PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଚଣ୍ଡୀଗଡ଼ରେ ହର୍ଷୋଲ୍ଲାସରେ ଉତ୍କଳ ଦିବସ ପାଳିତ

ଚଣ୍ଡୀଗଡ଼ ୨/୪: ସେକ୍ଟର ୩୧-ଡି,ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହର୍ଷୋଲ୍ଲାସର ସହ ପାଳିତ ହୋଇଛି ଉତ୍କଳ ଦିବସ। ଏଥିରେ ପଞ୍ଚକୁଲା, ମୋହାଲି ଏବଂ ଚଣ୍ଡୀଗଡ଼ ତ୍ରୈନଗରୀ ଓ ଏହାର ଆଖପାଖରେ ରହୁଥିବା ହଜାରୁ ଅଧିକ ଓଡ଼ିଆ ଭାଷାଭାଷୀ ଅତି ଉତ୍ସାହର ସହ ଯୋଗ ଦେଇଥିଲେ। ଏଥିରେ ଚଣ୍ଡୀଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ବିଜ୍ଞାନ ଓ ପ୍ରଯୁକ୍ତି ନିର୍ଦ୍ଦେଶକ ତଥା ପ୍ରଧାନ ବନ ସଂରକ୍ଷକ ଦେବେନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାତୃଭାଷା ଓଡ଼ିଆର ସୁରକ୍ଷା ଏବଂ ଉତ୍ତରପିଢ଼ିକୁ ଏହା କିଭଳି ଦିଆଯାଇପାରିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି, ଓଡ଼ିଶାର ସାମଗ୍ରୀକ ବିକାଶ ଦିଗରେ ସମସ୍ତେ ନିଜ କ୍ଷମତା ଓ ଦକ୍ଷତା ମୁତାବକ ଉଦ୍ୟମ କରିବା ଜରୁରୀ ବୋଲିକହିଥିଲେ ସେ। ସେହିଭଳି ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା କହିଥିଲେ ଯେ, ଆମ ସମୃଦ୍ଧ ଗୌରବମୟ ଇତିହାସକୁ ଯଦିଓ ଆମେ ମନେପକାଇବା ଜରୁରୀ, କିନ୍ତୁ ଓଡ଼ିଶାର ଭବିଷ୍ୟତକୁ କିଭଳି ସମୃଦ୍ଧ କରାଯାଇପାରିବ, ସେ ଦିଗରେ କାମ କରିବାର ଆବଶ୍ୟକତା ରହିଛି।

ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଚଣ୍ଡୀଗଡ଼ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଡକ୍ଟର ଆର.କେ.ରଥ, ଉପ-ସଭାପତି ଏସ୍.କେ.ଭୂୟାଁ ଏବଂ ସମ୍ପାଦକ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ସହ ସମ୍ପାଦକ ଅନୀଲ ମଲ୍ଲିକ ଉତ୍ସବ ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ରହୁଥିବା କୁନି କୁନି ଓଡ଼ିଆ ପିଲା ଏବଂ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ ଓଡ଼ିଶୀ, ସମ୍ବଲପୁରୀ, କଥକ ଏବଂ ଭାରତନାଟ୍ୟମ୍। ବନ୍ଦେ ଉତ୍କଳ ଜନନୀ ସଂଗୀତରୁ ଉତ୍ସବର ଆରମ୍ଭ ହୋଇଥିବା ବେଳେ ଏଥିରେ ଶ୍ରୀଜଗନ୍ନାଥାଷ୍ଟକମ୍ ଉପସ୍ଥାପନ କରିଥିଲେ ଭୂମି ଶତରୂପା। ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଏକ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଏବଂ ଉପସଭାପତି।

ଉତ୍ସବରେ ଅଂଶଗ୍ରହଣ କରିଥିବା ଓଡ଼ିଆମାନେ ଅତି ଆନନ୍ଦିତ ଥିଲେ। ସେମାନଙ୍କ କହିବା କଥା, ଓଡ଼ିଶା ବାହାରେ ସମଗ୍ର ବିଶ୍ୱରେ ଆମର ଏକମାତ୍ର ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାତୃଭାଷା ଓଡ଼ିଆ। ଏ ଉଭୟେ ଆମକୁ ଏଠାକୁ ଟାଣି ଆଣନ୍ତି। ଏହା ହିଁ ଆମକୁ ଏକାଠି କରାଇ ପାରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଓଡ଼ିଆମାନେ ଏକାଠି ହୋଇ ଉତ୍କଳ ଦିବସ ପାଳନା କରିବା କୌଣସି ମହାର୍ଘ ସୁଯୋଗଠାରୁ କମ୍ ନୁହେଁ। ଏହି ଉତ୍ସବରେ ପିଲାରୁ ବୁଢ଼ା ସବୁ ବୟସର ଲୋକ ଯୋଗ ଦେଇଥିଲେ। ସମସ୍ତଙ୍କ ଭିତରେ ଥିଲା ଓଡ଼ିଆ ବୋଲି ନିଜକୁ ଗର୍ବିତ ମନେ କରିବାର ଏକ ନିଆରା ଅନୁଭବ। ପରିଶେଷରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।