ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ରାଜ୍ୟରେ ମିଳିବ ସର୍ବୋତ୍କୃଷ୍ଟ ଚିକିତ୍ସା, ଓଡ଼ିଶା କ୍ୟାନସର ହସ୍‌ପିଟାଲ୍‌ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ

କଟକ/ବାରଙ୍ଗ,୧୭ା୨(ବ୍ୟୁରୋ): ଓଡ଼ିଶା ସରକାର ଓ ଟାଟା ଟ୍ରଷ୍ଟ ସହାୟତାରେ ବାରଙ୍ଗ ରତାଗଡ଼ ଲେଙ୍କାସାହିଠାରେ ଓଡିଶା କର୍କଟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର(ଓଡିଶା କ୍ୟାନ୍ସର ହସ୍ପିଟାଲ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର)ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା ଯୋଗ ଦେଇ ଏହାର ଶିଳାନ୍ୟାସ କରିଛନ୍ତି ।
ଏହି ଚିକିତ୍ସାଳୟକୁ ସର୍ବୋତ୍କୃଷ୍ଟ ଓ ଭାରତ ବର୍ଷର ସର୍ବବୃହତ ହସ୍ପିଟାଲ ଭାବେ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ୧୫ ଏକର ଜମି ଯୋଗାଇ ଦେଇଛନ୍ତି । ଓଡ଼ିଶାର କର୍କଟ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ ଓଡ଼ିଶା ବାହାରକୁ ଯିବାକୁ ପଡ଼ିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବହୁ ଓଡିଆ କର୍କଟ ରୋଗୀ ମୁମ୍ୱାଇ ଯାଇ ଚିକିତ୍ସିତ ହେବା ପାଇଁ ଆର୍ଥୀକ ସହାୟତା ନିମନ୍ତେ ଆବେଦନ କରିଆସୁଥିଲେ । ଏହାକୁ ଉପଲବ୍ଧି କରି ଓଡିଶାରେ ଏହିପରି ଏକ ଅତ୍ୟାଧୁନିକ ଚିକିତ୍ସାଳୟ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟଙ୍କ ମଧ୍ୟରେ ବୁଝାମଣା ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ହସ୍ପିଟାଲରେ ପ୍ରାଥମିକ ସ୍ତରରେ କର୍କଟ ନିରୂପଣ ଏବଂ ସମସ୍ତ ପ୍ରକାର କର୍କଟ ରୋଗ ଚିକିତ୍ସା ଉପଲବ୍ଧ ରହିବ ବୋଲି ନବୀନ କହିଥିଲେ । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଏବଂ ପ୍ରଚେଷ୍ଟା ଯୋଗୁ ଏପରି ଏକ ହସ୍ପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି । କର୍କଟ ପରି ଏକ ରୋଗ ଯେ କୌଣସି ବ୍ୟକ୍ତିକୁ ଯେ କୌଣସି ସମୟରେ ହୋଇପାରେ । ଏପରି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା କର୍କଟର ସମସ୍ତ ପ୍ରକାରର ଚିକିତ୍ସା ହେବା ସଙ୍ଗେ ସଙ୍ଗେ ବହୁଲୋକଙ୍କର ଜୀବନ ରକ୍ଷା ହୋଇପାରିବ ବୋଲି ସେ ଆଶାପୋଷଣ କରିଥିଲେ । ଏହି ସଭାରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଲେ, ଏହି ହସ୍ପିଟାଲରେ ପି.ଜି.ପାଠ୍ୟକ୍ରମ ଏବଂ ପ୍ରଶିକ୍ଷଣ ବ୍ୟବସ୍ଥା ରହିବ । ପ୍ରଥମ ପର୍ଯ୍ୟାୟରେ ୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ହସ୍ପିଟାଲ ବ୍ୟତୀତ ରାଜ୍ୟରେ ଆଉ ୧୩ ଟି ଜାଗାରେ କର୍କଟ ଚିକିତ୍ସା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡ. ପ୍ରମୋଦ ମହେର୍ଦ୍ଦା ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରତ୍ୟେକ ବର୍ଷ ଓଡ଼ିଶାରେ ୭୦ ହଜାର ବ୍ୟକ୍ତି କର୍କଟରେ ଆକ୍ରାନ୍ତ ହେଉଥିବା କହିଥିଲେ । ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟଙ୍କ ସହାୟତାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ହସ୍ପିଟାଲ ଏ ଦିଗରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ , ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଟାଟା ଟ୍ରଷ୍ଟ ସି.ଇ.ଓ ତଥା ଏମ୍‌ଡି ଟି.ବି.ନରେନ୍ଦ୍ରନ୍‌ ପ୍ରମୁଖ ଉପସ୍ଥିତ ଥିଲେ । କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.