PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ମାଟ୍ରିକରେ ହୋଇଥିଲେ ଟପ୍ପର- ଯୁକ୍ତ ୨ ବିଜ୍ଞାନରେ ଓଡିଶା ଟପ୍ପର ହେଲେ ଢେଙ୍କାନାଳ ଜିଲ୍ଲା ଭୁବନର ସୁଦୀପ ସୁଦର୍ଶନ ରଣା

ଭୁବନ – ଏସିଆ ମହାଦେଶର  ସବୁଠାରୁ ବଡ ଗାଁ ଭୁବନର ଗର୍ବ ଆଉ ଗୌରବ ସୁଦୀପ ସୁଦର୍ଶନ ରଣା । ଭୁବନ ବାଳକ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢି ୨୦୧୮ ମସିହାରେ ୫୮୨ ନମ୍ବର ରଖି ଓଡିଶା ଟପର ହୋଇଥିଲେ । ଜୁପିଟର ( ଭୁବନେଶ୍ବର)ରେ ଯୁକ୍ତ ୨ ବିଜ୍ଞାନରେ ପାଠ ପଢି  ୫୭୪ ନମ୍ବର ରଖି ଓଡିଶା ଟପର ହୋଇ ଭୁବନ ତଥା ଢେଙ୍କାନଲ ଜିଲ୍ଲା ପାଇଁ ପୁଣି ଥରେ ଗର୍ବ ଆଉ ଗୌରବ ଆଣିଛନ୍ତି । ମୋଟ ୬ଶହ ନମ୍ବରରୁ ୫୭୪ ଅର୍ଥାତ ଶତକଡା ୯୫.୬୬ପ୍ରତିଶତ ନମ୍ବର ରଖିବରାଜ୍ୟରେ ଚଳିତ ବର୍ଷ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ।ପିତା ରଞ୍ଜନ କୁମାର ରଣା ଜଣେ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ।

ଯାଜପୁର ଜିଲ୍ଲା ମହାନ୍ତିପାଟଣା ଅହିୟାସ ଗ୍ରାମର ବାସିନ୍ଦା ହୋଇଥିଲେ ମଧ୍ୟ ଆଜକୁ ୨୦ ବର୍ଷ ହେବ ଢେଙ୍କାନାଳ ଜିଲ୍ଲା ଭୁବନ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଥିଲେ । ସୁଦୀପ ସୁଦର୍ଶନ ରଣାଙ୍କର ଭୁବନରେ ଜନ୍ମ ହୋଇଥିଲା । ମାଆ ଭକ୍ତିଲତା ସାହୁ ପୁଅର ଲାଳନ ପାଳନ ପ୍ରତି ବହୁତ ସଜାଗ ଥିଲେ । ସୁଦୀପସୁଦର୍ଶନ ରଣା ପ୍ରଥମେ ଷଷ୍ଠ ଶ୍ରେଣୀରେ ନବୋଦୟ ଉତିନ୍ନ ହୋଇ ସରାଙ୍ଗ ସ୍ଥିତ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ରହୁନଥିବାରୁ ବାପା ତାଙ୍କୁ ନିଜ ପାଖକୁ ଆଣି ଆସିଥିଲେ । ଅଷ୍ଟମ ଶ୍ରଣୀରୁ ସୁଦୀପ ଭୁବନ ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲେ ।

ତୁଳସୀ ଦୁଇ ପତ୍ରରୁ ବାସେ ଯଥାର୍ଥର ପ୍ରମାଣିତ କରି ୨୦୧୮ ମସିହା ଦଶମ ପରୀକ୍ଷାରେ ୫୮୨ ନମ୍ବର ରଖି ଓଡିଶା ଟପ୍ପର ହୋଇ ଭୁବନ ପାଇଁ ଆଣିଥିଲେ ଗର୍ବ ଆଉ ଗୌରବ । ପରେ ଭୁବନେଶ୍ବରସ୍ଥିତ ଜୁପିଟର ମହାବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନରେ ନାମ ଲେଖାଇ ପାଠ ପଢାରେ ମନ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କର ଅଗାଢ ଭଲ ପାଇବା ଥିଲା ସୁଦୀପଙ୍କ ଉପରେ । ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିଲେ । କରୋନା ମହାମାରୀ ପାଇଁ ଫଳାଫଳର କୌଣସି ନିର୍ଯ୍ୟାସ ବାହାରି ନଥିଲା । କିନ୍ତୁ ବିଳମ୍ବରେ ହେଉ ଆଜି ଫଳ ପ୍ରକାଶ ପାଇଥିଲା । ଏହି ପରୀକ୍ଷାରେ  ମୋଟ ୬୦୦ ନମ୍ବରରୁ ୫୭୪ ନମ୍ବର ରଖି ପୁଣି ଥରେ ଓଡିଶା ଟପ୍ପର ହୋଇଛନ୍ତି ସୁଦିପ ସୁଦର୍ଶନ ରଣା । ପ୍ରତ୍ବେକଦିନ ସେ ୫ ରୁ ୬ ଘଣ୍ଟା ପରିଶ୍ରମ କରୁଥିଲେ ।