ନୂଆଦିଲ୍ଲୀ,୧୨/୭; ଆୟର୍ଲାଣ୍ଡ ପରେ ଇଂଲଣ୍ଡଠାରୁ ଟି-ଟ୍ୱେଣ୍ଟି ସିରିଜ ହାରିଛି ଭାରତ । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି-ଟ୍ୱେଣ୍ଟି ମ୍ୟାଚ୍ ହାରିବା ସହ ୦-୪ରେ ସିରିଜ୍ ବି ହରାଇଛି । ଭାରତ ହାରିଛି ହେଲେ ରେକର୍ଡ କରିଛନ୍ତି ଅଭିଷେକ ଶର୍ମା । ଏହି ମ୍ୟାଚରେ ଓପନର ଅଭିଷେକ ଶର୍ମା ଇତିହାସ ରଚିଛନ୍ତି । ଅନ୍ୟ କୌଣସି ଫର୍ମାଟରେ ନ ଖେଳି ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ଏକମାତ୍ର ପ୍ଲେୟାର ହୋଇଛନ୍ତି ଅଭିଷେକ । ଏହା ଭାରତ ପାଇଁ ତାଙ୍କର ୫୩ତମ ଟି-ଟ୍ୱେଣ୍ଟି ମ୍ୟାଚ୍ ଥିଲା । ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ସାମୁଏଲ ବଦ୍ରିଙ୍କ ନାମରେ ଥିଲା । ଯିଏ ଅନ୍ୟ କୌଣସି ଫର୍ମାଟରେ ଡେବ୍ୟୁ ନ କରି ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ (୫୨ ) ଖେଳିଥିଲେ ।

ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ଭାରତ ପାଇଁ ତାଙ୍କର ଦିନିକିଆ କିମ୍ବା ଟେଷ୍ଟ ଡେବ୍ୟୁ କରିନାହାନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ୫୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ୩୨.୩୬ ହାରରେ ୧୯୦.୩୬ ଷ୍ଟ୍ରାଇକ୍ ରେଟ୍ ସହିତ ୧୬୧୮ ରନ୍ କରିଛନ୍ତି । ତାଙ୍କ ଟି-ଟ୍ୱେଣ୍ଟି କ୍ୟାରିୟରରେ ୨ଟି ଶତକ ମଧ୍ୟ ଅଛି । ଆଇସିସି ରାଙ୍କିଙ୍ଗରେ ମଧ୍ୟ ଶ୍ରେଷ୍ଟ ୨ଟି ସ୍ଥାନରେ ଅଛନ୍ତି ।

ଅନ୍ୟ ଫର୍ମାଟ ବିନା ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳଥିବା ଖେଳାଳି

ଅଭିଷେକ ଶର୍ମା (୫୩)

ସାମୁଏଲ୍ ବଦ୍ରି (୫୨)

ତାସିଙ୍ଗା ମୁକେସିୱା (୪୧ )

ନୁୱାନ ଥୁସାରା (୩୦ )

ହର୍ଷଲ ପଟେଲ (୨୫ )

ଏହା ବି ପଢନ୍ତୁ...Do crows hold funerals ? କାଉଙ୍କ ଶୋକସଭା ! ମୃତ ସାଥୀ ପାଇଁ ଏମିତି କାହିଁକି ଜମା ହୁଅନ୍ତି କାଉ ?

ସାଉଥାମ୍ପଟନରେ ଫ୍ଲପ୍ ଅଭିଷେକ- ଘରୋଇ ଇଂଲଣ୍ଡ ବନାନ ଭାରତ ମଧ୍ୟରେ ସାଉଥାମ୍ପଟନରେ ଖେଳାଯାଇଥିବା ଅନ୍ତିମ ତଥା ପଞ୍ଚମ ଟି-ଟ୍ୱେଣ୍ଟିରେ ଫ୍ଲପ ହୋଇଥିଲେ ଅଭିଷେକ । ତାଙ୍କୁ ଜୋଫ୍ରା ଆର୍ଚର ଆଉଟ୍ କରିଥିଲେ । ସେ ୫ଟି ବଲ ଖେଳି ୩ ରନ୍ କରିଥିଲେ । ଏହି ସିରିଜରେ ଅଭିଷେକ ୧୩୧ ରନ୍ କରିଛନ୍ତି । ଗୋଟିଏ ଅର୍ଦ୍ଧଶତକ ସାମିଲ । ଏହି ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଅଭିଷେକ ସର୍ବାଧିକ ସ୍କୋରର ମଧ୍ୟ । ଜଣେ ଭାରତୀୟ ଭାବେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ଥିଲେ ।

ମ୍ୟାଚ୍ ବାବଦରେ କହିବାକୁ ଗଲେ ଭାରତ ବିପକ୍ଷରେ ଘରୋଇ ଇଂଲଣ୍ଡ ୪-୦ରେ ଟି-ଟ୍ୱେଣ୍ଟି ସିରିଜ ବିଜୟୀ ହୋଇଛି ।  ପଞ୍ଚମ ମ୍ୟାଚ୍‌ରେ ଦଳ ୫୬ରନ୍‌ରେ ଭାରତକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୨୫୭ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୮ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶତକୀୟ ଇନିଂସ୍ ଖେଳି ଦଳକୁ ଜିତାଇଥିବା ଜୋସ ବଟଲର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ହ୍ୟାରୀ ବ୍ରୁକ୍ ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ ।  ଜୋସ ବଟଲର ଓ ହ୍ୟାରୀ ବ୍ରୁକ୍ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ ।  ଅପରାଜିତ ବଟଲରଙ୍କ ସହ ବ୍ରୁକ୍ କ୍ରିଜରେ ଯୋଗ ଦେବା ପରେ କ୍ଷଣକ ମଧ୍ୟରେ ମ୍ୟାଚ ରୂପରେଖ ବଦଳାଇ ଦେଇଥିଲେ । ଉଭୟ ପଟୁ ଚୌକା ଓ ଛକା ବର୍ଷା ହୋଇଥିଲା । କୌଣସି ଭାରତୀୟ ବୋଲରଙ୍କୁ ନିସ୍ତାର ମିଳି ନଥିଲା । ଉଭୟଙ୍କ ପ୍ରହାରରେ ଭାରତୀୟ ବୋଲର ସବୁ ଲୟ ହରାଇ ବସିଥିଲେ । ଏହି ପରାଜୟ ସହ ଭାରତ ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହରାଇଛି । ଜାନୁଆରୀ ୨୦୨୬ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୫୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୪୭ ଟି ଜିତିଛି । ୨ଟି ବିଶ୍ୱକପ ବି ହାତେଇଛି ।