ଭୁବନେଶ୍ବର,୧୯/୦୯:ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି ଓଡ଼ିଶା ସରକାର। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ରେ ହେବ। ନିଜ ଜିଲ୍ଲାରେ ନିଯୁକ୍ତି ହେବେନି ଶିକ୍ଷକ ଆଉ ଯଦି ହେଲା ନିଜ ବ୍ଲକରେ ରହିବାକୁ ମିଳିବନି ଅନୁମତି । ସେହିପରି ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଅବିଭକ୍ତ କେବିକେ,ଗଜପତି,କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ। ଅନ୍ୟ ଜିଲ୍ଲାରେ ୧୦ ବର୍ଷ କାମ କରିଥିବା ଶିକ୍ଷକମାନେ ଏହି ଜିଲ୍ଲାଗୁଡ଼ିକରେ ନିଯୁକ୍ତ ହେବେ। ସେହିପରି ଦମ୍ପତି ସରକାରୀ କର୍ମଚାରୀ ହୋଇଥିଲେ ନିକଟ ଅଞ୍ଚଳରେ ନିଯୁକ୍ତି ମିଳିବ।ଅବସରକୁ ୨ ବର୍ଷ ଥିଲେ ଯେଉଁଠି ଅଛନ୍ତି ସେଠାରେ କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ।