PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ, ରାଜ୍ୟବାସୀ ବିଚାର କରିବେ କହିଲେ ସମୀର ମହାନ୍ତି

ଭୁବନେଶ୍ଵର, ୨୪/୦୬ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ। ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ, ଏହା ରାଷ୍ଟ୍ରପତି ନିର୍ବାଚନ। ଇମୋସନାଲ୍ କାର୍ଡ ନୁହେଁ। ବିଜେପି ଗୋଟେ ଦଳ, କଂଗ୍ରେସ ଅନ୍ୟ ଏକ ଦଳ। ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିରୋଧୀ ଆଉ ଜଣଙ୍କୁ ପ୍ରାର୍ଥୀ କରିଛି। ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବ ଦଳ ତାହାକୁ ସମର୍ଥନ କରିବ। ଦଳର ବରିଷ୍ଠ ନରସିଂହ ମିଶ୍ର ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି ପିସିସି ସଭାପତି କହିଛନ୍ତି।

ଶରତ ପଟ୍ଟନାୟକଙ୍କ ଏଭଳି ପ୍ରତିକ୍ରିୟା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୟୁରଭଞ୍ଜ ଭଳି ଏକ ଅଖ୍ୟାତ ପଲ୍ଲୀରୁ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ବାଛିଛି। ଏହା ଓଡ଼ିଶା ପାଇଁ ଏକ ଅଦ୍ଭୁତପୂର୍ବ ସୁଯୋଗ। ମାତ୍ର ଓଡ଼ିଶା କଂଗ୍ରେସର ଏଭଳି ଆଭିମୁଖ୍ୟ ଆମକୁ ଦୁଃଖୀ କରିଛି। କଂଗ୍ରେସକୁ ଓଡ଼ିଶାବାସୀ ଦୀର୍ଘଦିନ ଧରି ଭୋଟ୍ ଦେଇ ଆସୁଥିଲେ। ବିଶେଷ କରି ଆଦିବାସୀ ଅଞ୍ଚଳର ଲୋକମାନେ ଭୋଟ୍ ଦେଇ କ୍ଷମତାରେ ବସାଇଥିଲେ। ଯେଉଁ ସମୟରେ ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଓଡ଼ିଶାକୁ ଗର୍ବିତ କରିବାକୁ ଯାଉଛନ୍ତି ସେହି ସମୟରେ କଂଗ୍ରେସ ତାହାକୁ ହଜମ କରିପାରୁ ନାହିଁ। ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସର ଯାହା ଆଭିମୁଖ୍ୟ ତାହାକୁ ରାଜ୍ୟବାସୀ ବିଚାର କରିବେ। ଗଣତନ୍ତ୍ରରେ ଜନତା ମାଲିକ। ଯଦି କଂଗ୍ରେସର ସତରେ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ଭଲ ପାଇବା ଅଛି ତେବେ ବିଚାରଧାରରୁ ଉପରକୁ ଯାଇ ନିଜ ନେତୃତ୍ୱଙ୍କୁ ପ୍ରଭାବିତ କରି ଓଡ଼ିଶାର ଜଣେ ଆଦିବାସୀ ଓଡ଼ିଆ ଝିଅଙ୍କୁ ରାଷ୍ଟ୍ରପତି ଭାବେ ସମର୍ଥନ କରନ୍ତୁ ।

ସମ୍ବନ୍ଧିତ ଖବର