ନୂଆପଡ଼ା ୨୩/୧୦: ନୂଆପଡ଼ା ଉପନିର୍ବାଚନ ଗଡ଼ ଜିତିବାକୁ ବିଜେପିର ନୂଆ ରଣନୀତି। ନୂଆପଡ଼ାର ୮ ଜୋନ୍ ଜଗିବେ ୮ କ୍ୟାବିନେଟ୍ ମନ୍ତ୍ରୀ।  ୮ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲା ଭାରତୀୟ ଜନତା ପାର୍ଟି।ବଞ୍ଜରୀ ଜୋନ୍​‌ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାଣ ନାୟକ, ସୁନାଦେଇ ଜୋନ୍ ପାଇଁ ଗଣେଶ ରାମସିଂ ଖୁଣ୍ଟିଆ, ପାତାଳେଶ୍ୱର ଜୋନ୍ ପାଇଁ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ଜେନ୍‌ ପାଇଁ କୃଷ୍ଣ ଚନ୍ଦ୍ର ପାତ୍ର, କୋନାଭଇରା ଜୋନ୍ ପାଇଁ ବିଭୁତି ଭୂଷଣ ଜେନା,ଯୋଗେଶ୍ୱର ଜୋନ୍ ପାଇଁ ନିତ୍ୟନନ୍ଦ ଗଣ୍ଡ,ନୂଆପଡ଼ା ଏନଏସି ପାଇଁ ମୁକେଶ ମହାଲିଙ୍ଗ, ଖରିଆର ରୋଡ଼ ଏନଏସି ପାଇଁ କୃଷ୍ଣ ଚନ୍ଦ୍ର ମହାପତ୍ର ଦାୟିତ୍ବ ଦିଆଯାଇଛି। 

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ  ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ୧୯  ଆଶାୟୀଙ୍କ ମଧ୍ୟରୁ ୫ଜଣଙ୍କ ପ୍ରାର୍ଥିପତ୍ର ନାକଚ  ହୋଇଛି । ୬ଜଣ ଦଳୀୟ ଓ ୮ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ  ମିଶାଇ ସମୁଦାୟ ୧୪ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ଅକ୍ଟୋବର ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ କରାଯାଇଛି। ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୧୧ରେ ଭୋଟଗ୍ରହଣ ଓ ୧୪ରେ  ଗଣତି ହୋଇ ଫଳାଫଳ ପ୍ରକାଶିତ ହେବ ।