କଟକ,୧୬/: ବିଜୟ ହଜାରେ ଟ୍ରଫି ପାଇଁ ଆଜି ଓଡ଼ିଶା ଦଳ ଘୋଷଣା ହୋଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ର ବରିଷ୍ଠ ଦଳ ଚୟନ କମିଟିର ଅଧ୍ୟକ୍ଷ ସୌରଜିତ ମହାପାତ୍ର ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଥମ ୩ଟି ମ୍ୟାଚ ପାଇଁ ଦଳ ଘୋଷଣା କରିଥିଲେ । ୧୬ ଜଣିଆ ଦଳର ନେତୃତ୍ୱ ନେବେ ବରିଷ୍ଠ ଅଲ୍‌ରାଉଣ୍ଡର ବିପ୍ଳବ ସାମନ୍ତରାୟ ।

ଘୋଷିତ ଦଳରେ ୭ଜଣ ନୂଆ ମୁହଁ ସାମିଲ୍ ହୋଇଛନ୍ତି । ସେମାନେ ହେଲେ ଓମ୍, ଦିନେଶ, ସମ୍ବିତ, ସୌମ୍ୟ, ଅନିଲ, ବାଦଲ ଓ ତୌଫିଲ୍ । ଶୁଭମ ଶତ୍ରୁଜିତ, ରାଜେଶ ଧୂପର, ପ୍ରଦୀପ ପ୍ରଧାନ, ସମ୍ବିତ ବେଜା, କାର୍ତ୍ତିକ ବିଶ୍ୱାଳ, ପ୍ରଶାନ୍ତ ରଣା, ତାରିଣୀ ସ’ ଓ ସୁମିତ ଶର୍ମା ଷ୍ଟାଣ୍ଡ୍ ବାଏରେ ରହିଛନ୍ତି । ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ତାର ପ୍ରଥମ ମ୍ୟାଚ ୨୪ ତାରିଖରେ ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ସୌରାଷ୍ଟ୍ର ବିପକ୍ଷରେ ଖେଳିବ । ସେମିତି ୨୬ରେ ସର୍ଭିସେସ୍, ୨୯ରେ ଆନ୍ଧ୍ରପ୍ରଦେଶ, ୩୧ରେ ଦିଲ୍ଲୀ, ଜାନୁୟାରୀ ୩ରେ ହରିଆନା, ୬ରେ ଗୁଜରାଟ ଓ ୮ରେ ରେଲୱେ ବିପକ୍ଷରେ ଖେଳିବାର ସୂଚୀ ରହିଛି ।

ଓଡ଼ିଶା ଦଳ: ବିପ୍ଳବ ସାମନ୍ତରାୟ (ଅଧିନାୟକ), ଶାନ୍ତନୁ ମିଶ୍ର, ସ୍ୱସ୍ତିକ ସାମଲ, ଓମ୍.ଟି.ମୁଣ୍ଡେ, ଦିନେଶ କୁମାର ମାଝୀ, ଆଶୀର୍ବାଦ ସ୍ୱାଇଁ, ପ୍ରୟାସ କୁମାର ସିଂ, ସମ୍ବିତ ବରାଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୌମ୍ୟରଞ୍ଜନ ଲେଙ୍କା, ଅନିଲ ପରଡ଼ା, ସନ୍ଦୀପ ପଟ୍ଟନାୟକ, ବାଦଲ ବିଶ୍ୱାଳ, ଗୋବିନ୍ଦ ପୋଦ୍ଦାର ଓ ସୟଦ ତୌଫିଲ୍ ଅହମ୍ମଦ ।