PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ନିଅଣ୍ଟ ନୁହେଁ, ଏବର୍ଷ ଭଲ ବର୍ଷା

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଆଶ୍ୱସ୍ତିଭରା ଖବର । ମୌସୁମୀକୁ ନେଇ ତାଜା ପୂର୍ବାନୁମାନ କହୁଛି, ଏଥର ବର୍ଷା ନିଅଣ୍ଟିଆ ହେବନି । ଭଲ ବର୍ଷିବ ମୌସୁମୀ । ଓଡ଼ିଶାରେ ସ୍ୱାଭାବିକ ବର୍ଷା ଦେବ । ଏଭଳି ଖବର ଚାଷୀ କୂଳକୁ ଆଶ୍ୱସ୍ତ କରିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ତାଜା ପୂର୍ବାନୁମାନରେ କହିଛି, ଏଥର ସାରା ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ମୌସୁମୀ ପ୍ରବାହ ସବୁଠୁ ଭଲ ରହିବ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ହାରାହାରି ୯୬% ବର୍ଷା ହେବ । ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ଏହା ୧୦୦% ରହିବ ବର୍ଷା । ଦକ୍ଷିଣ ଭାରତରେ ମଧ୍ୟ ସ୍ୱାଭାବିକ ମୌସୁମୀ ବର୍ଷା ହେବ । କିନ୍ତୁ ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବ ଭାରତରେ ୯୪% ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ମେ’ ୩୦ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ଦୀପପୁଞ୍ଜ ଅତିକ୍ରମ କରି ବଙ୍ଗୋପସାଗର ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ପହଞ୍ଚିଛି । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଆରବ ସାଗରର ଦକ୍ଷିଣ ଭାଗ, ମାଳଦୀପର କିଛି ଅଂଶ ଓ ବଙ୍ଗୋପସାଗର ଉପର ଦେଇ ଗତି କରିବ । ଜୁନ୍‌ ୬ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବ । ଏଥିପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଲାଣି ବୋଲି ଆଇଏମଡି ଦର୍ଶାଇଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ରାଜ୍ୟରେ ଏଥର ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକ ରହିବ । ଯଦିଓ ଜୁନ୍‌ରେ ବର୍ଷା କମ୍‌ ହୋଇପାରେ । ହେଲେ ସମୁଦାୟ ବର୍ଷା ପରିମାଣ ଠିକ୍‌ଠାକ୍‌ ରହିବ । ଦକ୍ଷିଣ ଓଡ଼ିଶାରେ ଜୁନ୍‌ ସମେତ ମୋଟ ବର୍ଷା ପରିମାଣ କମ୍‌ ରହିପାରେ । ତଥାପି ଚାଷ ପାଇଁ ଯେତିକି ବର୍ଷା ଦରକାର, ସେତିକି ଆବଶ୍ୟକତା ପୂରଣ କରିଦେବ ମୌସୁମୀ । ଏଥର ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ଅପେକ୍ଷା ଓଡ଼ିଶାରେ ବର୍ଷା ଅଧିକ ରହିପାରେ । ବାରମ୍ବାର ଲଘୁଚାପ ଯୋଗୁ ଏଥର ଭଲ ବର୍ଷା ସମ୍ଭାବନା ଅଛି । ତେବେ ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଓଡ଼ିଶାରେ ମୌସୁମୀ ଆଗମନ ବିଳମ୍ବ ହୋଇପାରେ । ରଜ ଆଗରୁ ମୌସୁମୀ ବର୍ଷା ଲକ୍ଷଣ ଦେଖାଯାଉନି । ଏକମାତ୍ର ଭରସା ସମ୍ଭାବ୍ୟ ଘୂର୍ଣ୍ଣିବଳୟ । ଆସନ୍ତା ୭ ତାରିଖବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଓଡ଼ିଶା ଉପକୂଳକୁ ମୌସୁମୀକୁ ଟାଣି ଆଣିପାରେ । ଏହା ପ୍ରଭାବରେ ରଜବେଳକୁ ଓଡ଼ିଶାରେ ବର୍ଷା ହୋଇପାରେ । ହେଲେ ଯଦି ଏମିତି ନ ହୁଏ, ତେବେ ମୌସୁମୀ ପ୍ରତୀକ୍ଷା ଲମ୍ବିବ । ରଜବେଳକୁ ବର୍ଷା ଆଶା କ୍ଷୀଣ ହୋଇଯିବ । ଏପରିକି ମୌସୁମୀ ଆସିଲାବେଳକୁ ରଜ ପଳେଇ ଥାଇପାରେ ।

ସେହିପରି କେରଳରେ ଆସନ୍ତା ଜୁନ୍‌ ୪/୫ ତାରିଖବେଳକୁ ଦୁଇଦିନ ବର୍ଷା ସମ୍ଭାବନା ଅଛି । ମାତ୍ର ଏହା ପରେ ବର୍ଷା କମିଯିବ ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି । ଯଦି ଏହି ଆକଳନ ସତ ହୁଏ, ତେବେ ମୌସୁମୀ କେରଳରେ ଅଗ୍ରସର ହୋଇ ଓଡ଼ିଶା ଆଡ଼କୁ ଗତି କରିବାରେ ବିଳମ୍ବ ହୋଇପାରେ ।ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଉପକୂଳ ଓଡ଼ିଶାରେ ଆସନ୍ତା ଦୁଇଦିନ ତାତି ଅପରିବର୍ତ୍ତିତ ରହିବ । କାଳବୈଶାଖୀ ବର୍ଷା ଯୋଗୁ କେତେକ ସ୍ଥାନରେ ପାରଦ ଖସିପାରେ । ୩ରୁ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆଜି ତୁଳନାରେ ତାପମାତ୍ରା ୨ ଡିଗ୍ରୀ କମିପାରେ । ୭ରୁ ପାଗ ବଦଳିପାରେ ।

ସେହିପରି ପଶ୍ଚିମ ଓଡ଼ିଶାରେ ବି ଆସନ୍ତା ଦୁଇଦିନ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ବର୍ତ୍ତମାନ ଚାଲିଥିବା ତାତି ପ୍ରକୋପ ଅପରିବର୍ତ୍ତିତ ରହିବ । ୩ରୁ ତାତି ଆହୁରି ବଢ଼ିବ । ୫ ଓ ୬ ତାରିଖବେଳକୁ ପାରଦ ୪୬ ଡିଗ୍ରୀ ଟପିପାରେ । ପଶ୍ଚିମରେ ତାତି କେବେ କମିବ, ଏଯାବତ୍‌ ଲକ୍ଷଣ ଦେଖାଯାଉନି । ପ୍ରାକ୍‌ ମୌସୁମୀ ବର୍ଷାର ଲକ୍ଷଣ ବି ଦେଖାଯାଉନି ଏଯାଏଁ । କାଳବୈଶାଖୀ ବ୍ୟତିତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆଜି ରାଜ୍ୟର ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ରେ ସର୍ବାଧିକ ୪୩.୬ ଡିଗ୍ରୀ ଥିଲା । ସନ୍ଧ୍ୟାରେ ଭୁବନେଶ୍ୱର ସମେତ କେତେକ ଜାଗାରେ କାଳବୈଶାଖୀ ଯୋଗୁ ପ୍ରବଳ ବର୍ଷା, ପବନ ହୋଇଛି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଛି । ୧୩ ଜିଲ୍ଲାରେ ବର୍ଷା, ପବନ ହୋଇପାରେ ।

ସମ୍ବନ୍ଧିତ ଖବର