ଆଠଗଡ଼, ୨।୫ : ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ। ମଦ ନିଶାରେ ଶିଳପୁଆ ଛେଚି ବୃଦ୍ଧ ବାପାକୁ କଲା ହତ୍ୟା। ଆଠଗଡ଼ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମରେ ଦେଖିବକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ମୃତକ ବୃଦ୍ଧ ଜଣଙ୍କ ହେଲେ ବିକଳ ନାଏକ ।
ବିକଳଙ୍କ ପୁଅ ମଦ ପିଇ ଘରକୁ ଆସି ପାଟିତୁଣ୍ଡ କରିଥିଲା। ଏହି ସମୟରେ ବିକଳଙ୍କ ସହ ଯୁକ୍ତିତର୍କ ହୋଇଥିଲା। ମଦ ନିଶାରେ ବିକଳଙ୍କୁ ଶିଳପୁଆ ଛେଚି ଦେଇଥିଲା। ଏଥିରେ ଘଟଣାସ୍ଥଳରେ ବିକଳଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ମଦ୍ୟପ ପୁଅକୁ କାବୁ କରି ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିବା ସହ ପୋଲିସ କୁ ଖବର ଦେଇଥିଲେ l ଆଠଗଡ଼ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ହତ୍ୟା କରିଥିବା ପୁଅକୁ ଅଟକ ରଖି କରି ତଦନ୍ତ ଆରମ୍ଭ କରିଛି।