ଭୁବନେଶ୍ୱର,୨୮/୦୧:ଧାନ କିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଓ ବିଜୁଳି ଟାରିଫକୁ ବିରୋଧ କରି ଆଜି ଓଡି଼ଶାରେ ଚକଅଖ ବନ୍ଦ । ସକାଳ ୬ଟାରୁ ଅପରାହ୍ଣ ୨ଟା ଯାଏ ଧର୍ମଘଟ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । କଂଗ୍ରେସ,ସିପିଆଇ, ସିପିଏମ୍ ବନ୍ଦ ଡାକରାକୁ ନୈତିକ ସମର୍ଥନ ଜଣାଇଛନ୍ତି । ନବନିର୍ମାଣର ଏଭଳି ପ୍ରୟାସକୁ ବିଜେଡି ସାଧୁବାଦ ଜଣାଇଛି । ଧର୍ମଘଟ ବେଳେ ବସ୍ ଚଳାଚଳ ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ଦ୍ୱନ୍ଦ୍ୱରେ ପଡି଼ଛି । ଯଦି ଆନ୍ଦୋଳନ ଜୋରଦାର ହେବ,ତୁରନ୍ତ ବସ ଚଳାଚଳ ବନ୍ଦ କରାଯିବ ବୋଲି ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
ଟ୍ରକ ଓଅନ୍ୟ ମାଲବାହୀ ଗାଡି଼ ଚଳାଚଳ ବନ୍ଦରହିବନି ବୋଲି ରାଜ୍ୟ ଟ୍ରକ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଦୋକାନ ବଜାରବନ୍ଦ ହୋଇପାରେ । କିନ୍ତୁ ସରକାରୀ ଅଫିସ ସହ ସ୍କୁଲ,କଲେଜ ସବୁ ଖୋଲା ରହିବ ।ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରକହିଛନ୍ତି, ସରକାରୀ ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି ।ଚାଷୀଙ୍କୁ ଟୋକନ ଅଧା ମିଳିଲେ, ଅଧା ମିଳୁନି । କଟ୍ନିଛଟ୍ନି ଯନ୍ତ୍ରଣା ସୀମା ଟପିଲାଣି । ପ୍ରଦୂଷଣ ନାଁରେଶିଳ୍ପ ସଂସ୍ଥାଠାରୁ ୪୨ ହଜାର କୋଟି ଟଙ୍କା ଆଦାୟକରିପାରୁ ନାହାନ୍ତି ସରକାର । କିନ୍ତୁ ପ୍ରଦୂଷଣ ଜରିମାନାନାଁରେ ଜିଜିଆ କର ଭଳି ସାଧାରଣ ଜନତାଠାରୁ ଟଙ୍କାଶୋଷିବାରେ ଲାଗିଛନ୍ତି । ସ୍ମାର୍ଟ ମିଟର ନାଁରେ ଟାଟାପାୱାରର ଲୋକଙ୍କୁ ଲୁଟିବା ଚକ୍ରାନ୍ତ ଆଉ ଚଳିବନି ।କୃଷକ ଓ ଜନତା ମାରଣ ନୀତି ବିରୋଧରେ ଆମେବନ୍ଦ ଡାକରା ଦେଇଛୁ । ସକାଳ ୬ଟାରୁ ମାତ୍ର ୮ଘଣ୍ଟା ଯାଏ ବିକ୍ଷୋଭ ଚାଲିବ । ୟା, ଭିତରେ ଜରୁରୀସେବା ବ୍ୟାଘାତ ହେବନି । ରେଳସେବାକୁ ଟାର୍ଗେଟକରିନୁ । ବସ ସେବା ଓ ଅନ୍ୟାନ୍ୟ ଯାତାୟତକୁ ଠପ୍କରିବାକୁ ଯୋଜନା କରିଛୁ । ତଥାପି ବନ୍ଦ ଡାକରାକୁ ଭଣ୍ଡୁର କରିବାକୁ ସରକାରୀ କଳ ଦମନ ଳୀଲା ଆରମ୍ଭ କରିସାରିଲାଣି ।
