PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ: ଖୁବ୍‌ଶୀଘ୍ର ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ରାଜ୍ୟରେ ସେଣ୍ଟର୍‌ ଅଫ୍‌ ଏକ୍ସିଲେନ୍ସି ବା ଭାଷା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବା କଥା । ଏହାକୁ ପ୍ରତିଷ୍ଠା ପାଇଁ ଭାରତ ସରକାର ଜାନୁଆରୀରେ ଘୋଷଣା କରିଛନ୍ତି । ଖୁବ୍‌ଶୀଘ୍ର ଏହା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପୁରୁଣା କ୍ୟାମ୍ପସ୍‌ରେ ଖୋଲାଯିବ । ପରବର୍ତ୍ତୀ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନ ମିଳିଲେ ଏହାର ବୃହତ ଅଟ୍ଟାଳିକା ନିର୍ମାଣ କରାଯିବ । ଯାହାର ନାଁ ରହିବ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ଲାସିକାଲ୍‌ ଓଡ଼ିଆ । ଏଥିପାଇଁ ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌ ପକ୍ଷରୁ ସମସ୍ତ ସହଯୋଗ କରିବାକୁ କୁହାଯାଇଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଶ୍ରୀ ପାଣିଗ୍ରାହୀ ଯୋଗଦେଇ ରାଜ୍ୟରେ
ଭାଷା କମିଶନ କାର୍ଯ୍ୟକାରୀ କରିବ ବୋଲି କହିଥିଲେ । ଶ୍ରୀ ପାଣିଗ୍ରାହୀ କହିଥିଲେ, ଭାଷା ଗବେଷଣା ପାଇଁ ଆଉ ଅର୍ଥର ଅଭାବ ରହିବ ନାହିଁ । ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଦିଆଯିବ । ରାଜ୍ୟ ବାହାରେ ଜେଏନ୍‌ୟୁ ଏବଂ ବିଏଚ୍‌ୟୁରେ ଭାଷାର ପ୍ରଚାର, ପ୍ରସାର ପାଇଁ ୨ଟି ଚେୟାର ପ୍ରତିଷ୍ଠା କରାଯାଇଛି । ଜେଏନ୍‌ୟୁରେ ପାଠପଢ଼ା ଏବଂ ଗବେଷଣା ଚାଲିଥିବାବେଳେ ବିଏଚ୍‌ୟୁରେ କିଛି ସମସ୍ୟା ଲାଗି ଚେୟାର କାମ ଆରମ୍ଭ ହୋଇପାରିନି ।
ଆଗକୁ ୟୁଜିଏସ୍‌ ଦ୍ୱାରା ହାଇଦ୍ରାବାଦ ସେଣ୍ଟ୍ରାଲ୍‌ ୟୁନିଭର୍ସିଟିରେ ଭକ୍ତକବି ଚେୟାର ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରେ କୁନ୍ତଳାକୁମାରୀ ଚେୟାର ପ୍ରତିଷ୍ଠା ହେବ । ତେଣୁ ସାମୂହିକ ଭାବେ ଓଡ଼ିଆ ଭାଷାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ୫ମ ବର୍ଷ ପୂର୍ତ୍ତି ଅବସରରେ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି ସଭାରେ ‘ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ କାଳ ନିର୍ଣ୍ଣୟ’ ବିଷୟରେ ଆଲୋଚନା ହୋଇଥିଲା ।
ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କ ସଭାପତିତ୍ୱରେ ଡ. ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ସମ୍ମାନିତ ଅତିଥି, ଡ. ବସନ୍ତ କୁମାର ପଣ୍ଡା, ଡ. କୀର୍ତ୍ତନ ନାରାୟଣ ପାଢ଼ୀ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ‘ଓଡ଼ିଆ ଭାଷା ଦୀପିକା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର
କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ପ୍ରାରମ୍ଭରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ଶେଷରେ ବିଭାଗୀୟ ଉପନିର୍ଦ୍ଦେଶକ ତଥା ଭାଷା ପ୍ରତିଷ୍ଠାନ ବିତ୍ତ, ପ୍ରଶାସନିକ ଅଧିକାରୀ ଦେବାନନ୍ଦ ବରିହା ଧନ୍ୟବାଦ ଦେଇଥିଲେ ।