ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଉଚ୍ଚଶିକ୍ଷା ବିଭାଗରେ ମନ୍ତ୍ରୀଙ୍କ ପରେ ବଦଳିଲେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀ ବହିଷ୍କାର ହେବା ପରେ ଏବେ ବିଭାଗର ପ୍ରମୁଖ ସଚିବଙ୍କୁ ବଦଳାଯାଇଛି। ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସମସ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି। ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଅରବିନ୍ଦ ଅଗ୍ରଓ୍ଵାଲ୍‌ଙ୍କୁ ଉଚ୍ଚଶିକ୍ଷା ସଚିବ ଦାୟିତ୍ଵ ଦିଆଯାଇଛି। କିଛି ସମୟ ତଳେ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଥିଲେ ରୋହିତ ପୂଜାରୀ।

ଏହା ପୂର୍ବରୁ ଆଜି ବିଭାଗୱାରୀ ସମୀକ୍ଷାରେ ତାଙ୍କ ପ୍ରଦର୍ଶନ ଠିକ୍ ନଥିବା କାରଣ ଦର୍ଶାଇ ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋହିତ ପୂଜାରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି ଉଚ୍ଚ ଶିକ୍ଷା ବିଭାଗ । ଏପଟେ କିନ୍ତୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହି ଘଟଣା ଆଉ ଏକ ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଧରୁଛି ।

ମନ୍ତ୍ରୀ ପଦ ଯିବା ପରେ ନିଜର ପ୍ରତିକ୍ରିୟାରେ ରୋହିତ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବହୁ ସୁଯୋଗ ଦେଇଛନ୍ତି। ମୋତେ ନିଗମ ଅଧ୍ୟକ୍ଷ, ଜିଲ୍ଲା ସଭାପତି କରିଥିଲେ। ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି। ଏପରିକି ଭରସା ବଢିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀ କରିଥିଲେ। ମୁଁ ମନ୍ତ୍ରୀ ଭାବେ ଆଶାଜନକ କାମ କରିଛି। ହୁଏତ ମୁଖ୍ୟମନ୍ତ୍ରୀ ଅଧିକ ଆଶା କରିଥାଇପାରନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟ ଦେଇଛନ୍ତି ସେଗୁଡିକ ମୁଁ ସୁଚାରରୂପେ ପାଳନ କରିଛି। ଆଗକୁ ଭଲ କାମ କରିବାକୁ ଚେଷ୍ଟା କରିବି। ଦଳର ଜଣେ କର୍ମୀ ଦଳ ପକ୍ଷରୁ ଯାହା କାର୍ଯ୍ୟ ଦିଆଯିବ ସେଗୁଡିକ ମୁଁ ସମ୍ପାଦନ କରିବି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ନେଇ ମୋର ଦୁଃଖ ନାହିଁ। ଆଗକୁ ଆହୁରି ଶିଖିବି, ଯାହା ଦାୟିତ୍ଵ ଦେବେ କରିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.