ଭୁବନେଶ୍ୱର,୦୫/୦୯: ଓଡ଼ିଆ  ଫିଲ୍ମ "ଡେଲିଭରି ବୟ’ର ସଫଳତା  ପରେ ଏକ ଅନନ୍ୟ ରୋମାଞ୍ଚକ  କାହାଣୀ ଆଣିଛି ଏହାର ଦ୍ୱିତୀୟ ଭାଗ  "ଡେଲିଭରି ବୟ-୨’ । ଏହା ଏକ  ଥ୍ରିଲର୍‌ ଫିଲ୍ମ । ଯାହା ଅନ୍ୟାୟ, ମିଡିଆ ହେରଫେର ଓ ଗଭୀର ରହସ୍ୟ ସହ  ଦର୍ଶକଙ୍କ ମନ ଜିତିବ। ଏକ ନୂଆ  ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ  ବାନ୍ଧି ରଖିବାରେ ସଫଳ ହେବ ବୋଲି ସୋମବାର ସନ୍ଧ୍ୟାରେ  ଆୟୋଜିତ ଅଡିଓ ରିଲିଜ୍‌ ଉତ୍ସବରେ ପ୍ରଯୋଜନା ସଂସ୍ଥା କହିଛି ।  ଏହି କାର୍ଯ୍ୟକ୍ରମରେ ସିନେମା ଟିମ୍‌ ସହ ବିତରକ ସଚ୍ଚିକାନ୍ତ  ଜେନା, କ୍ୟାମେରାମ୍ୟାନ୍‌ ଈଶ୍ୱର ବାରିକ, ନୃତ୍ୟ ନିର୍ଦ୍ଦେଶକ  ଅମିତ୍‌ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।   

ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର  ପ୍ରଯୋଜନା ସହ କାହାଣୀ ଲେଖିଛନ୍ତି ଜ୍ୟୋତି ରଞ୍ଜନ ମହାନ୍ତି  (ଜେଆର୍‌ଏମ୍‌) । ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଚ୍ଚିତା, ଶୈଳେନ୍ଦ୍ର  ସାମନ୍ତରାୟ, ବୁଦ୍ଧାଦିତ୍ୟ ମହାନ୍ତି, ପ୍ରିୟମ୍ବଦା, ଶ୍ରୀତମ୍‌ ଦାସ,  ଭୂପିନ୍ଦର, ସୁଶାନ୍ତ ଦାସ ମହାପାତ୍ର ଓ ସନ୍ତୁ ଥିବାବେଳେ  କ୍ରିଏଟିଭ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ, ଡା. ନିର୍ମଳ ନାୟକ ।  ଅରୁଣ ମନ୍ତ୍ରୀଙ୍କ ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ୍‌  ସାଗର, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଅନ୍ତରା ଚକ୍ରବତି ।