କଳାହାଣ୍ଡି,୨୬/୧୨ : ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡିର ଯୁବତୀଙ୍କୁ ତେଲଙ୍ଗନାରେ ହତ୍ୟା l ଯୁବତୀ ଜଣଙ୍କ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ବୋଲି ଜଣାପଡ଼ିଛି । ପରିବାର ସହ ତେଲେଙ୍ଗାନାର ଖମନ ପ୍ରକାଶନଗରକୁ ଦାଦନ ଖଟିବା ପାଇଁ ଯାଇଥିଲେ l ହେଲେ ଆଜି ଏକ ନଦୀ ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି l ତେବେ ଯୁବତୀ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି l