ମିଳିତ ସ୍ୱର ଉଠାଇଲା ସିନେ ଜଗତ: ଜିଏସ୍ଟିମୁକ୍ତ ହେଉ ଓଡ଼ିଆ ସିନେମା

source:www.seekpng.com
ଭୁବନେଶ୍ୱର,୬ା୩(ବ୍ୟୁରୋ): ଜିଏସ୍ଟି ମୁକ୍ତ ହେଉ ଓଡ଼ିଆ ସିନେମା । ପ୍ରେକ୍ଷାଳୟ, ପ୍ରଯୋଜକ, କଳାକାର ଏବଂ ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସ ଆସୋସିଏସନ୍ ମିଳିତ ଭାବେ ଏହି ଦାବି କରିଛନ୍ତି । କହିଛନ୍ତି, ପୂର୍ବରୁ ସରକାର ଯେଉଁଭଳି ସମ୍ପୂର୍ଣ୍ଣ ଟିକସ୍ ମୁକ୍ତ କରିଥିଲେ ଏବେ ସେହିଭଳି ଟିକସ୍ ମୁକ୍ତ କରନ୍ତୁ । ନଚେତ ହଲ୍ ବନ୍ଦ ହେଇଯିବ । ଆଉ ଓଡ଼ିଆ ଫିଲ୍ମର ଗତି ଧାରା ଆଗକୁ ବଢ଼ି ପାରିବନି । ତେଣୁ ସରକାର ଏହା ଉପରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । ଓଡଅ଼ିା ଚଳଚ୍ଚତ୍ରି ଶଳ୍ପି ମହାସମାବେଶରେ ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖି କହିଛନ୍ତି, ୨୦୦୬ ମସିହାରୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଆ ସିନେମାରେ ମନୋରଞ୍ଜନ ଟିକସ୍ ମୁକ୍ତ କରିଥିଲେ । କିନ୍ତୁ ଜିଏସ୍ଟି ଆସିବା ପରେ ପୁନର୍ବାର ଟିକସ୍ ଲାଗୁ ହେଇଗଲା ।
ଯେଉଁଥିପାଇଁ ଟିକେଟ୍ ପିଛା ଜିଏସ୍ଟି ୧୨% ଦେବାକୁ ପଡ଼ୁଛି । ତେଣୁ ତାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରାଯିବା ଦରକାର । ଓଡ଼ିଆ ଫିଲ୍ମର ଉନ୍ନତି, ଦର୍ଶକଙ୍କୁ ଓଡ଼ିଆ ସିନେମା ପ୍ରତି ଆକର୍ଷିତ କରାଇ ହଲ୍ ମୁହାଁ କରାଇବାରେ ଏହା ପ୍ରମୁଖ ମାର୍ଗ । ଆମେ ଏଥିପାଇଁ ଟିକସ୍ ମୁକ୍ତ କରିବାକୁ ଦାବି କରୁଛୁ । କାରଣ ଅନ୍ୟ ରାଜ୍ୟମାନଙ୍କରେ ବି ସେଠାକାର ସରକାର ଆଞ୍ଚଳିକ ସିନେମା ଉପରୁ ଟିକସ୍ ମୁକ୍ତ କରିଛନ୍ତି । ବିଶେଷକରି ଆସାମ, ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତାମଲିନାଡୁରେ ସରକାର ଆଞ୍ଚଳକି ସେିନମାକୁ ସମ୍ପୂର୍ଣ୍ଣ ଭାବେ ଜିଏସ୍ଟି ମୁକ୍ତ କରିଛନ୍ତି । କେବଳ ପଶ୍ଚିମବଙ୍ଗରେ ସରକାର ୨ପ୍ରତିଶତ ଜିଏସ୍ଟି ନେଉଛନ୍ତି । ଅନ୍ୟ ରାଜ୍ୟମାନଙ୍କୁ ଉଦାହରଣ ସ୍ୱରୂପ ନେଇ ଓଡ଼ିଶା ସରକାର ବି ଏହି ବ୍ୟବସ୍ଥାକୁ ଆପଣାଇ ଓଡ଼ିଆ ସିନେମା ଟିକେଟ୍କୁ ଜିଏସ୍ଟି ମୁକ୍ତ କରନ୍ତୁ ।
ଓଡଅ଼ିା ଚଳଚ୍ଚତ୍ରିର ଉନ୍ନତ ିପାଇଁ ସରକାର ଯଦି ଚଳଚ୍ଚିତ୍ର ନୀତି-୨୦୧୯ ପ୍ରଣୟନ କଲେ । ଆଗକୁ ସିନେମା ପ୍ରେକ୍ଷାଳୟ, ଚଳଚ୍ଚିତ୍ର ନଗର ଏବଂ ଚଳଚ୍ଚିତ୍ର ଶୁଟିଂ ଲାଗି ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତି କରିବାକୁ ଯାଉଛନ୍ତି, ତା’ ପୂର୍ବରୁ ଏହି କାର୍ଯ୍ୟଟି କଲେ ବିଶେଷ ଭାବେ ଦର୍ଶକ, ପ୍ରଯୋଜକ, ପ୍ରେକ୍ଷାଳୟ ମାଲିକମାନେ ଉପକୃତ ହେବେ । ସିନେ ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ସରକାରଙ୍କ ପାଖରେ ଦାବି ରହିବ, ଓଡ଼ିଆ ସିନେମା ଟିକେଟ୍ ଉପରୁ ଜିଏସ୍ଟି ବୋଝକୁ ହଟାଇ ଦିଆଯାଉ । ପ୍ରଫୁଲ୍ଲ ଘଡ଼େଇ ଅର୍ଥମନ୍ତ୍ରୀ ଥିଲା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଯୋଜକବିତରକ ଏବଂ ହଲ୍ ମାଲିକଙ୍କ ସ୍ୱାର୍ଥକୁ ନଜରରେ ରଖି ଓଡ଼ିଆ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ କର ମୁକ୍ତ ପାଇଁ ନଷ୍ପିତ୍ତ ିହୋଇଥଲିା । ଯେହେତୁ ଓଡ଼ିଆ ଫିଲ୍ମର ସଂଖ୍ୟା କମି କମି ଯାଉଥିଲା । ସରକାରୀସ୍ତରରେ ଓଡ଼ିଆ ଫିଲ୍ମକୁ ସରକାର କୌଣସି ପ୍ରକାରର ସହଯୋଗ କରିପାରୁ ନଥିଲେ ତେଣୁ ଟିକସ୍ ବା କର ମୁକ୍ତ କରି ସରକାର ଫିଲ୍ମ ନିର୍ମାତାଙ୍କ ଆଡ଼କୁ ଏକ ପ୍ରକାରର ସହାୟତା ହାତ ବଢ଼ାଇଥିଲେ । ମାତ୍ର ଜିଏସ୍ଟି ଆସିବା ପରଠୁ ସବୁକିଛି ବଦଳି ଯାଇଛି । ରାଜ୍ୟରେ ସିନେମା ପ୍ରେକ୍ଷାଳୟ ସଂଖ୍ୟା କମିବାରେ ଲାଗିଛି । ସିନେମା ସଂଖ୍ୟା ବି ବଢ଼ିପାରୁନି । ତେଣୁ ସରକାର ଏହାକୁ ଆନ୍ତରିକତା ସହ ବିଚାର କରିବାକୁ ଦାବି ହୋଇଛି ।