PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଏଭରେଷ୍ଟ୍‌ ଆରୋହୀ କଳ୍ପନା ଦାସ ଆଉ ନାହାନ୍ତି

ଢ଼େଙ୍କାନାଳ/ଭୁବନେଶ୍ୱର, ୨୩ ।୫ (ବ୍ୟୁରୋ): ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ୍‌ ଆରୋହୀ କଳ୍ପନା ଦାସ ଆଉ ନାହାନ୍ତ । ଏଭରେଷ୍ଟ ଅବରୋହଣ କରିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ନେପାଳରୁ କଳ୍ପନା ସାଥୀ କାଞ୍ଚିମାୟା ତମାଙ୍ଗ (ନେପାଳ), ଲୟିାମୁ ମା (ଚୀନ)ଙ୍କ ସହ ହମିାଳୟ ଆରୋହଣ ଅଭିଯାନରେ ଯାଇଥିଲେ । ଆଜି ଦିନ ୧୨ଟା ୫୫ ମିନିଟ୍‌ରେ ସାଥୀମାନଙ୍କ ସହ ସେ ଏଭରେଷ୍ଟ ଶିଖର ଛୁଇଁଥିଲେ । ଏହାପରେ ସେ ଅବରୋହଣ କରୁଥିବା ସମୟରେ ହିମାଳୟର ବାଲକୋନି ଏରିଆରେ ଅପରାହ୍ଣ ସମୟରେ ହଠାତ ସେ ଅସୁସ୍ଥ ହୋଇ ପଡ଼ଥିଲେ । ଏହାପରେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମତୃୁ୍ୟ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଗତ ୧୪ ତାରଖିରେ କଳ୍ପନା ୩ ନଂ କ୍ୟାମ୍ପରେ ପହଞ୍ଚିବା ପରେ ଶାଢ଼ୀ ପିନ୍ଧି ଫଟୋ ଉଠାଇଥିଲେ । ଏହି ଫଟୋ ସେ ତାଙ୍କର ଜଣେ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ସେପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଆଜି ହଠାତ କଳ୍ପନା ଅସୁସ୍ଥ ହୋଇ ପଡ଼ିଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ନେପାଳର ‘ଦ ହିମାଳୟ ଟାଇମ୍ସ’ର ସୂଚନା ଅନୁସାରେ, କଳ୍ପନାଙ୍କୁ ମିଶାଇ ଏହି କିଛି ଦିନ ମଧ୍ୟରେ ୧୪ ଜଣ ପର୍ବତାରୋହୀ ପ୍ରାଣ ହରାଇ ସାରିଲେଣି ।’

କଳ୍ପନାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକରଛାୟା ଖେଳି ଯାଇଛି । ୨୦୦୮ ମେ’ ୨୧ ତାରିଖରେ ପ୍ରଥମ ଥର ଏଭରେଷ୍ଟ ଶିଖର ଛୁଇଁଥିଲେ । କଳ୍ପନାଙ୍କ ଜନ୍ମ ଢେଙ୍କାନାଳ କୁମ୍ଭାର ସାହିରେ । ସେ ଜୁଲାଇ ୭ ତାରିଖ ୧୯୬୬ ମସିହାରେ ଜନ୍ମ ହୋଇଥିଲେ । ୨୦୦୮ ପୂର୍ବରୁ ୨୦୦୪ ଓ ୨୦୦୬ରେ ଦୁଇଥର ଏଭରେଷ୍ଟ୍‌ ଆରୋହଣ କରିଥିଲେ ବି ଯାତ୍ରା ପୂର୍ଣ୍ଣାଙ୍ଗ କରିପାରି ନଥିଲେ । ଖରାପ ପାଗ ଓ ଦେହ ଅସୁସ୍ଥତା କାରଣରୁ ତାଙ୍କୁ ଅଧାରୁ ବାହୁଡ଼ିବାକୁ ପଡ଼ିଥିଲା । କିନ୍ତୁ ୨୦୦୮ରେ ଶେଷରେ କଳ୍ପନ ହିମାଳୟ ଶିଖରରେ ପହଞ୍ଚି ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଏଥରକୁ ମିଶାଇ ସେ ଦୁଇ ଥର ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ । ମାତ୍ର ଏହି ଖୁସି ମନାଇବା ପାଇଁ ସେ ନିଜ ଜନ୍ମ ମାଟିକୁ ଫେରି ପାରିଲେ ନାହିଁ । ଏଭରେଷ୍ଟ ଆରୋହଣ ସହ ସେ ୨୦୧୪, ଅକ୍ଟୋବର ୯ ତାରିଖରେ ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆ ଶିଖର (୫,୮୯୫ ମିଟର), ୨୦୧୫, ଜାନୁଆରୀ ୧୬ ତାରିଖରେ ମାଉଣ୍ଟ ଆକନକାଗୁଆ (୬,୯୬୨), ୨୦୧୫ ଜୁଲାଇ ୩୧ ତାରିଖରେ କାଉକାସସ୍‌ ଶିଖର (୫,୬୪୨) ଏବଂ ୨୦୧୫ ଡିସେମ୍ବର ୩ ତାରିଖରେ ଅଷ୍ଟ୍ରେଲିଆର ମାଉଣ୍ଟ କୌସିଅସକୋ ଶିଖରରେ ପହଞ୍ଚିଥିଲେ ।

ସମ୍ବନ୍ଧିତ ଖବର