ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ :  ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର,୨୯/୦୫ : ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି । ଖାଦ୍ୟ ସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସଂପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି ।

ଜାପାନର ରିଉକୋକୁ ବିଶ୍ୱବିଦ୍ୟାଳୟର କିଓଟୋ ହଲ୍‌ରେ ଓଡ଼ିଶା କଲଚରାଲ୍‌ ଏକ୍ସଚେଞ୍ଜ ସୋସାଇଟି ଜାପାନ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ଓଡ଼ିଶାର ଧଉଳିଠାରେ ୧୯୭୩ ମସିହାରେ ଭାରତ-ନିପନ ବୌଦ୍ଧ ସଂଘ ପକ୍ଷରୁ ସ୍ଥାପିତ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିକଟରେ ପାଳିତ ହୋଇଥିବାବେଳେ ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନର ବିଶେଷ ଗୁରୁତ୍ୱ ରହିଛି । ଓଡ଼ିଶା ଜାପାନ ସଂପର୍କ ଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଜାପାନୀ ଭାଷା ଶିକ୍ଷଣ ଓ ଜୈବପ୍ରଯୁକ୍ତି କ୍ଷେତ୍ରରେ ଅଧିକତର ଗବେଷଣା ଏବଂ ଅଧ୍ୟୟନ ପାଇଁ ପ୍ରୟାସ ବିଶେଷ ଭାବରେ ଫଳପ୍ରଦ ସାବ୍ୟସ୍ତ ହେବ । ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପ୍ରକାଶ କରିଥିଲେ ।

ଓଡ଼ିଶା-ଜାପାନ ସାଂସ୍କୃତିକ ପୃଷ୍ଠଭୂମି ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, କିଓଟୋ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କାଜିନୋବୁ ମିତ୍‌ସୁବା, ଜାପାନସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ ଓସାକା କୋବେ, ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ବିଧାୟକ ଦେବୀପ୍ରସାଦ ମିଶ୍ର ବକ୍ତବ୍ୟ ରଖି ଜାପାନର ସଂସ୍କୃତି ପ୍ରେମୀମାନଙ୍କ ଏପରି ଉଦ୍ୟମ ସାଂସ୍କୃତିକ ଭାବବିନିମୟ ଏବଂ ଅଧ୍ୟୟନକୁ ସୁଦୃଢ଼ କରିବ ବୋଲି କହିଥିଲେ ।

ମହୋତ୍ସବରେ ଜଳବାୟୁ ପରିବର୍ତ୍ତନ ଆଧାରିତ ନୀଳମାଧବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’ ପ୍ରଦର୍ଶିତ ହୋଇଥିବାବେଳେ ଓଡ଼ିଶାର ପର୍ଯ୍ୟଟନ ବିଭବ ନେଇ ଏକ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଜାପାନୀ ନୃତ୍ୟଶିଳ୍ପୀ ୟୁମିକୋ ହାନାନୋମିଆ ଓ ସୁଶ୍ରୀ ସାଚିକୋ ମୁରାକାମୀଙ୍କ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା । କଳାହାଣ୍ଡିର ମହାବୀର ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦ ଘୁମୁରା ଓ ବଜାଶାଲ ଲୋକନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶା କଲଚରାଲ୍‌ ଏକ୍ସଚେଞ୍ଜ ସୋସାଇଟି ପକ୍ଷରୁ ପରବର୍ତ୍ତୀ ସମୟରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୋସାଇଟିର କର୍ମକର୍ତ୍ତା କହିଥିଲେ।

Copyright © 2022 - Summa Real Media Private Limited. All Rights Reserved.