ନୂଆଦିଲ୍ଲୀ,୦୬/୦୨; ମାଷ୍ଟରସେଫ୍ ଇଣ୍ଡିଆରେ ଓଡ଼ିଆ ଛୁଙ୍କ । ଓଡ଼ିଆ ଖାଇବାର ମହକରେ ମହକୁଛି ମାଷ୍ଟରସେଫ୍ କିଚେନ୍ । ମାଷ୍ଟରସେପ୍ ଇଣ୍ଡିଆ ୨୦୨୬ରେ କମାଲ କରିଛନ୍ତି ପୁରୀର ଦୁଇ ଭଉଣୀ ଅଞ୍ଜୁ-ମଞ୍ଜୁ । ଦୁଇ ଭଉଣୀ ଟପ୍ ୧୨ରେ ପହଞ୍ଚି ଓଡ଼ିଶାର ପାରମ୍ପରିକ ଖାଦ୍ୟ ପରସିଛନ୍ତି । ଅଞ୍ଜୁ-ମଞ୍ଜୁଙ୍କ ଯୋଡ଼ି ପ୍ରସ୍ତୁତ କରିଥିବା ଖାଦ୍ୟକୁ ବେଶ୍ ପ୍ରଶଂସା କରୁଛନ୍ତି ବିଚାରକମଣ୍ଡଳୀ । ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ସାମ୍ନା କରି ଆଗକୁ ବଢି ଚାଲିଛନ୍ତି ଅଞ୍ଜୁ-ମଞ୍ଜୁ ଯୋଡ଼ି । ଲୋକପ୍ରିୟ ରୋଷେଇ ରିଆଲିଟି ଶୋ' ମାଷ୍ଟରସେଫ୍ଇଣ୍ଡିଆର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି ଅଞ୍ଜୁ-ମଞ୍ଜୁ । ପ୍ରାୟ ୧୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟିପ୍ ୧୨ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଥିଲା । ଯେଉଁଥିରେ ପୁରୀର ଏହି ଦୁଇ ଭଉଣୀ ସ୍ଥାନ ପାଇଛନ୍ତି ।
ଏହା ବି ପଢନ୍ତୁ...‘ଲକ୍ଷ୍ମୀପୂରାଣ’ ମହିଳା ସଶକ୍ତିକରଣ, ସ୍ୱଚ୍ଛତା ସହ ସାମାଜିକ ସମରସତାର ବାର୍ତ୍ତା ଦେଇଛି : ଧର୍ମେନ୍ଦ୍ର ପ୍ରଧାନ
ପୁରୀର ପୂର୍ବତନ କାଉନସିଲର ଏବଂ ତାଙ୍କ ଉଭଣୀ ମାଷ୍ଟରସେଫ୍ରେ ମ୍ୟାଜିକ୍ କରିଛନ୍ତି । ପୁରୀ ମୁନସିପାଲଟି ୯ ନମ୍ବର ୱାର୍ଡର କାଉନସିଲର ଥିଲେ ଅଞ୍ଜୁ । ସେ ଶ୍ରୀମନ୍ଦିର ସେବାୟତ ପରିବାର ସଦସ୍ୟ ଗୌରହରୀ ପ୍ରଧାନଙ୍କ ପତ୍ନୀ ଅଞ୍ଜୁ । ସେ ଜଣେ ଶାକାହାରୀ । ମାଷ୍ଟରସେଫ୍ର ଯାତ୍ର ପାଇଁ ସେ କହୁନ୍ତି,ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅନେକ ସୁସ୍ୱାଦୁ ବ୍ୟଞ୍ଜନ ଅର୍ପଣ କରାଯାଏ । ତେଣୁ ଓଡ଼ିଶା ଏହା ରାନ୍ଧଣା ଐତିହ୍ୟ ପାଇଁ ଜଣାଶୁଣା । ଅଞ୍ଜୁ-ମଞ୍ଜୁଙ୍କ ଖାଦ୍ୟକୁ ତାରିଫ୍ କରିବା ସହିତ ବିଚାରକ ରଣବୀର ବ୍ରାର ପୁରୀ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ପ୍ରତି ତାଙ୍କର ଭଲପାଇବା ପ୍ରକାଶ କରିବା ସହ ମହାପ୍ରସାଦର ଗୁଣଗାନ କରିଥିଲେ । ସେ କହିଥିଲେ, ଦ୍ୱାଦଶ ଶତାଦ୍ଦୀରେ ଏହି ମନ୍ଦିର ପରିଦର୍ଶନ ସମୟରେ ମୋତେ ମହାପ୍ରସାଦ ଖାଇବାର ସୁଯୋଗ ମିଳିଥିଲା ।
ଦୁଇ ଉଉଣୀ ଅଞ୍ଜୁ-ମଞ୍ଜୁଙ୍କ ମାଷ୍ଟରସେଫ୍ ଯାତ୍ରା ପାଇଁ ସାଂସଦ ସମ୍ବିଦ ପାତ୍ର ଏକ୍ସରେ କହିଛନ୍ତି, ସୋନୀ ଟିଭିର ମାଷ୍ଟରସେଫ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଅଞ୍ଜୁ -ମଞ୍ଜୁଙ୍କ ଯୋଡ଼ି ଧମାଲ କରିଛନ୍ତି । ସାଧାରଣ ଓଡ଼ିଶା ପରିବାରରୁ ଆସି ଅଞ୍ଜୁ ପ୍ରଧାନ ଓ ତାଙ୍କ ଭଉଣୀ ମଞ୍ଜୁ ଓଝା ଓଡ଼ିଶାର ରେସିପି, ପଖାଳ, ଡାଲମା, ଶାଗ ଭଜା ପରି ପାରମ୍ପରିକ ବ୍ୟଞ୍ଜନ ଜରିଆରେ ପୁରା ଦେଶରେ ଓଡ଼ିଶାର ପରିଚୟ ତିଆରି କରିଛନ୍ତି । ଅନେକ ଯୋଡ଼ିଙ୍କୁ ପଛରେ ପକାଇ ଟପ୍ ୧୨ରେ ପହଞ୍ଚିଛନ୍ତି ନିଜର ସ୍ଥିତିକୁ ମଜବୁତ କରିଛନ୍ତି । ଏହି ସଫଳତା ଓଡ଼ିଶା ଭୋଜନ, ସଂସ୍କୃତି ଏବଂ ମହିଳାଙ୍କ ସ୍ବପ୍ନର ବିଜୟ ।'' ସୋସିଆଲ ମିଡ଼ିଆରେ ତାଙ୍କୁ ସମର୍ଥନ କରି ଓଡ଼ିଶାର ଗୌରବ ବଢାଇବାକୁ ଅପିଲ୍ କରିଛନ୍ତି ସାଂସଦ ସମ୍ବିତ୍ ପାତ୍ର ।
Sony TV के कार्यक्रम MasterChef India में ओडिशा की अंजू-मंजू जी की जोड़ी ने मचाया धमाल!
— Sambit Patra (@sambitswaraj) January 28, 2026
साधारण ओड़िया परिवार से निकलकर अंजू और मंजू जी ने ओडिशा की रेसिपीज़, पखाल, दालमा, साग भाजा जैसे पारंपरिक व्यंजनों के ज़रिए पूरे देश में ओडिशा की पहचान बनाई है। सैकड़ों जोड़ियों को पीछे छोड़ते… pic.twitter.com/9y0Gumrqtt