PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ପୁଲୱାମାରେ ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ ! ଅଜିତଙ୍କ ପରିବାରକୁ ଫୋନ କରି ଜଣାଇଲେ ଆର୍ମି କ୍ୟାମ୍ପ

ଢେଙ୍କାନାଳ ୧୮।୬:  ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ନାଁ ଅଜିତ ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଗାଁରେ। ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ସେ ସହିଦ ହୋଇଥିବା ଖବର ଆର୍ମୀ କ୍ୟାମ୍ପ ଅଜିତଙ୍କ ପରିବାରକୁ ଫୋନ୍ ଯୋଗେ ଜଣାଇଥିବା ଜଣାପଡ଼ିଛି। ଆଜି ରାତିରେ ତାଙ୍କ ମରଶରୀର ପହଞ୍ଚିବ। 

ଅଜିତ ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ। ସହିଦ ଯବାନଙ୍କ ବାପା ସନ୍ତୋଷ କୁମାର ସାହୁ କହିଛନ୍ତି ଯେ, ଗତ ରାତି ୧୦ଟା ବେଳେ ସେମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଏହି ସମୟରେ ତା’ ଦେହରେ ଗୁଳି ବାଜିଥିଲା। ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରାତି ୨ଟା ୫୦ ମିନିଟ୍‌ରେ ତାର ମୃତ୍ୟୁ ଘଟିଥିବା ନେଇ ଆଜି ସକାଳେ ଫୋନ୍‌ ଜରିଆରେ ଆମକୁ ସୂଚନା ଦିଆଯାଇଛି ବୋଲି ସେ କହିଛନ୍ତି।