ଲଞ୍ଚ୍ ହେଲା ଶସ୍ତା ଇଲେକ୍ଟ୍ରିକ୍ ବାଇକ୍, ୯୯୯ ଟଙ୍କାରେ କରନ୍ତୁ ବୁକ୍

ନୂଆଦିଲ୍ଲୀ ୩୧/୩: ଇଲେକ୍ଟ୍ରିକ୍ ମୋଟରସାଇକେଲ ସେଗମେଣ୍ଟରେ ଆଉ ଏକ ପ୍ଲେୟାର ଯୋଡି ହୋଇଛି । ପ୍ରମୁଖ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ଷ୍ଟାର୍ଟଅପ୍ Odysse Electric ଆଜି ବଜାରରେ ନିଜ ନୂଆ ଇଲେକ୍ଟ୍ରିକ୍ ବାଇକ୍ Odysse vaderକୁ ଲଞ୍ଚ୍ କରିଛି । ଆକର୍ଷକ ଲୁକ୍ ଏବଂ ଦମଦାର ବ୍ୟାଟେରୀ ପ୍ୟାକ୍ ସହିତ ଏହା ଦେଶର ପ୍ରଥମ ବାଇକ ଯେଉଁଥିରେ ୭ ଇଞ୍ଚର ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି ଯାହା କି ଆଣ୍ଡ୍ରଡ ଡିସପ୍ଲେ ଏବଂ ଗୁଗଲ ମ୍ୟାପ୍ ନେଭିଗେସନ ପାଇଁ ବ୍ୟବହାର କରାଯିବ । ଏହି ବାଇକକୁ କମ୍ପାନୀ ୧,୦୯,୯୯୯ ଟଙ୍କା(ଏକ୍ସ-ଶୋରୁମ୍ ଅହମଦାବାଦ)ର ଦାମରେ ଲଞ୍ଚ୍ କରିଛି ।
Odysse vader କେବଳ ଦାମ୍ ନୁହେଁ ବରଂ ଫିଚର୍ସ ପାଇଁ ମଧ୍ୟ ଖାସ୍ । ଡେଲି ୟୁଜ୍ ପାଇଁ ଏହି ଇଲେକ୍ଟ୍ରିକ୍ ବାଇକ ବହୁତ ଲାଭଦାୟକ ହେବ । କମ୍ପାନୀ ଏଥିରେ ୧୮ ଲିଟରର ଷ୍ଟୋରେଜ୍ ସ୍ପେଶ୍ ଦେଇଛି । ଏହା ବ୍ୟତୀତ ବାଇକ ଅନେକ କଲର ଅପ୍ସନରେ ମଧ୍ୟ ଉପଲବ୍ଧ ହେବ । ଏଥିରେ ମିଡନାଇଟ୍ ବ୍ଲୁ, ଫେୟରୀ ରେଡ୍, ଗ୍ଲସି ବ୍ଲାକ୍, ବେନମ୍ ଗ୍ରୀନ୍ ଏବଂ ମିଷ୍ଟ୍ରି ଗ୍ରେ କଲର ସାମିଲ ।
କମ୍ପାନୀ ଏହି ବାଇକରେ ୩.୭ କେଡବ୍ଲୁଏଚର କ୍ଷମତାର ଲିଥିୟନ୍ ଆୟନ ବ୍ୟାଟେରୀ ବ୍ୟବହାର କରାଯାଇଛି ଯାହା ୩ କେଡବ୍ଲୁର ଇଲେକ୍ଟ୍ରିକ୍ ମୋଟର ସହିତ ଯୋଡାଯାଇଛି । ଏହି ଇଲେକ୍ଟ୍ରିକ୍ ମୋଟର ୬ ବିଏଚପିର ପାୱର ଏବଂ ୧୭୦ ଏନଏମର ଟର୍କ ଜେନେରେଟ୍ କରିଥାଏ । କମ୍ପାନୀ କହିଛି କି ବାଇକ୍ ସିଙ୍ଗଲ ଚାର୍ଜରେ ୧୨୫ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେଇଥାଏ ଏବଂ ଏହାର ବ୍ୟାଟେରୀକୁ ଫୁଲ୍ ଚାର୍ଜ ହେବା ପାଇଁ ପ୍ରାୟ ୪ ଘଣ୍ଟାର ସମୟ ଲାଗିଥାଏ । ଏହାର ଟପ୍ ସ୍ପିଡ୍ ୮୫ କିଲୋମିଟର ପ୍ରତି ଘଣ୍ଟା ।
କମ୍ପାନୀ ନୂଆ Odysse vader କୁ ଲଞ୍ଚ୍ ସହିତ ଏହାର ଅଫିସିଆଲ୍ ବୁକିଂ ମଧ୍ୟ ଆରମ୍ଭ କରିଦେଇଛି । ଇଚ୍ଛୁକ ଗ୍ରାହକ ଏହି ବାଇକକୁ କମ୍ପାନୀର ଅଧିକୃତ ଡିଲରସିପ ମାଧ୍ୟମରେ ପ୍ରାୟ ୯୯୯ ଟଙ୍କାରେ ବୁକ୍ କରିପାରିବେ । କୁହାଯାଉଛି କି ଏହି ବାଇକର ଡେଲିଭରୀ ଆଗାମୀ ଜୁଲାଇରୁ ଆରମ୍ଭ ହୋଇଯିବ । ଏହି ବାଇକକୁ କିଣିବା ପାଇଁ କ୍ରେତା ଫେମ୍-୨ ସବସିଡିର ଲାଭ ଉଠାଇପାରିବେ ।
vader ର ସମୁଦାୟ ଓଜନ ୧୨୮ କିଲୋଗ୍ରାମ । ଏଥିରେ କମ୍ବି-ବ୍ରେକିଂ ସିଷ୍ଟମ ଏବଂ ଫ୍ରଣ୍ଟ୍(୨୪୦ ଏମଏମ୍) ଏବଂ ରିୟରରେ (୨୨୦ଏମଏମ୍)ର ଡିସ୍କ ବ୍ରେକ୍ ଦିଆଯାଇଛି । ଏହି ମୋଟରସାଇକେଲ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ସହିତ ୭ ଇଞ୍ଚର ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ୍ ସହିତ ଆସିଥାଏ ଏବଂ ଏହି ଆପ ଏବଂ ବ୍ଲୁଟୁଥ୍ କନେକ୍ଟିଭିଟି ଦ୍ୱାରା କଣ୍ଟ୍ରୋଲ କରାଯାଇପାରେ । ଏଥିରେ ଏଲଇଡି ଲାଇଟିଂ ଏବଂ ରିଜନେରେଟିଭ୍ ବ୍ରେକିଂ ମଧ୍ୟ ଦିଆଯାଇଛି ।