ଖୁଡ଼ି ଶାଶୂଙ୍କୁ ଶାବଳରେ ହତ୍ୟା କଲା ଜ୍ଵାଇଁ, ଅଭିଯୁକ୍ତ ଗିରଫ

ନୂଆଗାଁ, ୨୫/୦୧ : ଖୁଡ଼ି ଶାଶୂଙ୍କୁ ଶାବଳରେ ହତ୍ୟା କଲା ଜ୍ଵାଇଁ। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତର କାତେପୁର କୁମ୍ଭାର ବସ୍ତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ, ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତର କାତେପୁର କୁମ୍ଭାର ବସ୍ତିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ମୁନା କୁମ୍ଭାର (୪୦ ବର୍ଷ) ନାମକ ଜଣେ ଯୁବକ ନିଜ ଖୁଡିଶାଶୂ ମୁନି କୁମ୍ଭାରଙ୍କୁ ଶାବଳରେ ମାରି ହତ୍ୟା କରିଛି। ଏହା ସହ ଦାଦା ଶ୍ଵଶୁର ଭଦର କୁମ୍ଭାରଙ୍କ ଉପରକୁ ଆକ୍ରମଣ କରିଛି। ଭଦର କୁମ୍ଭାରଙ୍କୁ ଗାଁ ଲୋକେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଖବର ପାଇ ବିଶ୍ରା ଥାନା ଅଧିକାରୀ ଭଗବାନ ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।