ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସମ୍ବଲପୁରରେ ବସିବ ଜନତା ଦରବାର, ୨୧ରେ ଅଭିଯୋଗ ଶୁଣାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya | April 17, 2025 10:27 AM

ଭୁବନେଶ୍ୱର,୧୭/୦୪: ସମ୍ବଲପୁରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୧ ତାରିଖରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ  ଦୁର୍ଗାପାଲିଠାରେ ଅଭିଯୋଗ ଶୁଣାଣି  ଶିବିରରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

 ଅଭିଯୋଗ ଶୁଣାଣି ପାଇଁ ଗୁରୁବାର ଅନ୍‌ଲାଇନ୍‌ ଜନଶୁଣାଣି  ପୋର୍ଟାଲ ବା ଜନଶୁଣାଣି ମୋବାଇଲ  ଆପ୍ଲିକେସନ୍‌ ମାଧ୍ୟମରେ ପଞ୍ଜୀକରଣ ହେବ । ପୂର୍ବାହ୍ଣ ୧୧ଟାରୁ ଏହି  ପଞ୍ଜୀକରଣ ଆରମ୍ଭ ହେବାକୁ ଥିବା  ବେଳେ ସର୍ବାଧିକ ୧୦୦୦ ଜଣ ସେମାନଙ୍କ  ନାଁ ପଞ୍ଜୀକରଣ କରିପାରିବେ ।  

ଦୁର୍ଗାପାଲିଠାରେ ସକାଳ ୮ଟାରୁ  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେବ । ଅଭିଯୋଗ  ଶୁଣାଣି ସମୟରେ ଅଭିଯୋଗକାରୀ  ପଞ୍ଜୀକୃତ ପ୍ରାପ୍ତିପତ୍ର, ବ୍ୟକ୍ତିଗତ  ପରିଚୟପତ୍ର ଓ ଅଭିଯୋଗପତ୍ର ଆଣି  ଆସିବାକୁ କୁହାଯାଇଛି । ଏ ନେଇ  ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.