PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଦୁଇ ପୁଲିସ୍‌ ଅଫିସ୍‌ରଙ୍କ ନାଁରେ ୱାରେଣ୍ଟ୍‌

ଭୁବନେଶ୍ୱର,୨୮/୦୮: କମିଶନରେଟ୍‌ ପୁଲିସ୍‌ର ଦୁଇ ପୁଲିସ୍‌ ଅଫିସ୍‌ରଙ୍କ ନାଁରେ ଜାମିନରହିତ ୱାରେଣ୍ଟ ବାହାରିଛି । ଏହି ଦୁଇ ଜଣ ହେଲେ ଲକ୍ଷ୍ମୀସାଗର ଥାନାରେ କାର୍ଯ୍ୟରତ ଡି. ନାୟକ ଓ ବାଲିପାଟଣା ଥାନାର ଏସ୍‌ଆଇ ଜି.କେ ଜେନା । କୋର୍ଟ ନିର୍ଦ୍ଦେଶକୁ ଏହି ଦୁଇ ଅଫିସର ଅବମାନନା କରିଥିବାରୁ ଏହି ୱାରେଣ୍ଟ ହୋଇଛି । ୨୦୧୨ରେ ଜୁନ୍‌ରେ ବରମୁଣ୍ଡାରେ ସୌଭାଗ୍ୟ ନଗରରେ ରହୁଥିବା ଶତ୍ରୁଘ୍ନ ରାଉତଙ୍କ ଘର ପାଚେରି ନିକଟରେ ୪ଟି ବୋମା ସହ ଏକ ଧମକପୂର୍ଣ୍ଣ ଚିଠି ପଡ଼ିଥିଲା । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେତେବେଳେ ଶ୍ରୀ ନାୟକ ଓ ଶ୍ରୀ ଜେନା ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଥିଲେ । ଉଭୟ ଏହି ମାମଲାର ତଦନ୍ତକାରୀ ଅଫିସର ଥିଲେ । କିଛି ମାସ ପରେ ଖଣ୍ଡଗିରି ଥାନାରୁ ଉଭୟଙ୍କ ବଦଳି ହୋଇଥିଲା । ଅଦାଲତରେ ମାମଲାର ବିଚାର ଚାଲିଥିବା ବେଳେ ଉପରୋକ୍ତ ଅଫିସର ଦ୍ୱୟ ସାକ୍ଷୀ ଦେବାକୁ ଆସିନଥିଲେ । ଏନେଇ କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ ଜାରି ହୋଇଥିଲା । ଡିସିପିଙ୍କ ପାଖକୁ ମଧ୍ୟ ନୋଟିସ୍‌ ଯାଇଥିଲା । ତଥାପି ଏହି ଦୁଇ ଅଫିସର କୋର୍ଟରେ ହାଜର ନ ହେବାରୁ ବିଚାରପତି ୱାରେଣ୍ଟ୍‌ ଜାରି କରିଛନ୍ତି ।