ବନ୍ଦ ଡାକରା ପ୍ରଚାରରେ ଲାଗିଥିବା କର୍ମୀଙ୍କୁ ପୁଲିସ ଟାର୍ଗେଟ କରୁଛି । ପୁଲିସ କର୍ମୀଙ୍କ ଘରକୁ ଯାଇ ବାଇକ୍ଗୁଡି଼କୁ଼ ଉଠାଇ ଆଣୁଛି । ଅକ୍ଷୟ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି,ସରକାରଙ୍କ ନାଲି ଆଖି ଆଗରେ ଆମେ ଡରିଯିବୁନି ।ଏହି ଆନ୍ଦୋଳନ ନିଶ୍ଚିତ ଭାବେ ସଫଳ ହେବ ।ବିଜେଡି, କଂଗ୍ରେସ ଓ ସିପିଆଇ, ସିପିଏମ୍ ରାଜନୈତିକ ଦଳ ଭଳି ସାଧାରଣ ଜନତା ମଧ୍ୟସ୍ୱତଃପୂର୍ତ୍ତ ଭାବେ ସମର୍ଥନ କରନ୍ତୁ । ଚାଷୀଙ୍କ ହକ୍ପାଇଁ ଓଡି଼ଶା ବନ୍ଦ ଡାକରାରେ ସାମିଲ ହୁଅନ୍ତୁ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି,ରାଜ୍ୟବ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଗାଡି଼ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡଆଦାୟ, ବିଜୁଳି ଟାରିଫକୁ ନେଇ କଂଗ୍ରେସ ସାରା ରାଜ୍ୟରେ ବହୁଥର ଆନ୍ଦୋଳନ କରିସାରିଲାଣି । ଏବେ ନବ ନିର୍ମାଣର ପାଳି । ଜନତାଙ୍କ ସମସ୍ୟାକୁ ଯିଏ ବି ପ୍ରସଙ୍ଗ କରି ଆନ୍ଦୋଳନ କରିବ, କଂଗ୍ରେସତାକୁ ସମର୍ଥନ ଜଣାଇବ।
ଆହୁରି ପଢନ୍ତୁ-ଖଣ୍ଡଗିରି ଯାତ୍ରାରେ କମିଲା ସିଟ୍ ସଂଖ୍ୟା, ୧୮୦୦ସିଟକୁ ମିଳିଲା ଅନୁମତି
ରାଜ୍ୟର ସମସ୍ତ ଜିଲ୍ଲାକଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦକୁ ସମର୍ଥନଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଚାଷୀଙ୍କୁ ବିହନ ଯୋଗାଣ, ସାର ଯୋଗାଣ ଏବଂ ଧାନସଂଗ୍ରହ କ୍ଷେତ୍ରରେ ଏପରି ଘୋର ଅନ୍ୟାୟ ଓଡି଼ଶାଇତିହାସରେ ପୂର୍ବରୁ କେବେ ହୋଇନାହିଁ । ଚାଷୀଙ୍କହକ୍ ପାଇଁ ସର୍ବଦା ରାଜରାସ୍ତାରେ ଲଢ଼େଇ କରୁଛିବିଜେଡି । ନବ ନିର୍ମାଣର ଏହି ପଦକ୍ଷେପକୁସାଧୁବାଦ ଜଣାଇବା ସହିତ ବିଜେଡି ଚାଷୀମାନଙ୍କହିତ ପାଇଁ ଆଗାମୀ ଦିନରେ ଲଢ଼େଇ ଜାରି ରଖିବ । ରାଜଧାନୀ ବିଧାନସଭା ସାମ୍ନା ଧାରଣାସ୍ଥଳ ସହଅନ୍ୟାନ୍ୟ ସହରରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବବୋଲି ସିପିଆଇ(ଏମ୍)ର ସମ୍ପାଦକ ସୁରେଶ ଚନ୍ଦ୍ରପାଣିଗ୍ରାହୀ କହିଛନ୍ତି ।