ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଏଣିକି ବର୍ଷକୁ ଦୁଇ ଥର ହେବ NORCET, ଘୋଷଣା କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

Published By : Tapas Panda | June 16, 2025 5:29 PM

Image Courtesy: careers360

ନୂଆଦିଲ୍ଲୀ: ନର୍ସିଂ ଅଫିସର ନିଯୁକ୍ତି ସାଧାରଣ ଯୋଗ୍ୟତା ପରୀକ୍ଷା (NORCET) ଏବେ ବର୍ଷକୁ ଦୁଇଥର କରାଯିବ। ଏପର୍ଯ୍ୟନ୍ତ ଏହି ପରୀକ୍ଷା ବର୍ଷକୁ କେବଳ ଥରେ ଅନୁଷ୍ଠିତ ହେଉଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ, ନର୍ସିଂ ଅଫିସର ନିଯୁକ୍ତି ସାଧାରଣ ଯୋଗ୍ୟତା ପରୀକ୍ଷା, ବର୍ଷକୁ ଥରେ ନୁହେଁ ଦୁଇଥର ଅନୁଷ୍ଠିତ ହେବ। ଏହି ପଦକ୍ଷେପ ସମୟସୀମା ମଧ୍ୟରେ ଭର୍ତ୍ତି ଏବଂ ରୋଗୀ ସେବା ସୁନିଶ୍ଚିତ କରିବ । ଏହି ନୀତିଗତ ପରିବର୍ତ୍ତନ AIIMS ଏବଂ ମନ୍ତ୍ରଣାଳୟର ରଣନୈତିକ ଯୋଜନା ଉପରେ ଆଧାରିତ । 

NORCET 2025 ନୂଆଦିଲ୍ଲୀ ଏମ୍ସ ଦ୍ୱାରା ସମସ୍ତ ଏମ୍ସ ପାଇଁ ଆୟୋଜନ କରାଯାଇଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ନୂତନ ଏମ୍ସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟାନ୍ୟ ସରକାରୀ ହସ୍ପିଟାଲ ମଧ୍ୟ ଅନ୍ତର୍ଭୁକ୍ତ। ନର୍ସିଂ ଅଫିସର ନିଯୁକ୍ତି ଲାଗି ହେଉଥିବା ଏହି ପରୀକ୍ଷା AIIMS ଦ୍ୱାରା ପରିଚାଳିତ ଏକ ନିଯୁକ୍ତି ପରୀକ୍ଷା। ଏହି ପରୀକ୍ଷା ନର୍ସିଂ ଅଫିସରଙ୍କ ନିଯୁକ୍ତି ପାଇଁ ପରିଚାଳିତ ହୁଏ । 

ଏହି ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନଙ୍କର B.Sc ନର୍ସିଂ କିମ୍ବା ପୋଷ୍ଟ ବେସିକ୍ ନର୍ସିଂ ଡିଗ୍ରୀ ଥିବା ଆବଶ୍ୟକ । ଏହା ସହିତ ପ୍ରାର୍ଥୀ ରାଜ୍ୟ ନର୍ସିଂ ପରିଷଦ କିମ୍ବା କେନ୍ଦ୍ରୀୟ ନର୍ସିଂ ପରିଷଦରେ ପଞ୍ଜୀକୃତ ହୋଇଥିବା ଜରୁରି । ଆବେଦନ ଲାଗି ବୟସ ସୀମା ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ । ଚଳିତ ବର୍ଷ ପ୍ରିଲିମିନାରୀ ପରୀକ୍ଷା ୧୨ ଏପ୍ରିଲରେ ଏବଂ ମୁଖ୍ୟ ପରୀକ୍ଷା ୨ ମେ’ରେ ଅନୁଷ୍ଠିତ ହୋଇଥିଲା। ପ୍ରିଲିମିନାରୀ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷାରେ ଯୋଗ ଦେଇଥିଲେ। ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ୨୪ ଫେବୃଆରୀରେ ଆରମ୍ଭ ହୋଇଥିଲା ଏବଂ ଆବେଦନ କରିବାର ଶେଷ ତାରିଖ ୧୭ ମାର୍ଚ୍ଚ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.