ଭୁବନେଶ୍ୱର,୧୭/୦୪: ସମ୍ବଲପୁରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୧ ତାରିଖରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ  ଦୁର୍ଗାପାଲିଠାରେ ଅଭିଯୋଗ ଶୁଣାଣି  ଶିବିରରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

 ଅଭିଯୋଗ ଶୁଣାଣି ପାଇଁ ଗୁରୁବାର ଅନ୍‌ଲାଇନ୍‌ ଜନଶୁଣାଣି  ପୋର୍ଟାଲ ବା ଜନଶୁଣାଣି ମୋବାଇଲ  ଆପ୍ଲିକେସନ୍‌ ମାଧ୍ୟମରେ ପଞ୍ଜୀକରଣ ହେବ । ପୂର୍ବାହ୍ଣ ୧୧ଟାରୁ ଏହି  ପଞ୍ଜୀକରଣ ଆରମ୍ଭ ହେବାକୁ ଥିବା  ବେଳେ ସର୍ବାଧିକ ୧୦୦୦ ଜଣ ସେମାନଙ୍କ  ନାଁ ପଞ୍ଜୀକରଣ କରିପାରିବେ ।  

ଦୁର୍ଗାପାଲିଠାରେ ସକାଳ ୮ଟାରୁ  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେବ । ଅଭିଯୋଗ  ଶୁଣାଣି ସମୟରେ ଅଭିଯୋଗକାରୀ  ପଞ୍ଜୀକୃତ ପ୍ରାପ୍ତିପତ୍ର, ବ୍ୟକ୍ତିଗତ  ପରିଚୟପତ୍ର ଓ ଅଭିଯୋଗପତ୍ର ଆଣି  ଆସିବାକୁ କୁହାଯାଇଛି । ଏ ନେଇ  ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି ।