ଭୁବନେଶ୍ଵର, ୧୬/୧୨ : ଦେଶରେ ଫାର୍ମା ହବ୍ ହେବ ଓଡ଼ିଶା। ଭୁବନେଶ୍ଵରରେ ଫାର୍ମା ସମ୍ମିଳନୀର ଶୁଭାରମ୍ଭ। ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି ୨୦୨୫ ଉନ୍ମୋଚିତ। ଏହି କାର୍ଯ୍ୟକ୍ରମରେ ଫାର୍ମାସ୍ୟୁଟିକାଲ ଓ ମେଡିକାଲ ଡିଭାଇସ୍ ପାର୍କର ଶୁଭାରମ୍ଭ ହୋଇଛି। ଫାର୍ମା ସମ୍ମିଳନୀରେ ମୋଟ ୪୫ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି। ଏହାଦ୍ୱାରା ମୋଟ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଫର୍ମାସ୍ୟୁଟିକାଲସ ପାଇଁ ୩୨ଟି ବୁଝାମଣାପତ୍ର, ମେଡିକାଲ ଉପକରଣ ପାଇଁ ୧୨ଟି ବୁଝାମଣାପତ୍ର ଏବଂ ଏକ ଲ୍ୟାଣ୍ଡମାର୍କ ଶିଳ୍ପ ପାର୍କ ପ୍ରସ୍ତାବ ପାଇଁ ଆଉ ଗୋଟିଏ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ନିବେଶ, ନିଯୁକ୍ତି, ନବସୃଜନ ଏବଂ ସବୁଜ ଉତ୍ପାଦନ ମାଧ୍ୟମରେ ଔଷଧ ଏବଂ ଚିକିତ୍ସା ଉପକରଣର ପୂର୍ବାଞ୍ଚଳ କେନ୍ଦ୍ର ଭାବରେ ଓଡ଼ିଶାକୁ ଦ୍ରୁତ ଗତିରେ ପ୍ରତିଷ୍ଠା ଏହି ପଲିସିର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଫାର୍ମା ନିବେଶକ ଓଡ଼ିଶା ଆସନ୍ତୁ। ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ। 

​​​​​​​

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଫାର୍ମା ସେକ୍ଟରରେ ଓଡ଼ିଶାର ନାଁ ସାମିଲ ହେବାକୁ ଯାଉଛି। ଆମର ପ୍ରଥମ ପଦକ୍ଷେପ ହେବ ଓଡ଼ିଶାକୁ ନିବେଶକମାନଙ୍କର ପ୍ରଥମ ପସନ୍ଦ କରିବୁ। ମାତ୍ର ଦେଢ଼ ବର୍ଷରେ ଆମେ ଆମ ଲକ୍ଷ୍ୟକୁ ହାସିଲ କରିପାରିଛୁ। ଦେଶରେ ଫାର୍ମା ହବ୍ ହେବ ଓଡ଼ିଶା। ଗୁଣବତାକୁ ଗୁରୁତ୍ୱ ଦିଆଯିବ। ତେଣୁ ନିବେଶକମାନେ ଓଡ଼ିଶା ଆସନ୍ତୁ, ଆମର ଗ୍ୟାରେଣ୍ଟି କେବେ ପଛକୁ ବୁଲି ଦେଖିବାକୁ ପଡିବନି। ଡ୍ରଗ୍ ଓ ଡିଭାଇସ୍ ତିଆରି ୟୁନିଟ ଖୋର୍ଦ୍ଧାରେ ନିର୍ମାଣ ହେବ। ଆଜି ଫାର୍ମା ସମ୍ମିଳନୀରେ ୨୦ ଦେଶରୁ ବଡ଼ କମ୍ପାନୀ ଆସିଛନ୍ତି।

​​​​​​​

ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି ୨୦୨୫ର ଲକ୍ଷ୍ୟ- 

  • ନିବେଶକୁ ଆକର୍ଷିତ କରିବା ଏବଂ ସ୍ଥାନୀୟ ଉଦ୍ୟୋଗୀତା ଏବଂ MSME ଅଭିବୃଦ୍ଧିକୁ ପ୍ରେରଣା ଦେବା
  • ଦକ୍ଷ ଏବଂ ଅର୍ଦ୍ଧ-ଦକ୍ଷ ବିଭାଗରେ ନିଯୁକ୍ତି ସୃଷ୍ଟି କରିବା
  • ଔଷଧ ଏବଂ ଚିକିତ୍ସା ଉପକରଣରେ ରପ୍ତାନି
  • ମୁଖ୍ୟ ଉତ୍ପାଦନକୁ ଆଗକୁ ବଢାଇବା, ବିଶ୍ୱସ୍ତରୀୟ ପାର୍କ ବିକଶିତ କରି, ଲକ୍ଷ୍ୟଭିତ୍ତିକ ଆର୍ଥିକ ଏବଂ ଅଣ-ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି, ନିୟମ ଏବଂ ଦକ୍ଷତାକୁ ସୁଦୃଢ଼ ​​କରିବା 
  • ୨୦୩୦ ସୁଦ୍ଧା ଲକ୍ଷେରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ୨୫ ହଜାର କୋଟି ଟଙ୍କା ସଂଗ୍ରହ କରିବା