PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଛତିଶଗଡ଼ ସ୍କୁଲ ପାଠ୍ୟକ୍ରମରେ ଏଣିକି ଓଡ଼ିଆ ଭାଷା

ଝାରସୁଗୁଡ଼ା, ୧୨ା୭(ଆପ୍ର): ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଲୋକଙ୍କ ପାଇଁ ଖୁସିର ଖବର । ବହୁ ଦିନର ପ୍ରତୀକ୍ଷା ପରେ ଏଣିକି ଛତିଶଗଡ଼ ରାଜ୍ୟରେ ମାତୃଭାଷା ଓଡ଼ିଆ ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକସ୍ତରୀୟ ପାଠ୍ୟକ୍ରମରେ ସ୍ଥାନ ପାଇବ । ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ଛତିଶଗଡ଼ ହାଇକୋର୍ଟରେ ଦାୟର କରାଯାଇଥିବା ଜନସ୍ୱାର୍ଥ ମାମଲାର ବିଚାର ସମୟରେ ଛତିଶଗଡ଼ ସରକାର ନିଜର ପକ୍ଷ ରଖିଥିଲେ ଏବଂ ରାଜ୍ୟରେ ସ୍କୁଲ ପାଠ୍ୟକ୍ରମରେ ଓଡ଼ିଆ ଭାଷା ସ୍ଥାନିତ ହେବା ନେଇ ବିଚାର କରାଯିବା ସହ ନିଷ୍ପତ୍ତି ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ । ଗତ ୧୧ ତାରିଖ ଦିନ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଆଶ୍ୱାସନା ପରେ ଏହି ମାମଲାର ପରିସମାପ୍ତି ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।

୨୦୧୬ ମସିହାରେ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ପଢିଗାଁଠାରେ ରହୁଥିବା ଟିମରଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମଶଙ୍କର ପଣ୍ଡା ଛତିଶଗଡ଼ ସରକାରଙ୍କଠାରେ ରାଜ୍ୟରେ ଓଡ଼ିଆ ଭାଷାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ଲାଗି ଦାବି ଜଣାଇଥିଲେ । ସେ ଦର୍ଶାଇଥିଲେ, ରାୟଗଡ଼, ମହାସମୁନ୍ଦ, ସରାଇପାଲି, ସାରଙ୍ଗଗଡ଼ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରାୟ ଦଶ ଲକ୍ଷ ଓଡ଼ିଆ ବସବାସ କରୁଛନ୍ତି ଯେଉଁ ମାନଙ୍କର ମାତୃଭାଷା ଓଡ଼ିଆ । ସେମାନେ ଓଡ଼ିଆରେ କଥାବାର୍ତ୍ତା କରୁଛନ୍ତି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଜଣେ ମାତୃଭାଷାରେ ଶିକ୍ଷା ଲାଭ କରି ପାରିବ । ମାତ୍ର ଛତିଶଗଡ଼ରେ ଏତେସଂଖ୍ୟକ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରୁଥିଲେ ହେଁ ଓଡ଼ିଆ ଭାଷାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରା ନ ଯିବାରୁ ଏହି ଶିକ୍ଷାଲାଭ କ୍ଷେତ୍ରରେ ସମସ୍ୟା ଦେଖା ଦେଉଛି । ଏଥିସହ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଲୋକଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି । ୨୦୧୬ରେ ଏହି ଦାବି ଉପରେ ରାଜ୍ୟ ସରକାର ଗୁରୁତ୍ୱ ନ ଦେବାରୁ ଚଳିତ ବର୍ଷ ଛତିଶଗଡ଼ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଉକ୍ତ ଜନସ୍ୱାର୍ଥ ମାମଲାର ବିଚାର କରି ଓଡ଼ିଆ ଭାଷାକୁ ସ୍କୁଲ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରିବା ନେଇ ବିଚାର କରାଯିବାକୁ ରାଜ୍ୟ ସରକାରଙ୍କ ଆଶ୍ୱାସନା ପରେ ଗତ ଗୁରୁବାର ଛତିଶଗଡ଼ ହାଇକୋର୍ଟ ଏହି ମାମଲାର ପରିସମାପ୍ତି କରିଥିଲେ ବୋଲି ଜନସ୍ୱାର୍ଥ ମାମଲା ପରିଚାଳନା କରିଥିବା ଆଇନଜୀବୀ ହମିଦା ସିଦ୍ଦିକି କହିଛନ୍ତି ।

ସେ ଆହୁରି କହିଛନ୍ତି, ଛତିଶଗଡ଼ରେ ସ୍ଥାୟୀ ରୂପେ ଓଡ଼ିଆ ଲୋକେ ବସବାସ କରୁଥିଲେ ହେଁ ସେମାନଙ୍କର ପିଲାମାନେ ମାତୃଭାଷା ରୂପେ ଓଡ଼ିଆ ଭାଷାକୁ ବ୍ୟବହାର କରିଥାନ୍ତି । ସେଭଳି ଓଡ଼ିଆ ପରିବାରଙ୍କ ପିଲାଙ୍କ ପାଇଁ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ଶିକ୍ଷାଲାଭ କ୍ଷେତ୍ରରେ ନିଜର ମାତୃଭାଷାର କୌଣସି ବିକଳ୍ପ ନାହିଁ । ଫଳସ୍ୱରୂପ ସେହି ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛତିଶଗଡ଼ ସରକାରଙ୍କୁ ନିଜର ପକ୍ଷ ରଖିବା ଲାଗି ସେଠିକାର ହାଇକୋର୍ଟ ସୁଯୋଗ ଦେଇଥିଲେ । ନିଜର ପକ୍ଷ ରଖି ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ସାମିଲ କରିବା ନେଇ ବିଚାର କରାଯିବାକୁ କୋର୍ଟକୁ ପ୍ରତିଶ୍ରୁତି ଦେଇଥିଲେ ।