ସାଂସଦ ହେବା ପରେ ଏବେ ବୋହୂ ହେବେ ନୁସରତ

ନୁଆଦିଲ୍ଲୀ ୧/୬: ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ଭାରୀ ମାତ୍ରାରେ ବିଜୟ ହାସଲ କରିଛି । ଲୋକସଭା ନିର୍ବାଚନ ୨୦୧୯ରେ ୫୪୩ରୁ ୫୪୨ ଆସନରୁ ମତଗଣନାର ଫଳାଫଳ ପରେ କେନ୍ଦ୍ରରେ ପୁଣି ମୋଦିଙ୍କ ସରକାର ଆସିଛି । ବିଜେପି ରାଜସ୍ଥାନ, ମଧ୍ଯପ୍ରଦେଶ, ଗୁଜରାତ, ମହାରାଷ୍ଟ୍ର, ୟୁପି ଓ ପଶ୍ଚିମବଙ୍ଗରେ ମଧ୍ଯ ଭଲ ପ୍ରଦର୍ଶନ କରିଛି ବିଜେପି ।
ତେବେ ଏଥର ଅନେକ ଫିଲ୍ମ ତାରକା ମଧ୍ଯ ଲୋକସଭା ନିର୍ବାଚନରେ ନିଜ ଭାଗ୍ଯ ପରୀକ୍ଷା କରିଥିଲେ । କାହାକୁ ସଫଳତା ମିଳିଲା ତ ଆଉ କିଏ ହାର୍ ବରଣ କଲା । ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ନୁସରତ ଜହାଁ । ନୁସରତ ପଶ୍ଚିମବଙ୍ଗର ଜଣେ ଫେମସ ଅଭିନେତ୍ରୀ । ସେ ପଶ୍ଚିମବଙ୍ଗର ବଶିରହାର ଆସନରୁ ଟିଏମସି ତରପରୁ ନିର୍ବାଚନ ଲଢିଥିଲେ ଏବଂ ତାଙ୍କୁ ସଫଳତା ମଧ୍ଯ ମିଳିଥିଲା । ନିର୍ବାଚନରେ ବିଜୟ ପରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଏହା ସହିତ ତାଙ୍କ ବିବାହକୁ ନେଇ ମଧ୍ଯ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା । ତେବେ ନିଜ ବିବାହ ଖବରକୁ ନେଇ ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ନୁସରତ ଇନଷ୍ଟାଗ୍ରାମରେ ନିଜ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ରିଙ୍ଗ ନଜର ଆସୁଛି । ସେ ଏହି ଫଟୋ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି ଯେ ଯେତେବେଳେ ଶେଷରେ ବାସ୍ତବତା ସ୍ୱପ୍ନ ଠାରୁ ଭଲ ହୋଇଥାଏ, ଜୀବନରେ ଜଣେ ଅନ୍ଯ ଜଣଙ୍କୁ ଧରି ରଖିବା ଉଚିତ୍…. । ଏବଂ ଏହି ପୋଷ୍ଚ ତାଙ୍କ ବିବାହ ଖବରକୁ କନଫର୍ମ କରୁଛି । ମିଡିଆ ରିପୋର୍ଟ୍ସ ଅନୁସାରେ ନୁସରତ ଖୁବଶୀଘ୍ର କୋଲକାତାରେ ବିଜନେସ୍ ମ୍ୟାନ୍ ନିଖିତ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି ।
କହିରଖୁଛୁ ନୁସରତଙ୍କ ଜନ୍ମ ପଶ୍ଚିମବଙ୍ଗର କୋଲକାତାରେ ୮ ଜାନୁୟାରୀରେ ୧୯୯୦ ରେ ହୋଇଥିଲା । ସେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଭଲ ଅଭିନେତ୍ରୀଙ୍କ ମଧ୍ଯରୁ ଜଣେ । ସେ କୋଲକାତାର ଆଭର ଲେଡି କ୍ୱିନ୍ ଅଫ ଦ ମିଶନ ସ୍କୁଲ୍ରୁ ପାଠପଢା ଆରମ୍ଭ କରିଥିଲେ । ଏହା ପରେ ସେ ଭବାନୀପୁର କଲେଜରୁ କମର୍ସରେ ସ୍ନାତକରେ ଡିଗ୍ରୀ ହାସଲ କରିଥିଲେ । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ।