ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସୁଟିଂ ଫ୍ଲୋରରେ ‘ଫେସବୁକ୍‌ ଲଭ୍‌’, ପ୍ରେମର ସହଜ ବାଟ ସୋସିଆଲ ମିଡିଆ...

କଟକ ୨୮/୦୫: ମୁନ୍‌ ଟିଭି ମୁଭିଜ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଫେସବୁକ ଲଭ’ର ସୁଟିଂ ଆରମ୍ଭ ହୋଇଛି । ପ୍ରେମ କେମିତି ବି ହୋଇପାରେ । ଏବେ ସୋସିଆଲ ମିଡିଆ ପ୍ରେମ ପାଇଁ ସହଜ ବାଟ ବୋଲି ପ୍ରାୟ ସମସ୍ତଙ୍କୁ ଜଣା । କିଏ ଫେସବୁକ ମାଧ୍ୟମରେ ତ କିଏ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମରେ ପଡୁଛି । ତେବେ କେତେ ଚିରସ୍ଥାୟୀ ଏ ଫେସବୁକ ଲଭ? ଏମିତି କିଛି ସୋସିଆଲ ମିଡ଼ିଆ ଘଟଣାବଳୀକୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ଫେସବୁକ ଲଭ’ । ପ୍ରଯୋଜକ ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକଙ୍କ ପ୍ରଯୋଜନାରେ ‘ଫେସବୁକ ଲଭ’ ର ସୁଟିଂ ଚାଲିଛି ।

ଚଳଚ୍ଚିତ୍ରରେ ରହିଛି ସମୁଦାୟ ୫ଟି ଗୀତ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି ଗୀତଗୁଡ଼ିକୁ ସ୍ୱରରେ ସଜାଇଛନ୍ତି ଏବଂ ଗୀତଗୁଡିକର କୋରିଓଗ୍ରାଫି କରୁଛନ୍ତି ଲୁବୁନ ଟୁବୁନ । ଅଶ୍ୱିନୀ ଗଡ଼ନାୟକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନେତ୍ରୀ ମହିମା ଦାସ, ଦିବ୍ୟାଶ୍ରୀ, ଶୁଭାଙ୍ଗୀ ଏବଂ ଅଭିନେତା ଚନ୍ଦନ ରହିଛନ୍ତି । ଗୀତଗୁଡ଼ିକର ସୁଟିଂ ପରେ ଡ୍ରାମା ଭାଗ ସୁଟିଂ ହେବ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ ପ୍ରଣୟ ଜେଠୀ ।

Copyright © 2022 - Summa Real Media Private Limited. All Rights Reserved.