PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ନୂଆପଡ଼ାରେ ପୁଣି ଲାଲ ତାଣ୍ଡବ, ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନୂଆପଡା,୧୯/୦୮: ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୁଣି ରକ୍ତମୁଖା ହୋଇ ଉଠିଛି ଲାଲ ବାହିନୀ । ଗତ କାଲି ରାତିରେ ଢେକୁନପାଣି ଗାଁ ମୁଣ୍ଡରେ ମାଓବାଦୀ ମାନେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି । ମୃତକ ଯୁବକ ଅନନ୍ତରାମ ରାଉତ(୪୦) ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଛତିଶଗଡ଼ ରାଜ୍ୟ ନାଗରର ଗାଁର ଜଣେ ଯୁବକ ସୁନାବେଡା ଅଭୟାରଣ୍ୟ ଅଧିନ କୋମନା ଥାନା ଢେକୁନପାଣି ଗାଁରେ ରହୁଥିଲେ । ଗତ କାଲି ରାତିରେ ଯୁବକ ଜଣକ ଶୋଇଥିବା ବେଳେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଯୁବକ ଅନନ୍ତ ରାମ ରାଉତ ବୋଲି ଜଣା ପଡ଼ିଛି । ଏବେ ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ମୃତ ଦେହ ପଡି ରହିଥିବା ବେଳେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଏହା ଏକ ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୁଲିସ ପହଂଚି ପାରି ନାହିଁ । ତେବେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ପରିଚୟ ଜଣା ପଡିନଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର