ଓଡ଼ିଶାକୁ ଫୁଟବଲ୍ରେ ରୌପ୍ୟ, ହକିରେ ବ୍ରୋଞ୍ଜ

ଭୁବନେଶ୍ୱର, ୧୯ ।୧ (ବ୍ୟୁରୋ): ମହାରାଷ୍ଟ୍ରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଆଜି ଓଡ଼ିଶାକୁ ୨ଟି ପଦକ ମିଳିଛି । ମହିଳା ୧୭ ବର୍ଷରୁ କମ୍ ଓଡ଼ିଶା ବାଳିକା ଦଳ ଫାଇନାଲ୍ରେ ପରାଜିତ ହୋଇ ରୌପ୍ୟ ଏବଂ ୧୭ ବର୍ଷରୁ କମ୍ ମହିଳା ହକି ଦଳ ତୃତୀୟ ସ୍ଥାନ ମୁକାବିଲାରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଜିତିଛି ।
ଓଡ଼ିଶା ବାଳିକା ଫୁଟବଲ୍ ଦଳ ଫାଇନାଲ୍ ମ୍ୟାଚ୍ ଝାଡ଼ଖଣ୍ଡ ସହିତ ଖେଳିଥିଲା । ଝାଡ଼ଖଣ୍ଡ ଏହି ମ୍ୟାଚ୍ରେ ୨-୧ ଗୋଲ୍ରେ ବିଜୟୀ ହୋଇଥିଲା । ମହିଳା ଦଳ କିନ୍ତୁ ଚମତ୍କାର ପ୍ରଦର୍ଶନ କରିଥିଲେ । ୩-୨ ଗୋଲ୍ରେ ପଞ୍ଜାବକୁ ପରାଜିତ କରିଥିଲେ । ଓଡ଼ିଶା ପକ୍ଷରୁ ସୁନୀତା ଖାଖା, ଜ୍ୟୋତି ଛତ୍ରୀ ଓ ନୀମାବତୀ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ । ଫାଇନାଲ୍ ମ୍ୟାଚ୍ରେ ହରିଆନା ୨-୧ ଗୋଲ୍ରେ ଛାଡ଼ଖଣ୍ଡକୁ ପରାଜିତ କରି ସ୍ୱର୍ଣ୍ଣ ପଦକ ଜିତିଛି ।