ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ

Published By : Rasmita Pradhan | July 10, 2025 8:54 AM

ଭୁବନେଶ୍ୱର, ୧୦/୦୭ : ଭାରତର ଏଆଇ-ପରିଚାଳିତ ଶିଳ୍ପ ଭବିଷ୍ୟତର ଅଗ୍ରଦୂତ ହେବ ଓଡ଼ିଶା। ପ୍ରାଇମସ୍‌ ପାର୍ଟନର୍ସ ସହଭାଗିତାରେ ଆସୋଚାମ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ‘ଏଆଇ-ଡ୍ରାଇଭେନ ମାନୁଫ୍ୟାକ୍‌ଚରିଂ: ଇନୋଭେଶନ, ଏଫିସିଏନ୍ସି ଆଣ୍ଡ୍‌ ସଷ୍ଟେନେବୁଲ ଗ୍ରୋଥ୍‌' ଶୀର୍ଷକ ଆସୋଚାମ-ପ୍ରାଇମସ୍‌ ପାର୍ଟନର୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବେ ଭବିଷ୍ୟତର ବିଷୟବସ୍ତୁ ହୋଇ ରହିନାହିଁ ବରଂ ବର୍ତ୍ତମାନ ସମୟର ଉତ୍‌ପ୍ରେରକ ପାଲଟିଛି। ଯାହା ନିର୍ମାଣ କ୍ଷେତ୍ରକୁ ନୂଆ ରୂପ ଦେଉଛି । ରିପୋର୍ଟରେ ଓଡ଼ିଶାର ସକ୍ରିୟ ପରିଚାଳନା, ମଜଭୂତ ଶିଳ୍ପ ଆଧାର ଓ ଉଦୀୟମାନ ଡିଜିଟାଲ ଭିତ୍ତିଭୂମି କିଭଳି ରାଜ୍ୟକୁ ଏଆଇ-ସମନ୍ୱିତ ଅଭିବୃଦ୍ଧି ପାଇଁ ଏକ ମଡେଲ ଭାବେ ଅବସ୍ଥାପିତ କରିଛି, ତାହା ପ୍ରକାଶ କରିଛି । 

ରିପୋର୍ଟକୁ ଆସୋଚାମ ଓଡ଼ିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୫ରେ ଉନ୍ମୋଚନ କରାଯାଇଛି । ଏଥିରେ ପ୍ରକାଶ କରାଯାଇଛି ଯେ, ୩୦%ରୁ ଅଧିକ ଭାରତୀୟ ନିର୍ମାତା ଏଆଇକୁ ଗ୍ରହଣ କରିଛନ୍ତି । ଆନ୍ତର୍ଜାତୀୟ ଆକଳନ ଅନୁଯାୟୀ ୨୦୩୪ ସୁଦ୍ଧା ଏଆଇ-ଚାଳିତ ନିର୍ମାଣ କ୍ଷେତ୍ରର ମୂଲ୍ୟ ୨୩୦ ବିଲିୟନ ଡଲାର ହେବ । ଏ କ୍ଷେତ୍ରରେ ଓଡ଼ିଶା ଏହାର ଓଡ଼ିଶା ଏଆଇ ପଲିସି ୨୦୨୫ ଓ ଓଡ଼ିଶା ଏଆଇ ମିଶନ ଭଳି ପଦକ୍ଷେପ ସହିତ ବେଞ୍ଚ୍‌ମାର୍କ ସ୍ଥାପନ କରୁଛି। ଯାହା ଷ୍ଟିଲ, ଖଣି, ସ୍ମାର୍ଟ ବନ୍ଦର ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏଆଇକୁ ଧାରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ଏଆଇ ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ରିପୋର୍ଟ ଆଇଆଇଟି ଭୁବନେଶ୍ଵର ଓ ଏନ୍‌ଆଇଟି ରାଉରକେଲା ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ସହ ଏଆଇ ମାନୁଫ୍ୟାକ୍‌ଚରିଂ ମିଶନ ଲଞ୍ଚ୍‌ କରିବା, ଏଆଇ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ କରିବା ଏବଂ କଳିଙ୍ଗନଗର ଓ ଝାରସୁଗୁଡା ଭଳି ଅଞ୍ଚଳରେ ଡିଜିଟାଲ ମାନୁଫ୍ୟାକ୍‌ଚରିଂ ପାର୍କ ସ୍ଥାପନ କରିବା ପାଇଁ ସୁପାରିସ କରିଛି । ଏହା ସବ୍‌ସିଡାଇଜ୍‌ଡ ଏଆଇ ଟ୍ରାଏଲ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହଯୋଗ କରିବା, ଜିଲ୍ଲା ଶିଳ୍ପ କେନ୍ଦ୍ରଗୁଡିକରେ ଏଆଇ ଫ୍ୟାସିଲେଶନ ସେଲ୍‌ ଏବଂ ଆଇଟିଆଇ ଓ ପଲିଟେକ୍‌ନିକଗୁଡିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମନ୍ୱିତ କରିବା ପାଇଁ ଆହ୍ୱାନ ଦେଇଛି । 

ଏହି ରିପୋର୍ଟ କେବଳ ଏକ ପଲିସି ଡକ୍ୟୁମେଣ୍ଟ ନୁହେଁ ବରଂ କାର୍ଯ୍ୟ ପାଇଁ ଏକ ଆହ୍ୱାନ । ଏହା ନୀତି ନିର୍ମାତା, ଶିଳ୍ପ ଲିଡର ଓ ଶିକ୍ଷାନୁଷ୍ଠାନଗୁଡିକୁ ଏଆଇ-ଭିତ୍ତିକ ରଣନୀତି କାର୍ଯ୍ୟକାରୀ କରିବା ପାଇଁ ଆବେଦନ କରିଛି । ରିପୋର୍ଟ ସମ୍ପର୍କରେ ଆସୋଚାମ ଓଡ଼ିଶା କାଉନ୍‌ସିଲ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି କହିଛନ୍ତି, "ଓଡ଼ିଶାରେ ଭାରତର ପରବର୍ତ୍ତୀ ଶିଳ୍ପ ବିପ୍ଳବର ନେତୃତ୍ୱ ନେବା ପାଇଁ ରଣନୈତିକ ସୁଯୋଗ ରହିଛି । ଏଆଇକୁ ଦାୟିତ୍ୱପୂର୍ଣ୍ଣ ଭାବେ ଉପଯୋଗ କରି ଓ ଅନ୍ତର୍ଭୁକ୍ତ କରି ଆମେ ଏଭଳି ଏକ ମାନୁଫ୍ୟାକ୍‌ଚରିଂ ଇକୋସିଷ୍ଟମ ନିର୍ମାଣ କରିପାରିବା ଯାହା ବୁଦ୍ଧିମାନ, ସ୍ଥାୟୀ ଓ ଗର୍ବର ସହ ଭାରତ ନିର୍ମିତ ହୋଇଥିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.