ଭୁବନେଶ୍ୱର,୨୨/୦୫: ଆଜିଠୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍‌ସି) ପରିଚାଳିତ ସିଆର୍‌ଆଇ-୨୦୨୫ ପରୀକ୍ଷା ଆରମ୍ଭ ହେବ । ଏଥିରେ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ), ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ଏଆର୍‌ଆଇ) ଓ ଅମିନ ପଦବିରେ ନିଯୁକ୍ତି ପାଇଁ ପରୀକ୍ଷା ହେବ । ଏହି ପରୀକ୍ଷା ଜୁନ୍ ୨୦ ତାରିଖ ଯାଏ ଚାଲିବ । ଏନେଇ ଗତ ୧୩ ତାରିଖରୁ ଓଏସ୍ଏସ୍ଏସ୍‌ସି ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ମଧ୍ୟ ଉପଲବ୍ଧ ରହିଛି । ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରାୟ ୨ଲକ୍ଷ ୫୦ହଜାରରୁ ଅଧିକ ପିଲା ଏହି ନିଯୁକ୍ତି ପରୀକ୍ଷା ଦେବେ ।

ଅଧିକ ପଢ଼ନ୍ତୁ :-  Vigilance Raid: ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍,ଆର୍ଥିକ ଅନିୟମିତତା ଅଭିଯୋଗ