ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

‘ପ୍ରମେୟ’ ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା: ଦେଶରେ ମଡେଲ୍‌ ପାଲଟିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଶିକ୍ଷା କ୍ଷେତ୍ରରେ ଦେଶର ମଡେଲ୍‌ ଶିକ୍ଷାନୁଷ୍ଠାନ ପାଲଟିବ । ଏହା ଏକ ଅଭିନବ ଚିନ୍ତାଧାରା । କୌଣସି ରାଜ୍ୟରେ ଏଭଳି ଚିନ୍ତାଧାରାରେ ବିଦ୍ୟାଳୟ ନାହିଁ । କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଭଳି ରାଜ୍ୟର ସମସ୍ତ ବ୍ଲକ୍‌ରେ ସିବିଏସ୍‌ଇ ପାଟର୍ନ ବିଦ୍ୟାଳୟ ଖୋଲି ଉନ୍ନତମାନର ଶିକ୍ଷାଦାନ କରିବା ରାଜ୍ୟ ସରକାରଙ୍କର ଆଦର୍ଶ ଚିନ୍ତାଧାରା । ଏଥି ପାଇଁ ଏବେ ପାଖାପାଖି ୨ ହଜାର ଶିକ୍ଷକଙ୍କ ନିଯୁକ୍ତି ସରିଛି । ଆଗାମୀ ଦିନରେ ପାଖାପାଖି ୩ ହଜାର ଶିକ୍ଷକ ନିଯୁକ୍ତି ହେବା ସହିତ ସମ୍ପୂର୍ଣ୍ଣ ଭାବେ ଚିନ୍ତାଧାରା କାର୍ଯ୍ୟକ୍ଷମ ହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭଲ ଛାତ୍ରଛାତ୍ରୀ ଗଢି ତୋଳିବ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ୍‌ ବିଜୟ କୁମାର ସାହୁ କହିଛନ୍ତି

ମଙ୍ଗଳବାର ଶ୍ରୀ ସାହୁ ‘ପ୍ରମେୟ’ ମୁଖ୍ୟ କାର୍ଯ୍ୟାଳୟକୁ ପରିଦର୍ଶନରେ ଆସିଥିଲେ । ଏହି ଅବସରରେ ପ୍ରମେୟର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର ଓ ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆରଙ୍କ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଭବିଷ୍ୟତ ଯୋଜନା ବାବଦରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ସାହୁ କହିଥିଲେ ଯେ, କେବଳ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦେଲେ ହେବ ନାହିଁ । ଆମକୁ ପ୍ରାଥମିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ । ଯେମିତି ଗୋଟିଏ ମଜବୁତ୍‌ ଘର ନିର୍ମାଣ ପାଇଁ ତା’ର ଭିତ୍ତିଭୂମି ମଜବୁତ୍‌ ହେବା ଆବଶ୍ୟକ, ସେହିପରି ଉନ୍ନତ ମାନବ ସମ୍ବଳର ବିକାଶ ପାଇଁ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ଉଚିତ୍‌ । ଏହି ଚିନ୍ତାଧାରାକୁ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାମ ଆରମ୍ଭ କରିଛି ।

ସେହିପରି ବୁଦ୍ଧିଜୀବୀଙ୍କ ସହ ଯୋଡିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ବିଦେଶରେ ରହୁଥିବା ବ୍ୟକ୍ତି ଅଞ୍ଚଳକୁ ଆସିଲେ ସ୍କୁଲକୁ ଡକାଯିବ । ବିଦ୍ୟାଳୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସେମାନେ ଆଲୋଚନା କରିବା ସହିତ ନିଜର ଅନୁଭୂତିକୁ ବାଣ୍ଟିବେ । ପୂର୍ବରୁ ସୁନ୍ଦରଗଡ଼ ହକି ପାଇଁ, କେନ୍ଦ୍ରାପଡ଼ା ଫୁଟବଲ୍‌ ପାଇଁ ଖ୍ୟାତି ଅର୍ଜନ କରିଛି । ତେଣୁ ସେହି ଅଞ୍ଚଳର ଆଦର୍ଶ ବିଦ୍ୟାଳୟଗୁଡିକରେ ସେହି କ୍ରୀଡ଼ା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ଏହି ସବୁ ନୂଆ ଯୋଜନାଗୁଡିକ ବାବଦରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେମାନେ ପ୍ରଶିକ୍ଷଣ ଗ୍ରହଣ କରିବା ପରେ ନିଜ ବିଦ୍ୟାଳୟରେ ନିୟମଗୁଡିକୁ କାର୍ଯ୍ୟକାରୀ କରିବେ । ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବିତର୍କ ପ୍ରତିଯୋଗିତାର ଆୟୋଜନ କରାଯିବ । ଆମ ରାଜ୍ୟର ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ଥିଲେ ମଧ୍ୟ ବାହାରେ ସେମାନେ ଠିକ ଭାବେ ନିଜକୁ ଉପସ୍ଥାପନା କରିପାରନ୍ତି ନାହିଁ । ତେଣୁ ସେମାନେ କିଭଳି ବିଭିନ୍ନ ପ୍ରସଙ୍ଗରେ ଭଲ ଭାବେ କହିପାରିବେ ସେ ବାବଦରେ ପ୍ରଶିକ୍ଷଣ ଦିଆଯିବ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଶ୍ରୀ ସାହୁ କହିଛନ୍ତି । ପ୍ରମେୟ ଛାତ୍ରଛାତ୍ରୀଙ୍କ ଜ୍ଞାନବୃଦ୍ଧି ପାଇଁ ଶିକ୍ଷା ପ୍ଲସ୍‌ ଓ ମାଟ୍ରିକ୍‌ ଗାଇଡ୍‌ ଆଦି ବିଭିନ୍ନ ସପ୍ଲିମେଣ୍ଟ୍‌ କରୁଥିବାରୁ ସେ ସମ୍ପାଦକ ଶ୍ରୀ ମହାପାତ୍ରଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏହି ଧାରା ବଜାୟ ରଖିବାକୁ ପ୍ରସ୍ତାବ ଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.