ଭୁବନେଶ୍ୱର ୦୯/୧୧:  ଓଡ଼ିଶାର ଷ୍ଟାର୍‌ ଆଥଲେଟ୍‌ ଅମିୟ  କୁମାର ମଲ୍ଲିକ ଆସନ୍ତା ୨୨ ତାରିଖରେ  ବିବାହ ବନ୍ଧନରେ ଆବଦ୍ଧ ହେବେ ।  ସେ ଶ୍ୱେତା ଅତିଲିଙ୍କୁ ବିବାହ କରିବେ। ଶ୍ୱେତାଙ୍କ ଘର ମୁମ୍ବାଇରେ । ଆସନ୍ତା ୨୧  ତାରିଖରେ ଉଭୟଙ୍କର ନିର୍ବନ୍ଧ ଏବଂ  ହଳଦୀ ଉତ୍ସବ ଅନୁଷ୍ଠିତ ହେବ । ଏହି  ଉତ୍ସବରେ ଉଭୟ ପରିବାରର ସଦସ୍ୟ  ଏବଂ ବନ୍ଧୁବାନ୍ଧବ ଯୋଗଦେବାର  କାର୍ଯ୍ୟକ୍ରମ ରହିଛି ।

ଅମିୟ କୁମାର ମଲ୍ଲିକ ଓଡ଼ିଶାରେ ଜନ୍ମିତ ଜଣେ ଦ୍ରୁତ ଧାବକ । ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଙ୍କ ନାମରେ ଜାତୀୟ ରେକର୍ଡ଼ ରହିଛି । ୨୦୧୬ ମସିହାରେ ଦିଲ୍ଲୀଠାରେ ୧୦୦ ମିଟର ଦୌଡ଼ ମାତ୍ର ୧୦.୨୬ ସେକେଣ୍ଡରେ ଅତିକ୍ରମ କରି ସେ ଏହି ଜାତୀୟ ରେକର୍ଡ଼ ସ୍ଥାପନା କରିଥିଲେ ।