ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଲଣ୍ଡନରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପାନୀ ଏଚ୍ସିଏଲ୍ର ଓଡ଼ିଆ ସଫ୍ଟୱେର ଇଞ୍ଜିନିୟର ବିନୟ ପାଣିଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି । ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଲଣ୍ଡନର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁ ଖବର କମ୍ପାନି ଓ ହସ୍ପିଟାଲ କର୍ତ୍ତୃପକ୍ଷ ବିନୟର ପରିବାର ଲୋକଙ୍କୁ ଜଣାଇ ନଥିଲେ । ବରଂ ଅ।।ଜି ପର୍ଯ୍ୟନ୍ତ ସେହି ହସ୍ପିଟାଲରେ ତାଙ୍କୁ ପକାଇ ରଖିଛନ୍ତି ।
ଗତ ୧୪ ତାରିଖ ଦିନ ବିନୟ ତା’ର ପରିବାର ଲୋକଙ୍କ ସହିତ ଶେଷ ଥର କଥା ହୋଇଥିଲା । ତା’ ପର ଦିନ ବିନୟ ପାଖକୁ ଯୋଗାଯୋଗ କରିପାରି ନଥିଲେ ସମ୍ପର୍କୀୟ । ୧୬ ତାରିଖରେ ଲଣ୍ଡନସ୍ଥିତ ତା’ର ସାଙ୍ଗସାଥୀଙ୍କୁ ପଚାରି ଥିଲେ ମଧ୍ୟ କିଛି ଖବର ମିଳି ନଥିଲା । ପରେ ଜଣାପଡ଼ିଲା ଯେ ବିନୟ ହସ୍ପିଟାଲରେ ଚିକିତ୍ସା ହେବା ପାଇଁ ଯାଇଛନ୍ତି । ହେଲେ ସେଠାରେ ତାଙ୍କର କେମିତି ମୃତ୍ୟୁ ହେଲା ବୋଲି ଏବେ ସନ୍ଦେହ କରାଯାଉଛି । ତେଣୁ ବିନୟକୁ ହତ୍ୟା କରାଯାଇଥିବା ପରିବାର ଲୋକ ଓ ତା’ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି । ବିନୟର ରହସ୍ୟଜନକ ମୃତ୍ୟୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସମ୍ପର୍କୀୟମାନେ ଦାବି କରୁଛନ୍ତି । ସୂଚନା ମୁତାବକ ପୁରୀରେ ବିନୟଙ୍କ ଘର । ଏଚ୍ସିଏଲ୍ କମ୍ପାନିର ବାଙ୍ଗାଲୋରରେ ସେ କାମ କରୁୁଥିଲେ । ପରେ କମ୍ପାନୀ ତାଙ୍କୁ ଲଣ୍ଡନ ନେଇଥିବା ସୂଚନା ମିଳିଛି ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...