PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ୟୁନେସ୍କୋର ଆଇକନିକ୍‌ ବୟନ ତାଲିକାରେ ଓଡ଼ିଶାର ୫

ଭୁବନେଶ୍ୱର,୭/୧୦ : ୟୁନେସ୍କୋର ୫୦ଟି ଆଇକନିକ୍‌ ବୟନ ତାଲିକା ମଧ୍ୟରୁ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟସମ୍ପନ୍ନ ବୟନ । ସେ ଭିତରେ ରହିଛି ସମ୍ବଲପୁରର ବାନ୍ଧ, ବ୍ରହ୍ମପୁରର ପାଟ (ଫୋଡ଼ା କୁମ୍ଭ), ଖୋର୍ଦ୍ଧା ଧଳାପଥରର ପରଦା, ରାୟଗଡ଼ା ଡଙ୍ଗରିଆ କନ୍ଧଙ୍କ ବୟନ ଏବଂ କେନ୍ଦୁଲି ପାଟ (କାଲିଗ୍ରାଫିକ୍‌ ୱେଭିଂ) । ଏ ସମ୍ପର୍କରେ ଏକ ପୁସ୍ତକ ପ୍ରକାଶ ପାଇଛି । ଏହି ତାଲିକାରେ ଉତ୍ତର ଭାରତର ୧୧ଟି, ଦକ୍ଷିଣ ଭାରତର ୧୧ଟି, ପୂର୍ବ ଭାରତର ୧୦ଟି ଓ ପଶ୍ଚିମ ଭାରତର ୧୦ଟି ସ୍ଥାନ ପାଇଛି । ଏହା ଭିତରେ ରହିଛି ଓଡ଼ିଶାର ୫, ପଶ୍ଚିମବଙ୍ଗର ୩ ଏବଂ ବିହାରର ୨ଟି ବୟନ । ପୁସ୍ତକରେ ପ୍ରତ୍ୟେକ ବୟନର ଇତିହାସ ଏବଂ କିମ୍ବଦନ୍ତୀ ଉଲ୍ଲେଖ ରହିଛି । ଏଥିସହିତ ଏସବୁ ବସ୍ତ୍ର ପ୍ରସ୍ତୁତିରେ କଷ୍ଟସାଧ୍ୟ ଓ ଗୋପନୀୟ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ କୁହାଯାଇଛି । କେବଳ ସେତିକି ନୁହେଁ, ପୁସ୍ତକରେ ଏସବୁ ଦୁର୍ଲଭ ବୟନର ଲୋକପ୍ରିୟତା ହ୍ରାସ ପାଉଥିବା ଏବଂ ଏହାକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଛି ।

ଓଡ଼ିଶାର ୫ଟି ବୟନ ସ୍ଥାନ ପାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ହୋଇଥିବାବେଳେ ଆହୁରି ଅଧିକ ସ୍ଥାନ ପାଇବାର ଆବଶ୍ୟକତା ଥିବା କଥା କହିଛନ୍ତି ଗବେଷିକା ଡ. ଅନିତା ସାବତ । ସେ କହିଛନ୍ତି, କୋଟପାଡ଼ ହ୍ୟାଣ୍ଡଲୁମ୍‌କୁ ମଧ୍ୟ ଏଥିରେ ସାମିଲ କରିବାର ଥିଲା । ଏହାଛଡ଼ା ସେ କହିଛନ୍ତି, ସ୍ଥାନ ପାଇଥିବା ୫ଟି ବୟନ ମଧ୍ୟରୁ ୪ଟି ଜିଆଇ ମାନ୍ୟତା ପାଇସାରିଛି । କେବଳ ଡଙ୍ଗରିଆ କନ୍ଧଙ୍କ ବୟନ ଅର୍ଥାତ୍‌ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଡ଼ ଶାଲ୍‌ ପାଇଁ ଜିଆଇ ଆବେଦନ କରାଯାଇଛି । ଏଥିସହ କେନ୍ଦୁଲି ପାଟ କଥା ଯାହା କୁହାଯାଇଛି, ତାହା କାଲିଗ୍ରାଫିକ୍‌ ୱେଭିଂ । ଏହା ମୁଖ୍ୟ କେନ୍ଦୁଲି ନୁହେଁ ଅନ୍ୟତ୍ର ପ୍ରସ୍ତୁତ ହେଉଛି । ବିଶେଷତଃ ଖଣ୍ଡୁଆ ପାଟ ନାମରେ ମହାପ୍ରଭୁଙ୍କ ସେବାରେ ଲାଗି ହୋଇଥାଏ । ତେଣୁ ପ୍ରଚାର, ପ୍ରସାର ସମୟରେ ଏମିତି ଗୁଡ଼ାଏ ତ୍ରୁଟି ସାମ୍ନାକୁ ଆସୁଛି । ଯାହାକୁ ଦୃଷ୍ଟି ଦେବାର ବିଶେଷ ଆବଶ୍ୟକତା ରହିଛି । ବାକି ଯେଉଁସବୁ ବୟନ ଏହି ତାଲିକାରେ ସ୍ଥାନିତ ହୋଇଛି ବା ଜିଆଇ ପାଇଛି ଏବଂ ପାଇବାର ଅଛି, ତାହା ଉପରେ ଅଧିକରୁ ଅଧିକ କାମ ହେବାର ଆବଶ୍ୟକତା ରହିଛି ବୋଲି ଡ. ଅନିତା କହିଛନ୍ତି ।