କିଛି ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି, ଓଡ଼ିଶାର ସ୍ଥିତି ଭଲ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର, ୨୦/୦୩ : କିଛି ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍ ଦୈନିକ ସଂଖ୍ୟା ୧୨ ନମ୍ବର ତଳେ ରହିଛି। ରାଜ୍ୟରେ ମୋଟ ୫୩ ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂଖ୍ୟାରେ ବୃଦ୍ଧି ଘଟିଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନରେ ମଧ୍ୟ କିଛି ପଜିଟିଭ୍ କେସ ସାମ୍ନାକୁ ଆସିଛି। ସାରା ଦେଶରେ ୬ ହଜାର ୩୦୦ ଆକ୍ଟିଭ କେସ୍ ରହିଛି । ତେବେ ଓଡ଼ିଶାରେ ସ୍ଥିତି ଭଲ ରହିଛି। ୫୩ ଜଣଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯେଉଁ ରୋଗୀମାନେ ଅନ୍ୟାନ୍ୟ ରୋଗରେ ପୀଡିତ ଅଛନ୍ତି ତାଙ୍କ ଉପରେ କୋଭିଡର ପ୍ରଭାବ ଟିକେ ଅଧିକ ପଡିପାରେ। ତେଣୁ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଉଛି। ଓଡ଼ିଶାରେ ସେଭଳି ଖରାପ ସ୍ଥିତି ନାହିଁ। ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି। ଅଧିକ ଥଣ୍ଡା କାଶ ରୋଗୀମାନଙ୍କର କୋଭିଡ ପରୀକ୍ଷା କରିବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି।