PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାକୁ ଅବହେଳା, ଟିମ୍‌ରେ ଦୀପଗ୍ରେସ୍‌ ଏକମାତ୍ର ଓଡ଼ିଆ

ଭୁବନେଶ୍ୱର, ୨୪/୦୬ : ଜୁନ୍‌ ୨୧ରେ ମହିଳା ହକି ବିଶ୍ୱକପ୍‌ ପାଇଁ ଦଳ ଘୋଷଣା ହୋଇଛି । ପ୍ରାୟତଃ ସେହି ଦଳ ଆଗାମୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅପରିବର୍ତ୍ତିତ ରହିଛି। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପଗ୍ରେସ ଏକ୍କା ଦଳରେ ସ୍ଥାନ ପାଇଛନ୍ତି । ଦଳରେ ତାଙ୍କୁ ଉପଅଧିନାୟିକା ଦାୟିତ୍ୱ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ ତାରିଖରୁ ବର୍ମିଂହାମରେ ଆରମ୍ଭ ହେବ । ଗୋଲକିପର ସବିତା ପୂର୍ବଭଳି ଦଳର ନେତୃତ୍ୱ ବଜାୟ ରଖିଛନ୍ତି । ବିଶ୍ୱକପ୍‌ ଦଳରେ ଗୋଲକିପର ସବିତାଙ୍କ ସହ ବିଚୁ ଦେବୀ ସାମିଲ ହୋଇଥିଲେ । କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବିଚୁଙ୍କ ସ୍ଥାନରେ ରଜନୀଙ୍କୁ ସ୍ଥାନ ମିଳିଛି । ଡିଫେଣ୍ଡର, ମିଡ୍‌ଫିଲ୍ଡର ଏବଂ ଫରୱାର୍ଡରେ ମଧ୍ୟ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ ।

ତେବେ ଓଡ଼ିଶା ସରକାର ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ରହିଥିବାବେଳେ ଉଭୟ ପୁରୁଷ ଓ ମହିଳା ସିନିୟର ଦଳରେ ଓଡ଼ିଶାର ପ୍ରତିନିଧିତ୍ୱ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ ଅବା ଅନ୍ୟ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ୍‌ରେ ମହିଳା ଦଳରେ ୪ ଜଣ ଓଡ଼ିଆ- ଲିଳିମା ମିଞ୍ଜ, ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଦୀପଗ୍ରେସ ଦଳରେ ସ୍ଥାନ ପାଉଥିଲେ । ସୁନୀତା ଓ ଲିଳିମା ଅବସର ନେଇ ସାରିଛନ୍ତି । ଏବେ ଦୀପ୍‌ଗ୍ରେସ, ନମିତା ଓ ରଶ୍ମିତା ମିଞ୍ଜଙ୍କ ସହ କିଛି ଯୁବ ଖେଳାଳି ଜାତୀୟ ପ୍ରଶିକ୍ଷଣ ଶିବିରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଦୀପଗ୍ରେସଙ୍କୁ ହିଁ ସିନିୟର ଦଳରେ ସୁଯୋଗ ମିଳୁଛି । ବିଶ୍ୱକପ୍‌ ଦଳ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସେ ଏକମାତ୍ର ଓଡ଼ିଆ ଭାବେ ସୁଯୋଗ ପାଇଛନ୍ତି। ଯାହାକୁ ନେଇ ଓଡ଼ିଶା ହକିପ୍ରେମୀଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । ଯାହା ଆଶା କରାଯାଉଛି, ଆଉ କିଛି ବର୍ଷ ମଧ୍ୟରେ ଜାତୀୟ ସିନିୟର ପୁରୁଷ କିମ୍ବା ମହିଳା ଦଳରେ ଜଣେ ବି ଓଡ଼ିଆ ଖେଳାଳି ନଥିବେ ।

ଭାରତୀୟ ଦଳରେ ସାମିଲ ଥିବା ଖେଳାଳିମାନେ ହେଲେ :- ଗୋଲକିପର-ସବିତା (ଅଧିନାୟିକା), ରଜନୀ । ଡିଫେଣ୍ଡର- ଦୀପଗ୍ରେସ ଏକ୍କା, ଗୁରଜିତ କୌର, ନିକି ପ୍ରଧାନ, ଉଦିତା । ମିଡଫିଲ୍ଡର- ନିଶା, ସୁଶୀଳା ଚାନୁ, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସଲିମା ଟେଟେ । ଫରୱାର୍ଡ- ବନ୍ଦନା କାଟାରିଆ, ଲାଲରେମସିଆମି, ନଭନିତ କୌର, ଶର୍ମିଳା ଦେବୀ, ସଙ୍ଗୀତା କୁମାରୀ ।