ରେସ୍ ରହଣି ପାଇଁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସମୟରେ ନୂଆଗାଁ ରୋଡ୍ ଷ୍ଟେସନ୍ ଠାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ। ଅଗଷ୍ଟ ୨୦୧୯ ମସିହାରେ ମହିପୁର ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ୨୦୨୦ମଧ୍ୟରେ ନୂଆଗାଁ ପର୍ଯ୍ୟନ୍ତ ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ଥିଲା । କିନ୍ତୁ କରୋନା ପାଇଁ ଏହି କାମରେ ବହୁ ବିଳମ୍ବ ହୋଇଥିଲା ।

ଖୋର୍ଦ୍ଧା ବଲାଙ୍ଗିର ରେଳପଥର ନୂଆଗାଁ ପର୍ଯ୍ୟନ୍ତ ୬୫ କି.ମି ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଗତ ମାର୍ଚ୍ଚ ୨୩ରେ ଦକ୍ଷିଣ ପୂର୍ବ ସର୍କଲ ରେଳ ସୁରକ୍ଷା କମିଶନର୍ ସୁଭୋମୟ ମିତ୍ର ଏକ ସ୍ପେସାଲ୍ ଟ୍ରେନ୍‌ରେ ନୟାଗଡ଼ ଆସି ସେଠାରୁ ସୁରକ୍ଷା ଯାଞ୍ଚ୍ ବଗିରେ ନୂଆଗାଁ ପର୍ଯ୍ୟନ୍ତ ଯାଇ ସୁରକ୍ଷା ଯାଞ୍ଚ୍ କରିଥିଲେ । ଆଜିଠାରୁ ନୂଆଗାଁକୁ ରେଳଚଳାଚଳ ଆରମ୍ଭ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.