ନୂଆଦିଲ୍ଲୀ,୧୨/୦୭; ପ୍ରଥମେ ଆୟର୍ଲଣ୍ଡଠାରୁ ୨-୦ରେ ହ୍ୱାଇଟୱାସ୍ । ଏବେ ଇଂଲଣ୍ଡଠାରୁ ୪-୦ରେ ଟି-ଟ୍ୱେଣ୍ଚି ସିରିଜ ହରାଇଲା ଭାରତ । ବ୍ୟାକ୍ ଟୁ ବ୍ୟାକ୍ ପରାଜୟ ଛଡାଇ ନେଲା ନମ୍ବର ୱାନ୍ ମୁକୁଟ । ଘରୋଇ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-ଟ୍ୱେଣ୍ଟି ମ୍ୟାଚ ହରାଛି ଶ୍ରେୟସ ବାହିନୀ । ଏହି ପରାଜୟ ସହିତ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗର ପ୍ରଥମ ସ୍ଥାନ ହରାଇଛି ଭାରତ । ୫୪ ମାସ ପରେ ପ୍ରଥମ ସ୍ଥାନ ହରାଇଛି । ୧୬୦୫ ଦିନର ରାଜୁତି ସରିଛି । ଦମଦାର ସିରିଜ ବିଜୟ ସହ ନମ୍ବର ୱାନ୍ ଟି-ଟ୍ୱେଣ୍ଟି ଟିମ୍ ହୋଇଛି ଇଂଲଣ୍ଡ । ୨୬୮ ରେଟିଂ ସହ ୧୦୧୮୬ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଛି ବ୍ରିଟିଶ୍ ବାହିନୀ ।
ଗତ ତିନି ବର୍ଷ ଧରି, ଟିମ୍ ଇଣ୍ଡିଆ ICC T20 ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା । ଏହା କ୍ରମାଗତ ଦୁଇଟି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ଏବଂ ଏହି ସମୟ ମଧ୍ୟରେ ସିରିଜ୍ ମୁକ୍ତ ରହିବା ଯୋଗୁଁ ଏହି ସଫଳତା ମିଳିଥିଲା । ଭାରତୀୟ ଦଳ ଉଲ୍ଲେଖନୀୟ ଭାବରେ ଭଲ ଅଗ୍ରଗତି କରିଥିଲା, ଗୋଟିଏ ବି ମ୍ୟାଚ୍ ନହାରି ୧୬-୧୭ ଲଗାତାର T20 ସିରିଜ୍ ଏବଂ ଟୁର୍ଣ୍ଣାମେଣ୍ଟ ଜିତିଥିଲା ଏବଂ ରାଙ୍କିଙ୍ଗରେ ନିଜର ପ୍ରାଧାନ୍ୟ ବଜାୟ ରଖିଥିଲା । ହେଲେ ଆୟର୍ଲାଣ୍ଡ-ଇଂଲଣ୍ଡ ଗସ୍ତ ସମୟରେ କାହାଣୀ ବଦଳି ଯାଇଛି । ବର୍ତ୍ତମାନ ଭାରତ ତା'ର ମୁକୁଟ ହରାଇଛି ।
ଏହା ବି ପଢନ୍ତୁ...Jayden Adams: ବିଶ୍ୱକପ ଭିତରେ ଆସିଲା ଦୁଃଖଦ ଖବର, ୨୫ ବର୍ଷୀୟ ଷ୍ଟାର ମିଡ୍ଫିଲ୍ଡର ଜେଡେନଙ୍କ ବିୟୋଗ
ଆୟର୍ଲାଣ୍ଡ ଏବଂ ଇଂଲଣ୍ଡରେ ଶକ୍ତି ହରାଇଥିଲା- ୨୦୨୨ ଫେବୃଆରୀରେ ନମ୍ବର ୱାନ୍ ହୋଇଥିବା ଟିମ୍ ଇଣ୍ଡିଆ ସେବେଠାରୁ ତାର ସ୍ଥାନ ବଜାୟ ରଖିଥିଲା । ଏହି ମୁକୁଟ ଉପରେ ପ୍ରଥମ ଆକ୍ରମଣ ଆୟର୍ଲାଣ୍ଡରେ ହୋଇଥିଲା, ଯେତେବେଳେ ଆୟୋଜକ ଦଳ ୨-୦ରେ ସିରିଜ୍ ଜିତି ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା । ଇଂଲଣ୍ଡ ତା'ପରେ ସବୁଠାରୁ ଭୟଙ୍କର ଝଟକା ଦେଇଥିଲା, ଲଗାତାର ୪ଟି ମ୍ୟାଚ୍ ମଧ୍ୟରୁ ୩ରେ ଜିତି ଟିମ୍ ଇଣ୍ଡିଆର ମନୋବଳକୁ ଭାଙ୍ଗି ଦେଇଥିଲା । ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆ ନିଜର ସମ୍ମାନ ଏବଂ ନମ୍ବର ୱାନ୍ ସ୍ଥାନ ରକ୍ଷା କରିବାର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ଖୋଲାଖୋଲି ଭାବରେ ନିଜର ଇଚ୍ଛା ପ୍ରକାଶ କରି କହିଥିଲେ ଯେ, ଫାଇନାଲ ମ୍ୟାଚ୍ ଜିତି ଇଂଲଣ୍ଡକୁ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚାଇବା ସବୁଠାରୁ ସ୍ୱତନ୍ତ୍ର ହେବ । ଆଉ ତାହି ହି ହେଲା । ଭାରତ ମ୍ୟାଚ୍ ହାରିଲା ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ବି ହରାଇଲା ।
ପଞ୍ଚମ ଟି-ଟ୍ୱେଣ୍ଟି ମ୍ୟାଚ୍ ବାବଦରେ କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩ ୱିକେଟ୍ ବିନିମୟରେ ୨୫୭ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୮ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶତକୀୟ ଇନିଂସ୍ ଖେଳି ଦଳକୁ ଜିତାଇଥିବା ଜୋସ ବଟଲର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ହ୍ୟାରୀ ବ୍ରୁକ୍ ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ । ଭାରତ ବିପକ୍ଷରେ ଘରୋଇ ଇଂଲଣ୍ଡ ୪-୦ରେ ଟି-ଟ୍ୱେଣ୍ଟି ସିରିଜ ବିଜୟୀ ହୋଇଛି । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା । ଜୋସ ବଟଲର ଓ ହ୍ୟାରୀ ବ୍ରୁକ୍ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଇଂଲଣ୍ଡ ଦଳ ୫୬ରନ୍ରେ ଭାରତକୁ ପରାସ୍ତ କରିଥିଲା । ସିରିଜର ଶେଷ ମ୍ୟାଚ୍ ପୂର୍ବରୁ, ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ କହିଥିଲେ ଯେ ଭାରତକୁ ୪-୦ରେ ପରାସ୍ତ କରିବା ସ୍ୱତନ୍ତ୍ର ହେବ, କିନ୍ତୁ ନମ୍ବର ୧ ରାଙ୍କିଂ ହାସଲ କରିବା ଆହୁରି ସ୍ୱତନ୍ତ୍ର ହେବ । ବ୍ରୁକ୍ ନିଜେ ତାଙ୍କ ବ୍ୟାଟିଂ ଦ୍ୱାରା ଏହି କଥାକୁ ପ୍ରମାଣିତ କରିଥିଲେ ।