ଭୁବନେଶ୍ଵର, ୦୭/୦୨ : ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡର ଶୁଭାରମ୍ଭ। ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ ହେବ ବିସିପିପିଇଆର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିସିପିପିଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଛନ୍ତି। । ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ରାଜୀବ ଗୌବା ଏବଂ ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗ ଦେଇଛନ୍ତି।
ଏହି ଅବସରରେ ନୀତି ଆୟୋଗ ସିଇଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଓଡ଼ିଶାର ସ୍ଥାନ ସ୍ଵତନ୍ତ୍ର। ୧୫ ରୁ ୧୭ଟି ରାଜ୍ୟ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି, କିନ୍ତୁ ପ୍ରଧାନମନ୍ତ୍ରୀ କେବଳ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟକୁ ରିଲିଜ କରିଛନ୍ତି। ୨୦୨୪ ମସିହାରେ ଯେତେବେଳେ ଗ୍ଲୋବାଲ ସମ୍ମିଟ ଚାଲିଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ଥିଲେ। ନିଜ ରାଜ୍ୟ ଗୁଜରାଟ ପାଇଁ ଭିଜନ ରିଲିଜ୍ କରିବା ପାଇଁ ମୁଁ ତାଙ୍କୁ କହିଥିଲେ। ହେଲେ ସେ ସେତେବେଳେ କହିଥିଲେ ଯେ, ଭିଜନ ଡକ୍ୟୁମେଣ୍ଟକୁ ଅର୍ଥମନ୍ତ୍ରୀ ରିଲିଜ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ହେଉଛି ବିକଶିତ ଭାରତ ୨୦୪୭। ଯେଉଁଠି ଜିଡିପି ହେବ ୩୦ ଟ୍ରିଲିଅନ ଡଲାର। ଭାରତ ୨୦୪୭ ସୁଦ୍ଧା ବିକଶିତ ଦେଶ ଭାବରେ ପରିଗଣିତ ହେବ। ଏଥିପାଇଁ ସମସ୍ତ ଅଧିକାରୀମାନଙ୍କଠୁ ଆରମ୍ଭ କରି ସମସ୍ତ ନାଗରିକ ଉତ୍ସାହିତ ଅଛନ୍ତି ଏବଂ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଲାଗି ପଡିଛନ୍ତି। ବିକଶିତ ଓଡ଼ଶା ପ୍ଲାନ ପ୍ରସ୍ତୁତ ହୋଇଛି। ବିକଶିତ ରାଜ୍ୟ ପାଇଁ ମଧ୍ୟପ୍ରଦେଶ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଭଳି ୧୫ ରୁ ୧୭ଟି ରାଜ୍ୟ ଭିଜନ ପ୍ରସ୍ତୁତ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ପାଇଁ ଭିଜନ ରିଲିଜ୍ କରିଛନ୍ତି। ଏହା ଦର୍ଶାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ପ୍ରତି ଆଟାଚମେଣ୍ଟ ଏବଂ ଫିଲିଙ୍ଗସ୍ ଅଧିକ। ପ୍ରଧାନମନ୍ତ୍ରୀଙ୍କ ପାଇଁ ଓଡ଼ିଶା ସ୍ୱତନ୍ତ୍ର। ଓଡ଼ିଶା ସରକାର ମଧ୍ୟ ଏହାକୁ ଗୁରୁତ୍ଵ ଦେଇ କାର୍ଯ୍ୟ କରୁଛନ୍ତି। ଏହା ଦେଖି ମୋତେ ଗର୍ବ ଲାଗୁଛି।
ବି.ଭି.ଆର୍ ସୁବ୍ରମଣ୍ୟମ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରତି ଧନ୍ୟବାଦ ଜଣାଇ କହିଥିଲେ ଯେ, ଆମର ୭୦ରୁ ୮୦ ପ୍ରତିଶତ ଜିଡିପି ସହରାଞ୍ଚଳରୁ ଆସିଥାଏ। ୨୦୪୭ ସୁଦ୍ଧା ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସହରୀକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ମୁମ୍ବାଇ, ସୁରଟ, ବିଶାଖାପଟଣା, ବାରଣାସୀ ପରେ ନୀତି ଆୟୋଗର ଏହା ହେଉଛି ପଞ୍ଚମ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ବିକଶିତ ଓଡ଼ିଶା ପାଇଁ ମଧ୍ୟ ନୀତି ଆୟୋଗ ଯୋଜନା ପ୍ରସ୍ତୁତ କରିଛି। ଆମର ଏହି ଯୋଜନା କେବଳ ଓଡ଼ିଶା ପାଇଁ ନୁହେଁ ବିକଶିତ ଭାରତ ପାଇଁ ମଧ୍ୟ ସହାୟକ ହେବ।
ଏହି ଖବରଟିକୁ ପଢନ୍ତୁ- ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ, ଓଡ଼ିଶା ଭିଜନ ୨୦୪୭ର ସାଜିବ ମୁଖ୍ୟ ଗ୍ରୋଥ୍ ଇଞ୍ଜିନ୍